ETV Bharat / state

ଜଳୁଛି ମାଳମାଳ ଇଟାଭାଟି, ପ୍ରଚଣ୍ଡ ତାପମାତ୍ରା ଓ ପ୍ରଦୂଷଣରେ ହନ୍ତସନ୍ତ ଗଜପତିବାସୀ - ଗଜପତିରେ ବଢ଼ୁଛି ତାପମାତ୍ରା ଓ ପ୍ରଦୂଷଣ

ପ୍ରଚଣ୍ଡ ରୌଦ୍ରତାପରେ ଏବେ ଅସ୍ତବ୍ୟସ୍ତ ଜନଜୀବନ । ତାସାଙ୍ଗକୁ ବେଆଇନ ଇଟିଭାଟିର ନିଆଁ ଝାସ ଓ ଧୂଆଁ ଲୋକଙ୍କୁ କଲବଲ କରିବାରେ ଲାଗିଛି । ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ବେଆଇନ ଇଟାଭାଟି ପୋଡ଼ା ଚାଲିଛି । ଅଧିକ ପଢ଼ନ୍ତୁ

ଗଜପତିରେ ଜଳୁଛି ମାଳାମାଳ ଇଟାଭାଟି, ପ୍ରଚଣ୍ଡ ତାପମାତ୍ରା ଓ ପ୍ରଦୂଷଣରେ ହନ୍ତସନ୍ତ ଜିଲ୍ଲାବାସୀ

author img

By

Published : Apr 18, 2022, 8:09 PM IST

ଗଜପତି: ଗତ କିଛି ଦିନ ହେଲା ଗଜପତି ଜିଲ୍ଲାରେ ପ୍ରବଳ ଗରମ ଅନୁଭୁତ ହେଉଛି । ଖରା ଗରମ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଥିବା ବେଳେ ଜିଲ୍ଲାରେ ବେଆଇନ ଇଟାଭାଟି ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ଇଟାଭାଟି ପୋଡ଼ିବା ଯୋଗୁଁ ସେଥିରୁ ନିର୍ଗତ ନିଆଁଝାସ ଓ ଧୂଳିଧୂଆଁ ଯୋଗୁଁ ଜିଲ୍ଲାର ତାପାମାତ୍ରା ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ବେଆଇନ ଇଟାଭାଟି ପୋଡ଼ି ଚାଲିଥିବା ବେଳେ ଏ ଦିଗରେ ପ୍ରଶାସନ ସବୁ ଜାଣିଶୁଣି ଚୁପ୍‌ ରହୁଥିବା ଅଭିଯୋଗ ହୋଇଛି ।

ଗଜପତିରେ ଜଳୁଛି ମାଳାମାଳ ଇଟାଭାଟି, ପ୍ରଚଣ୍ଡ ତାପମାତ୍ରା ଓ ପ୍ରଦୂଷଣରେ ହନ୍ତସନ୍ତ ଜିଲ୍ଲାବାସୀ

ଜିଲ୍ଲାରେ କେତେ ବେଆଇନ ଇଟାଭାଟି ରହିଛି ସେନେଇ ପ୍ରଶାସନ ପାଖରେ କିଛି ତଥ୍ୟ ନାହିଁ । କିନ୍ତୁ ବେଆଇନ ଇଟାଭାଟି ବାବଦକୁ ଜିଲ୍ଲା ପ୍ରଶାସନ ୧୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି । ଜିଲ୍ଲାରେ ହୁହୁ ହୋଇ ବେଆଇନ ଇଟାଭାଟି ଗଢ଼ି ଉଠୁଛି । ହେଲେ ଇଟା ମାଫିଆଙ୍କ ଉପରେ ଲଗାମ ଲଗାଇବାରେ ବିଫଳ ହୋଇଛି ପ୍ରଶାସନ । ଫଳରେ ରାଜ୍ୟରେ ତାପମାତ୍ରା ବଢ଼ିବା ସାଙ୍ଗକୁ ପ୍ରଦୂଷଣର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । କେବଳ ପାରଳାଖେମୁଣ୍ଡି ସହର ନୁହେଁ ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏଭଳି ଶହ ଶହ ଇଟାଭାଟି ଗଢି ଉଠିଛି । ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଜନତା ।

୧୦ବର୍ଷ ପୂର୍ବେ ନୂଆଗଡ, ରା.ଉଦୟଗରି ଏବଂ ମୋହନା ବ୍ଲକରେ ଖରାଦିନେ ଲୋକେ ଆରାମରେ ରହୁଥିଲେ । ଖରାର ପ୍ରଭାବ ସେମାନେ ଏତେଟା ଜାଣିବାକୁ ପାଉନଥିଲେ । କନ୍ତୁ ବର୍ତ୍ତମାନ ଜଙ୍ଗଲ କ୍ଷୟ ସହ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏଠାରେ ଶୀତଦିନରେ ମଧ୍ୟ ପ୍ରବଳ ଗରମ ଅନୁଭୁତ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କଥା କହିଛନ୍ତି ଗଜପତି ଜିଲ୍ଲାବାସୀ ।

ଇଟାଭାଟି ପାଇଁ କୌଣସି ସରକାରୀ ନିୟମ ନାହିଁ । ତେଣୁ ସମସ୍ତ ଇଟାଭାଟି ବେଆଇନ । ଏହାକୁ ରୋକିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ବୋଲି କହିଛନ୍ତି ପୂର୍ବତନ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ତେବେ ଜିଲ୍ଲାରେ କେତୋଟି ଇଟା ଭାଟି ରହିଛି ତାର କୌଣସି ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନରହିବା ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବେଆଇନ ଇଟଭାଟି ଯୋଗୁଁ ସହରର ପ୍ରଦୂଷଣ ଏବଂ ତାପମାତ୍ରା ବୃଦ୍ଧି ପାଉଛି । ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଏଭଳି ବେଆଇନ ଇଟାଭାଟି ତିଆରି ହେବାରୁ ରୋକିବାକୁ କଣ ପଦକ୍ଷେପ ନେବ ତାହାକୁ ଅପେକ୍ଷା କରି ରହିଛନ୍ତି ଗଜପତି ବାସିନ୍ଦା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.