ETV Bharat / state

ଗଜପତିରେ ‘ରାହାଗିରି’; ଝୁମିଲେ ଜିଲ୍ଲାପାଳ, ନାଚିଲେ ଏସପି - rahagiri in paralakhemundi

ପ୍ରାକ ଗଜପତି ଉତ୍ସବ ‘ରାହାଗିରି’ରେ ନାଚିଲେ ଏସପି ଓ ଜିଲ୍ଲାପାଳ । ଏସପି ସାରା ଶର୍ମା ଆଦିବାସୀ ନୃତ୍ୟରେ ପାଦରେ ପାଦ ମିଶାଇ ନାଚିବା ସହ ଲୋକଙ୍କୁ ଉତ୍ସାହିତ କରିବା ଲାଗି ଗୀତ ଗାଇଛନ୍ତି । ସେହିପରି ଜିଲ୍ଲାପାଳ ଅନୁପମ ସାହା ମଧ୍ୟ ଆଦିବାସୀ ନୃତ୍ୟରେ ନାଚିଛନ୍ତି ।

paralakhemundi
ଗଜପତିରେ ‘ରାହାଗିରି’; ଝୁମିଲେ ଜିଲ୍ଲାପାଳ, ନାଚିଲେ ଏସପି
author img

By

Published : Jan 5, 2020, 7:53 PM IST

ଗଜପତି: ପ୍ରାକ ଗଜପତି ଉତ୍ସବ ‘ରାହାଗିରି’ରେ ନାଚିଲେ ଏସପି ଓ ଜିଲ୍ଲାପାଳ । ଏସପି ସାରା ଶର୍ମା ଆଦିବାସୀ ନୃତ୍ୟରେ ପାଦରେ ପାଦ ମିଶାଇ ନାଚିବା ସହ ଲୋକଙ୍କୁ ଉତ୍ସାହିତ କରିବା ଲାଗି ଗୀତ ଗାଇଛନ୍ତି । ସେହିପରି ଜିଲ୍ଲାପାଳ ଅନୁପମ ସାହା ମଧ୍ୟ ଆଦିବାସୀ ନୃତ୍ୟରେ ନାଚୁଥିବା ଦେଖିବାକୁ ମିଳିଛି ।

ଶୀତୁଆ ସକାଳରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସହରର ପିଲା ଠାରୁ ବୟସ୍କ ଲୋକ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ଯୁବତୀମାନେ ଝୋଟି ପ୍ରତିଯୋଗିତାରେ ସାମିଲ ହୋଇଥିଲେ । କିଛି ସମୟ ପାଇଁ ପାରଳାଖେମୁଣ୍ଡି ବଡଦାଣ୍ଡ ଲୋକାରଣ୍ୟରେ ପରିଣତ ହୋଇଥିଲା ।

ଗଜପତିରେ ‘ରାହାଗିରି’; ଝୁମିଲେ ଜିଲ୍ଲାପାଳ, ନାଚିଲେ ଏସପି

ଆସନ୍ତା 10 ତାରିଖରୁ 14 ତାରିଖ ଯାଏଁ ଦୀର୍ଘ 5ଦିନ ଧରି ଅନୁଷ୍ଠିତ ହେବ ଗଜପତି ଉତ୍ସବ 2019 ଏବଂ ପଲ୍ଲିଶ୍ରୀ ମେଳା । ଏଥିପାଇଁ ବର୍ତ୍ତମାନ ସାରା ଜିଲ୍ଲା ଚଳଚଞ୍ଚଳ । ଗତ କିଛିଦିନ ହେବ ବ୍ଲକ ସ୍ତରୀୟ ଉତ୍ସବ ଜାରି ରହିଥିବାବେଳେ ରବିବାର ପାରଳାଖେମୁଣ୍ଡି ପୌରାଞ୍ଚଳରେ ଅନୁଷ୍ଠିତ ହୋଇଛି ପ୍ରାକ ଗଜପତି ଉତ୍ସବ ‘ରାହାଗିରି’ । ଏଥିରେ ଅନେକ କଳାକାର ଭାଗ ନେଇ ନିଜ ନିଜର କଳା ପ୍ରଦର୍ଶନ କରିଛନ୍ତି ।

କିଏ ପାରମ୍ପରିକ ବେଶ ପୋଷାକରେ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଛି ତ ଆଉ କିଏ ରାଜ ରାସ୍ତାରେ ଯୋଗାଭ୍ୟାସ କରିଛି । ସେହିପରି ଏଠାରେ ପାଇକ ଆଖଡା ହୋଇଥିବାବେଳେ ପାରଳାଖେମୁଣ୍ଡିର ଅନ୍ୟତମ ପରମ୍ପରା ଗଜମୁଆ ମଧ୍ୟ ପ୍ରଦର୍ଶିତ ହୋଇଛି । ସେହିପରି ପିଲାଙ୍କ ଦ୍ବାରା ସ୍କେଟିଂ କରାଯିବା ସହ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଛି ।

ତେବେ ସୁବୁଠୁ ବଡ କଥା, ଏହି ଉତ୍ସବରେ ଜିଲ୍ଲାପାଳ ଓ ଏସପି ସାମିଲ ହୋଇ କଳାକାରଙ୍କ ମନୋବଳକୁ ଦ୍ବିଗୁଣିତ କରିଛନ୍ତି । ନିଜେ ଏସପି ଗୀତ ଗାଇବା ସହ ନାଚିଥିବାବେଳେ ଜିଲ୍ଲାପାଳ ମଧ୍ୟ ନାଚିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ 2017 ମସିହା ପରେ ଦ୍ବିତୀୟ ଥର ପାଇଁ ସହରରେ ରାହାଗିରି ହେଉଥିବାରୁ ଏହାକୁ ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

SLUG-  RAHAGIRI
FORMAT- PKG
REPORT- HARIHARA PATNAIK
PLACE-  GAJAPATI
DATE- 05.01.2020
ଆଙ୍କର - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପ୍ରାକ ଗଜପତି ଉତ୍ସବ ରାହାଗିରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସହରର ପିଲା ଠାରୁ ବୁଢା ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଏହାର ମଜା ଉଠାଇଥିଲେ  । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ଯୁବତୀ ମାନେ ଝୋଟି ପ୍ରତିଯୋଗିତାରେ ସାମିଲ ହୋଇଥିଲେ  । କିଛି ସମୟ ପାଇଁ ପାରଳାଖେମୁଣ୍ଡି ବଡଦାଣ୍ଡ ଲୋକାରଣ୍ୟରେ ପରିଣତ ହୋଇଥିଲା  । 
ଭିଓ 01- ଆସନ୍ତା 10 ତାରିଖରୁ 14 ତାରିଖ ଯାଏଁ ଦୀର୍ଘ 5ଦିନ ଧରି ଅନୁଷ୍ଠିତ ହେବ ଗଜପତି ଉତ୍ସବ 2019 ଏବଂ ପଲ୍ଲିଶ୍ରୀ ମେଳା  । ଏଥିପାଇଁ ବର୍ତମାନ ସାରା ଜିଲ୍ଲା ଚଳଚଞ୍ଚଳ  । ଗତ କିଛଇ ଦିନ ହେଲା ବ୍ଲକ ସ୍ତରୀୟ ଉତ୍ସବ ଜାରୀ ରହିଥିବା ବେଳେ ରବିବାର ପାରଳାଖେମୁଣ୍ଡି ପୌରାଞ୍ଚଳରେ ଅନୁଷ୍ଠିତ ହୋଇଛି ପ୍ରାକ ଗଜପତି ଉତ୍ସବ ରାହାଗିରି  । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ଏହାର ମଜା ଉଠାଇବା ପାଇଁ ସିତୁଆ ସକାଳରେ ସହରର ବଡଦାଣ୍ଡ ଲୋକରଣ୍ୟରେ ପରିଣତ ହୋଇଥିଲା  । କିଏ ପାରମ୍ପରିକ ବେଶ ପୋଷାକରେ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲା ତ ଆଉ କିଏ ରାଜ ରାସ୍ତାରେ ଯୋଗଭାସ୍ୟ କରିଥିଲା  । ସ୍ଥାନୀୟ ଆଖଡା ପକ୍ଷରୁ ପାଇକ ଆଖଡା ଏବଂ ପାରଳାଖେମୁଣ୍ଡିର ଅନ୍ୟତମ ପରମ୍ପରା ଗଜମୁଆ ପ୍ରଦର୍ଶିତ ହୋଇଥିଲା  । ଏସବୁରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସହରର ବିଭି୍ନ୍ନ ବର୍ଗର ଲୋକେ ସାମିଲ ହୋଇ ଉପଭୋଗ କରିଥିଲେ  । ଏହି ଅବସରରେ ଆସନ୍ତା ଗଜପତି ଉତ୍ସବର ପୋଷ୍ଟର , କ୍ୟାଲେଣ୍ଡର,ବ୍ୟାନର ଆଦି ଉନ୍ନଚିତ ହୋଇଥିଲା  । ଉତ୍ସବରେ ବିଭିନ୍ନ କଳା ପ୍ରଦର୍ଶିତ ହୋଇଥିବା ବେଳେ ଏହାକୁ ଉପଭୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ସାମିଲ ହୋବା ନିଶ୍ଛିତ ଭାବେ କାର୍ଯ୍ୟକ୍ରମର ସଫଳତା କଥା ବଖାଣୁ ଥିବା ଉଭୟ ଜିଲ୍ଲାପାଳ ଓ ଏସପି କହିଛନ୍ତି  । 
ବାଇଟ 04- ଅନୁପମ ସାହା ( ଜିଲ୍ଲାପାଳ, ଗଜପତି)
ବାଇଟ 03- ସାରା ଶର୍ମା ( ଏସପି, ଗଜପତି )
ଭିଓ 02- ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡିରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା  । ତେଣୁ ଏହାକୁ ଉପଭୋଗ କରିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲିକ୍ଷିତ ହୋଇଥିଲା  । ଲୋକଙ୍କୁ ଉତ୍ସାହକୁ ଆହୁରି ବଢାଇ ଦେଇଥିଲା ଏସପିଙ୍କ ରଙ୍ଗବତି ଗୀତ ଏବଂ ଜିଲ୍ଲାପାଳଙ୍କ ଆଦିବାସୀ ନୃତ୍ୟ  । ସହରର ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ପାରମ୍ପରିକ ଆଦିବାସୀ ବେଶ ପୋଷାକରେ ସଜିତ ହୋଇ ନାଚୁଥିବା ବେଳେ ଏଥିରେ ସାମିଲ ହୋଇ କିଛି ସମୟ ତାଙ୍କ ସହ ନାଚିଥିଲେ  । ସେହିପରି ଏସପି ନିଜର ସୁଳଳତି କଣ୍ଠରେ ପରିବେଷଣ କରିଥିଲେ ଓଡିଶାର ଘରେ ଘରେ ପରିଚିତ ରଙ୍ଗବତୀ ଗୀତ  । ଏହି ଅବସରରେ ପିଲାମାନଙ୍କ ଦ୍ବାରା ସ୍କେଟିଂ, ଟାଏକୋଣ୍ଡ, ନୃତ୍ୟ ଆଦିକୁ ଲୋକେ ବେଶ ଉପଭୋଗ କରିଥିଲେ । ସେହିଭଳି ଏଥିରେ ସହରର ଯୁବତି ମାନେ ସାମିଲ ହୋଇ ବିଭିନ୍ନ ପ୍ରକାର ଝୁଟି ଆଙ୍କି କିଛି ବାର୍ତା ପ୍ରଦାନ କରିଥିଲେ  । ଯାହା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା  । ଏଥିରେ ସାମିଲ ହୋଇଥିବା ଲେକେ ଉତ୍ସବକୁ ବେଶ ଉପଭୋଗ କରିବା ସହ ଶୀତୁଆ ସକାଳର ମଜା ଉଠାଇଥିଲେ । 
ବାଇଟ01- ରଂଜୀତା ପାଣିଗ୍ରାହୀ ( ସ୍ଥାନୀୟ ବାସିନ୍ଦା )
ବାଇଟ 02- ନୃସିଂହ ଚରଣ ପଟନାୟକ ( ସ୍ଥାନୀୟ ବାସିନ୍ଦା )
ଫାଭିଓ - 2017ରେ ଗଜପତି ଉତ୍ସବ ପୂର୍ବରୁ ସହରରେ ରାହାଗିରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  । ତେବେ 2018ରେ ବାତ୍ୟା ତିତଲି ପାଇଁ ଉତ୍ସବ ବନ୍ଦ ରହିଥିଲା  । ତେଣୁ ଚଳିତ ବର୍ଷ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଜିଲ୍ଲାବାସୀ ଚାହିଁ ରହିଛନ୍ତି  । 
........ଗଜପତି ରୁ ହରିହର ପଟ୍ଟନାୟକ ଇଟିଭି ଭାରତ।........

VISUAL AND BYTE SENT BY FTP
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.