ETV Bharat / state

ପାରଳା ମହାରାଜାଙ୍କ ଅମଳର 2 ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ପୂର୍ତ୍ତ ସଚିବ - ପୁର୍ତ୍ତ ବିଭାଗ ସଚିବ ଡା.କ୍ରୀଷନ

ପାରଳାଖେମୁଣ୍ଡିରେ ଥିବା ଶତାୟୁ ପୁରାତନ 2ଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ପୂର୍ତ୍ତ ବିଭାଗ ସଚିବ ଡ.କ୍ରିଷନ । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡିର 2 ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ପୁର୍ତ୍ତ ବିଭାଗ ସଚିବ ଡା.କ୍ରୀଷନ

author img

By

Published : Jan 23, 2021, 12:06 PM IST

Updated : Jan 23, 2021, 6:25 PM IST

ଗଜପତି: ପାରଳାଖେମୁଣ୍ଡିରେ ଥିବା ଶତାୟୁ ପୁରାତନ 2ଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ପୂର୍ତ୍ତ ବିଭାଗ ସଚିବ ଡା.କ୍ରିଷନ । ଏନେଇ ମୋ ସ୍କୁଲ ଅଭିଯାନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ 1857 ମସିହାରେ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ 1919 ମସିହାରେ ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ବାରା ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ସରକାରଙ୍କ ଦ୍ବାରା ପରିଚାଳିତ ହୋଇ ଆସୁଛି । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି ବିଦ୍ୟାଳୟଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରିବା ଦ୍ବାରା ସ୍କୁଲର ବହୁ ଉନ୍ନତି ହୋଇପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ପାରଳାଖେମୁଣ୍ଡିର 2 ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ପୁର୍ତ୍ତ ବିଭାଗ ସଚିବ ଡା.କ୍ରୀଷନ
ପାରଳାଖେମୁଣ୍ଡିର 2 ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ପୁର୍ତ୍ତ ବିଭାଗ ସଚିବ ଡା.କ୍ରୀଷନ
2ଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ପୂର୍ତ୍ତ ବିଭାଗ ସଚିବ

ଏହି ଦୁଇ ଶତାୟୁ ବିଦ୍ୟାଳୟର ଅନେକ ଶିକ୍ଷାର୍ଥୀ ରାଜ୍ୟ ତଥା ଦେଶ ବିଦେଶରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ତେବେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ପୁରାତନ ଛାତ୍ର ନିଜକୁ ସ୍କୁଲ ବିକାଶରେ ସାମିଲ କରିଛନ୍ତି । ଯାହା ମାଧ୍ୟମରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ 2ଲକ୍ଷ 88ହଜାର ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ବେଳେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାୟ 2ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିପାରିଛି । ଏହି ଟଙ୍କାରେ ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ଅତିଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଉଭୟ ସ୍କୁଲର ପ୍ରଧାନ ଶିକ୍ଷକ ଜଣାଇଛନ୍ତି ।

ତେବେ ଏହି ଦୁଇ ସ୍କୁଲ ସହ ସମ୍ପର୍କ ନଥିବା ଜଣେ ଅଣ ଓଡିଆ ପ୍ରଶାସନିକ ଅଧିକାରୀ ଏହାକୁ ପୋଷ୍ୟ ଭାବେ ଗ୍ରହଣ କରିବା ନିଷ୍ପତ୍ତିକୁ ସାଧାରଣରେ ପ୍ରଶଂସା କରାଯାଉଛି । ଯାହାଦ୍ବାରା ସ୍କୁଲର ଆହୁରି ଉନ୍ନତି ଘଟିବ ବୋଲି ଆଶା ସଞ୍ଚାର ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 23, 2021, 6:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.