ପାରଳାଖେମୁଣ୍ଡି: ଏନଆରସି ଓ ସିଏଏର ପ୍ରତିବାଦରେ ପାରଳାଖେମୁଣ୍ଡିରେ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ଶୋଭାଯାତ୍ରା । ସିପିଆଇ ଓ ସିପିଏମ ପକ୍ଷରୁ ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
କେନ୍ଦ୍ରର ମୋଦି ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ଆଇନ ମାଧ୍ୟମରେ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ରାଜ୍ୟ ସରକାର ଏହାକୁ ସ୍ବୀକାର କରିନେଇଛନ୍ତି । ଯାହା କେବଳ ଜନ ବିରୋଧୀ ନୁହେଁ, ବରଂ ଏହା ଗଣତନ୍ତ୍ର ବିରୋଧୀ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଗଣତନ୍ତ୍ରର ସୁରକ୍ଷା କରିବାକୁ ଦାବି କରାଯାଇଛି ।
ସେହିପରି ଏହାର ପ୍ରତିବାଦ କରୁଥିବା ବ୍ୟକ୍ତିଙ୍କ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି ବାମପନ୍ଥୀ ନେତା । ଏସବୁ ତୁରନ୍ତ ବନ୍ଦ ନହେଲେ ଆଗାମୀ ଦିନରେ ଯେଉଁ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ତାହା ସମ୍ଭାଳିବା କଷ୍ଟକର ହୋଇପଡିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ବାମନେତା ଜତୀନ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ