ETV Bharat / state

ଶହୀଦ ସ୍ମୃତିଚାରଣ ଦିବସ ପରେଡ ନିରାଡ଼ମ୍ବରରେ ପାଳିତ - ପୋଲିସ ଶହୀଦ ଦିବସ ଗଜପତିରେ ପାଳିତ

ଗଜପତିର ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ସ୍ମୃତି ଚାରଣ ଦିବସ ପ୍ୟାରେଡ-2020 କାର୍ଯ୍ୟକ୍ରମ ନିରାଡ଼ମ୍ବର ସହକାରେ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ...

ଶହୀଦ ସ୍ମୃତିଚାରଣ ଦିବସ ପରେଡ଼-୨୦୨୦ କାର୍ଯ୍ୟକ୍ରମ ନିରାଡ଼ମ୍ବରରେ ପାଳିତ

author img

By

Published : Oct 21, 2020, 5:03 PM IST

Updated : Oct 21, 2020, 8:30 PM IST

ଗଜପତି: 61ତମ ପୋଲିସ ଶହୀଦ ଦିବସ ଅବସରରେ ଗଜପତିର ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ସ୍ମୃତି ଚାରଣ ଦିବସ ପରେଡ଼-2020 କାର୍ଯ୍ୟକ୍ରମ ନିରାଡ଼ମ୍ବର ସହକାରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ପୋଲିସ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଶହୀଦ ସ୍ମୃତିଚାରଣ ଦିବସ ପରେଡ଼-୨୦୨୦ କାର୍ଯ୍ୟକ୍ରମ ନିରାଡ଼ମ୍ବରରେ ପାଳିତ

ବୀରତ୍ବର ସହିତ ଯୁଦ୍ଧକରି ବୀରଗତି ପ୍ରାପ୍ତ ହୋଇଥିବା ପୋଲିସ ଯବାନଙ୍କ ସେହି ଘଟଣାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 21 ତାରିଖ ଦିନକୁ ପୋଲିସ ଶହୀଦ ଦିବସ ରୂପେ ପାଳନ କରାଯାଏ । ପୋଲିସ ଯବାନମାନେ ନିଜ ପରିବାର କଥା ଚିନ୍ତା ନ କରି ନିଜ ଜୀବନକୁ ଦେଶ ଓ ଜାତିର ସୁରକ୍ଷା ଦିଗରେ ବାଜି ଲଗାଇ ଦେଶମାତୃକାର ସେବା କରିଆସୁଛନ୍ତି । ସମାଜର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି ଏସପି ପ୍ରତାପ ।

ଗତ 1/09/2019 ରୁ 31/08/2020 ତାରିଖ ମଧ୍ୟରେ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଓ ଭିନ୍ନ ସମୟରେ ଦେଶ ଓ ଜାତି ପାଇଁ ମୋଟ 265 ଜଣ ପୋଲିସ ଯବାନ ନିଜର ପ୍ରାଣବଳି ଦେଇଛନ୍ତି । ତା ସହିତ ଓଡିଶାର 41 ଜଣ ପୋଲିସ କର୍ମଚାରୀ କୋରୋନାରେ ପ୍ରାଣ ହରାଇଛନ୍ତି । ସେହି ସମସ୍ତ ବୀରଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରାଯାଇଛି ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରିତ ବାର୍ତ୍ତା ପାଠ କରାଯାଇଛି । ପରେ ଏସପି ଓ ଅନ୍ୟ ପୋଲିସ ଅଧିକାରୀମାନେ ଶହୀଦ ସ୍ତମ୍ଭ ଠାରେ ଫୁଲତୋଡ଼ା ଦେଇ ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Oct 21, 2020, 8:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.