ETV Bharat / state

24 ଘଣ୍ଟାରୁ 5 ଛାତ୍ର ନିଖୋଜ, ପତ୍ତା ପାଉନି ପୋଲିସ - ଗଜପତିରେ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ପୋଲିସ ଅସଫଳ

ସ୍ଥାନୀୟ ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରେ ଆଶା ଓ ଆଶଙ୍କାରେ ଗ୍ରାମବାସୀ । ଦୁଇ ଦିନ ହେବ ଘରେ ଜଳିନି ଚୁଲି କି ମା’ ବାପାଙ୍କ ଆଖିରୁ ଶୁଖିନି ଲୁହ । ଥାନାବାବୁଙ୍କୁ ଆକୁଳ ନିବେଦନ କରି ବି ମିଳି ପାରିନାହିଁ କୌଣସି ସୁଫଳ ।

24 ଘଣ୍ଟା ହେବ ମିଳୁନି ନିଖୋଜ ଛାତ୍ରଙ୍କ ପତ୍ତା
author img

By

Published : Nov 3, 2019, 5:10 PM IST

ଗଜପତି: ସ୍ଥାନୀୟ ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରେ ଆଶା ଓ ଆଶଙ୍କାରେ ଗ୍ରାମବାସୀ । ଦୁଇ ଦିନ ହେବ ଘରେ ଜଳିନି ଚୁଲି କି ମା’ ବାପାଙ୍କ ଆଖିରୁ ଶୁଖିନି ଲୁହ । ଥାନା ବାବୁଙ୍କୁ ଆକୁଳ ନିବେଦନ କରିବି ମିଳି ପାରିନାହିଁ କୌଣସି ସୁଫଳ । ତେଣେ ପୋଲିସର ଅପାରଗତା ଯୋଗୁଁ 24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ନିଖୋଜ ଥିବା ପିଲାଙ୍କ କୌଣସି ଖବର ନପାଇ ପାଗଳ ପ୍ରାୟ ପରିବାର ଲୋକେ ।

24 ଘଣ୍ଟା ହେବ ମିଳୁନି ନିଖୋଜ ଛାତ୍ରଙ୍କ ପତ୍ତା

ସୂଚନା ଅନୁଯାୟୀ ଶନିବାର ସକାଳେ ସମ୍ପୃକ୍ତ ଗ୍ରାମର 5 ଜଣ ଛାତ୍ର ସ୍କୁଲ ଯିବାକୁ କହି ଘରୁ ବାହାରି ଥିଲେ । ହେଲେ ସ୍କୁଲ ସମୟ ସରିବା ପରେ ମଧ୍ୟ ସେମାନେ ଘରକୁ ଫେରିନଥିଲେ । ଏନେଇ ସ୍କୁଲରେ ପଚରାଉଚୁରା କରିବାରୁ ଜଣା ପଡିଥିଲା କି ପିଲାମାନେ ଅଧା ବାଟରୁ ସ୍କୁଲ ବସ୍‌ରୁ ଓହ୍ଲାଇ ଯାଇଥିଲେ । କିନ୍ତୁ ଏହାପରେ ସେମାନେ କୁଆଡେ ଗଲେ ଓ କାହିଁକି ଗଲେ ସେନେଇ ମିଳିପାରୁନି କୌଣସି ପତ୍ତା ।

ପରିବାର ଲୋକେ ଏନେଇ ଆଖପାଖ ଅଞ୍ଚଳ ସହ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପଚରା ଉଚୁରା କରିବା ପରେ ବି କୌଣସି ସୁରାକ ନପାଇବାରୁ ଗୁରାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଥିଲେ ସୁଦ୍ଧା ଘଟଣାର 24 ଘଣ୍ଟା ବିତିଲା ପରେ ବି ଫଳ ଶୂନ । ତେବେ ଗୋଟିଏ ପଟେ ପିଲାଙ୍କ ଖବର ନପାଇ ପରିବାର ଲୋକ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅନ୍ୟପଟେ ଘଟଣାରେ ପୋଲିସର ନିରବତା ଗ୍ରାମରେ ଏକ ଅଜଣା ଆତଙ୍କ ସୃଷ୍ଟି କରିଛି ।

ସମ୍ପୃକ୍ତ ଘଟଣାରେ ଗୁରାଣ୍ଡି ଥାନା ଆଇଆଇସିଙ୍କୁ ତଦନ୍ତ ସମ୍ପର୍କରେ ପଚରା ଯିବାରୁ ସେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଦେଇଥିଲେ । ଯାହା ନିଖୋଜ ଛାତ୍ରଙ୍କ ପରିବାର ଲୋକଙ୍କୁ ଅଧିକ ଭୟଭୀତ କରିଛି । ତେଣୁ ଉପାୟଶୂନ୍ୟ ହୋଇ ଗଣମାଧ୍ୟମ ଆଗରେ ପିଲାଙ୍କୁ ଫେରେଇ ଆଣିବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

SLUG - CHILD MISSING
FORMAT - PKG
REPORTER- HARIHARA PATNAIK
PLACE - GAJAPATI
DATE - 03.11.2019
ଆଙ୍କର - 5ଛାତ୍ର ନିଖୋଜ ଘଟଣାକୁ ଇତି ମ୍ଧ୍ୟରେ ବିତିଛି 24ଘଣ୍ଟାରୁ ଅଧିକ ସମୟ  । ତଥାପି ଏଯାଏଁ ନିଖୋଜ ଛାତ୍ରଙ୍କର ପତାଲଗାଇବାରେ ଗଜପତି ପୋଲିସ ସଂପୁର୍ଣ୍ଣ ବିଫଳ ହୋଇଛି  । ସେପଟେ ନିଖୋଜ ଛାତ୍ରଙ୍କ ପରିବାର ଲୋକେ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ବେଳେ ପୋଲିସ କିନ୍ତୁ ନିଜ ବିଫଳତା ଲୁଚାଇବା ପାଇଁ ମୁହଁ ଖୋଲିବାକୁ ନାରାଜ  । 
ଭିଓ 01- ଶନିବାର ସକାଳୁ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର 5ଜଣ ଛାତ୍ର  । ତେବେ ଏହା ପର ଠାରୁ 5ଜଣ ଛାତ୍ରଙ୍କର ପତାମିଳୁ ନାହିଁ  । ସ୍କୁଲ ସମୟ ସରିବା ପରେ ବି ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପିଲାଙ୍କ ପତା ନମିଳିବା ପରେ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଗୁରାଣ୍ଡି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହୁଥିଲେ ମଧ୍ୟ ଆଜି ଯାଏଁ ସେମାନଙ୍କ ପତା ମିଳିପାରିନାହିଁ  । ସେପଟେ ନିଖୋଜ 5ଛାତ୍ରଙ୍କ ପରିବାର ଲୋକେ ଆଶା ଓ ଆଶଙ୍କାରେ ରହିଛନ୍ତି  । କାହାରି ଘରେ ଗତ 2ଦିନ ହେଲା ଚୁଲି ଜଳି ନାହିଁ  । ମାଁର ଆଖିରୁ ଲୁହ ଶୁଖୁନଥିବା ବେଳେ ବାପାର ଆଖିରୁ ନିଦ ହଜିଯାଇଛି  । ସେମାନେ ସେମାନଙ୍କ ପିଲାଙ୍କୁ ଖୋଜି ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି  । 
ବାଇଟ01- କରିଣ ନାୟକ ( ପରିବାର ଲୋକେ)
ବାଇଟ 02-ହରିକୃଷ୍ଣ ନାୟକ ( ପରିବାର ଲୋକେ )
ଭିଓ 02- ପିଲାମାନେ ନିଖୋଜ ହେବାର ଇତି ମଧ୍ୟରେ 24ଘଣ୍ଟା ବିତି ସାରିଥିବା ବେଳେ ସେମାନଙ୍କ ପତା ନମିଳିବା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି  । ପୁରା ଗାଁ ଏକ ପ୍ରକାର ସ୍ତବ୍ଧ  । ଶନିବାର ସକାଳୁ ସ୍କୁଲ ବସରେ ଯାଇ ଅଧବାଟରୁ ଓହ୍ଲାଇ ଚାଲିଯାଇଥିବା ଏହି ଛାତ୍ର ମାନେ ବର୍ତମାନ କେଉଁଠି ଏବଂ କିଭଳି ଅବସ୍ଥାରେ ରହିଛନ୍ତି ତାହା ସମସ୍ତଙ୍କୁ ଚିନ୍ତାଗସ୍ତ କରିଛି  । ତେବେ ପୋଲିସ ଏହାକୁ ନେଇ କି ପଦକ୍ଷେପ ଗ୍ରହଣ କରୁଛି ସେନେଇ କୌଣସି ପ୍ରତିକ୍ରୀୟା ଦେବାକୁ ମନା କରିଦେଇଥିବାରୁ ସନ୍ଦେହ ଆହୁରି ବଢିବାରେ ଲାଗିଛି  । 
ବାଇଟ 03-ନିରଜଂନ ଜେନା ( ପରିବାର ଲୋକେ )
ଫାଭିଓ - ଗୋଟିଏ ପଟେ ପିଲା ନିଖୋଜ ଅନ୍ୟ ପଟେ ପୋଲିସର ନିରବତା ପରିବାର ଲୋକଙ୍କୁ ଅଧିକ ଆଶଙ୍କା କରିବାକୁ ବାଧ୍ୟ କରିଛି  । ହେଲେ ନିଖୋଜ ପିଲାଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି  । 
...........ଗଜପତି ରୁ ହରିହର ପଟ୍ଟନାୟକ ଇଟିଭି ଭାରତ.....
Visual sent by ftp........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.