ETV Bharat / state

ଗଜପତି ଜିଲ୍ଲାରେ ସଙ୍ଘରୋଧରୁ ଫେରୁଥିବା ପ୍ରବାସୀଙ୍କୁ 2 ହଜାର ଟଙ୍କା ମିଳୁନଥିବା ଅଭିଯୋଗ

author img

By

Published : Jun 2, 2020, 9:41 PM IST

ମହାମାରୀ କୋରୋନା ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଫେରି କ୍ବାରେଣ୍ଟାଇନରେ ରହିଲେ ସରକାର ପ୍ରବାସୀଙ୍କୁ ୨ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ହେଲେ ଗଜପତି ଜିଲ୍ଲାରେ ଏହା ମିଳୁନଥିବା ସଙ୍ଗରୋଧରୁ ଫେରିଥିବା ଲୋକେ ଅଭିଯୋଗ କରିଛନ୍ତି । ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଏହାକୁ ନାପସନ୍ଦ କରିଛନ୍ତି । ଅଧିକ ପଢ଼ନ୍ତୁ...

returned-migration-labour-covid19-incentive-dispute-in-gajapati-district
ଗଜପତି ଜିଲ୍ଲାରେ ସଙ୍ଗରୋଧରୁ ଫେରୁଥିବା ପ୍ରବାସୀଙ୍କୁ 2 ହଜାର ଟଙ୍କା ମିଳୁନଥିବା ଅଭିଯୋଗ

ପାରଳାଖେମୁଣ୍ଡି: କାମଧନ୍ଦା ପାଇଁ ବିଭିନ୍ନ ରାଜ୍ୟକୁ ଚାଲିଯାଇଥିବା ପ୍ରବାସୀମାନେ ଲକଡାଉନ୍ ଯୋଗୁଁ କାମଧନ୍ଦା ନପାଇ ହଇରାଣ ହେଉଥିବା ଲୋକେ ସରକାରଙ୍କ ଘୋଷଣା ପରେ ଗଜପତି ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କୁ ସଙ୍ଘରୋଧ କେନ୍ଦ୍ରରେ ରଖାଯିବା ସହ କେନ୍ଦ୍ରରୁ ଫେରିବା ସମୟରେ 2ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ତେବେ ଗଜପତି ଜିଲ୍ଲାରେ ଏହା କରାଯାଉନଥିବା ଲୋକେ ଅଭିଯୋଗ କରିଥିବା ବେଳେ ବିଧାୟକ ମଧ୍ୟ ନାପସନ୍ଦ କରିଛନ୍ତି । ଏହାକୁ କିନ୍ତୁ ଖଣ୍ଡନ କରିଛି ପ୍ରଶାସନ ।

କାମଧନ୍ଦା ପାଇଁ ବିଭିନ୍ନ ରାଜ୍ୟକୁ ଚାଲିଯାଇଥିବା ପ୍ରବାସୀମାନେ ଲକଡାଉନ୍ ଯୋଗୁଁ କାମ ପାଇନଥିଲେ । ଫଳରେ ସେମାନେ ସେଠାରେ ରୋଜଗାର ହରାଇଥିବା ବେଳେ ଖାଇବା ପାଇଁ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ସେମାନେ ନିଜ ଗାଁକୁ ଫେରିବା ପାଇଁ ଚାହୁଁଥିଲେ ମଧ୍ୟ ଯାତାୟତ ଅଭାବରୁ ଶ୍ରମିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଘୋଷଣା କରିଥିଲେ । ଫେରିବାକୁ ଚାହୁଁଥିବା ଲୋକେ ନିଜ ନାମ ପଞ୍ଜିକରଣ କରିବା ପାଇଁ ଆହ୍ବାନ ଜଣାଇବା ସହ ସେମାନେ ଫେରିବା ପରେ ସଙ୍ଘରୋଧରେ ରହିବେ ବୋଲି ସରକାର ସର୍ତ୍ତ ରଖିଥିଲେ । ଏହା ସହ ପଞ୍ଜୀକରଣ କରିଥିବା ପ୍ରବାସୀଙ୍କୁ ଆଣିବା ଏବଂ ସଙ୍ଘରୋଧରେ ରହିବା ଖର୍ଚ୍ଚ ସରକାର ବହନ କରିବା ସହ ସଙ୍ଗରୋଧରେ ରହି ଘରକୁ ଫେରିବା ବେଳେ ପ୍ରବାସୀଙ୍କୁ ୨ହଜାର ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ହେଲେ ଗଜପତି ଜିଲ୍ଲାରେ ଏହା ମିଳୁନଥିବା ସଙ୍ଘରୋଧରୁ ଫେରିଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକେ କରୁଥିବା ଅଭିଯୋଗରେ ସତ୍ୟତା ରହିଥିବା କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ । ଏହାସହ ତୁରନ୍ତ ଏହା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହି ଟଙ୍କା ପ୍ରଦାନ କରିବାରେ କାହିଁକି ବିଳମ୍ବ ହେଉଛି ସେନେଇ ବର୍ତ୍ତମାନ ନା ସରକାର ନା ପ୍ରଶାସନ କେହି ହେଲେ ସ୍ପଷ୍ଟ କରୁନାହାନ୍ତି । ଏପରିକି କିଛି ଲୋକ ସଙ୍ଘରୋଧ କେନ୍ଦ୍ର ଛାଡିବା ପୂର୍ବରୁ ଏନେଇ ପଚାରିଥିଲେ ମଧ୍ୟ ସେମାନଙ୍କୁ ନାଲି ଆଖି ଦେଖାଯାଇଥିବା ବିଧାୟକଙ୍କ ଦୃଷ୍ଟିକୁ ଆସିଥିବା ସେ କହିଛନ୍ତି । ତେଣୁ ତୁରନ୍ତ ଏହି ଟଙ୍କା ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଜିଲ୍ଲାର ପ୍ରାୟ 31ହଜାର ଲୋକ ବିଭିନ୍ନ ରାଜ୍ୟରେ ଥିବା କଳ କାରଖାନା କିମ୍ବା ଅନ୍ୟ କୌଣସି ଉଦ୍ୟୋଗରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଲକଡାଉନ୍ ଯୋଗୁଁ ଏସବୁ ବନ୍ଦ ହେବା ଫଳରେ କାମ ମଧ୍ୟ ମିଳିନଥିଲା । ତେଣୁ ସେମାନେ ଘରକୁ ଫେରିବା ପାଇଁ ଚାହିଁଥିଲେ ମଧ୍ୟ ଯାତାୟତର କୌଣସି ସୁବିଧା ନଥିବାରୁ ସେମାନେ ଫେରିପାରିନଥିଲେ । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ନିଜ ନାମ ପଞ୍ଜିକରଣ କରିବା ପାଇଁ ସରକାର ଆହ୍ବାନ କରିବା ପରେ ୨୫ ହଜାରରୁ ଅଧିକ ଲୋକ ଅନଲାଇନ୍ ଏବଂ ଅଫଲାଇନରେ ପଞ୍ଜିକରଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ସରକାରଙ୍କ ସହାୟତାରେ ଏବଂ ନିଜ ଉଦ୍ୟମରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ 9223ଜଣ ହିଁ ଫେରିପାରିଛନ୍ତି । ଜିଲ୍ଲାକୁ ଫେରିଥିବା ସମସ୍ତଙ୍କୁ ପ୍ରସ୍ତୁତ ହୋଇଥିବା 99ଟି ସଙ୍ଘରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ 3707ଜଣ ସେମାନଙ୍କ ଅବଧି ଶେଷ କରି ନିଜ ଘରକୁ ଫେରିପାରିଛନ୍ତି । ଏହି ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିବା ବେଳେ ଘରକୁ ଫେରିବା ସମୟରେ ପ୍ରବାସୀଙ୍କୁ 2ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଅବଶ୍ୟ କିଛି ଲୋକ ଏହାକୁ ପାଇନଥିବା ବେଳେ ସେମାନଙ୍କୁ ଅତିଶୀଘ୍ର ପ୍ରଦାନ କରିବାକୁ ଯୋଜନା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ସରକାରୀ ନିୟମ ଅନୁସାରେ ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ଏହି ସହାୟତା ଟଙ୍କା ମଧ୍ୟ ଦିଆଯାଉଛି ବୋଲି ପ୍ରଶାସନ କହିଛି । ତେବେ ଯେଉଁମାନେ ଏହା ପାଇନାହାନ୍ତି ସେମାନେ କେବେ ପାଇବେ ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.