ETV Bharat / state

'ସ୍କୁଲରେ ନାହାଁନ୍ତି ସଂସ୍କୃତ ଶିକ୍ଷକ, କେମିତି ଦେବୁ ବୋର୍ଡ ପରୀକ୍ଷା ?' - ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

ମାସ ମାସ ଧରି ଖାଲି ପଡ଼ିଛି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ପଦବୀ । ଶିକ୍ଷକ ନିଯୁକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ମାସ ମାସଧିରି ଖାଲି ପଡ଼ିଛି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ପଦବୀ

author img

By

Published : Aug 17, 2023, 5:41 PM IST

Updated : Aug 17, 2023, 6:32 PM IST

ମାସ ମାସଧିରି ଖାଲି ପଡ଼ିଛି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ପଦବୀ

ଗଜପତି: ଶିକ୍ଷାର ଉନ୍ନତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଶିକ୍ଷାକୁ ସବୁଠାରୁ ବେଶି ଅନୁଦାନ ମିଳୁଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଏହାର ପ୍ରକୃତ ଚିତ୍ର ଅତ୍ୟନ୍ତ ବିକଳ । ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ସ୍କୁଲ ତାଲା ପାକାଇବା ସହ ଧାରଣାରେ ବସିଛନ୍ତି ଛାତ୍ରଛାତ୍ର ଓ ଅଭିଭାବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୁତାର ଗ୍ରାମରେ । ସ୍କୁଲରେ ସଂସ୍କୃତ ଶିକ୍ଷକ ନାହାନ୍ତି । ବାରମ୍ବାର ଦାବି ପରେ ମଧ୍ୟ ସଂସ୍କୃତ ଶିକ୍ଷକ ନିଯୁକ୍ତ ନହେବାରୁ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମିଳିତ ଭାବେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ସଂସ୍କୃତ ଶିକ୍ଷକ ନଆସିବା ଯାଏଁ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୁତାର ଗ୍ରାମର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନ କରାଯିବା ଏପରିକି ସ୍କୁଲରେ ତାଲା ପକାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସ୍କୁଲରେ ପ୍ରଥମରୁ 10ମ ଶ୍ରେଣୀ ଯାଏଁ ରହିଛି । ସ୍କୁଲ୍‌ରେ ପ୍ରାୟ 2ଶହ ଜଣ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି । ହାଇସ୍କୁଲସ୍ତରରେ ପ୍ରତି ବିଷୟ ପାଇଁ ଜଣେ ଲେଖାଏଁ ଶିକ୍ଷକ ରହିବା କଥା । କିନ୍ତୁ ଦୀର୍ଘ ଦିନ ହେବ ସ୍କୁଲ୍‌ରେ ସାହିତ୍ୟ କି ସଂସ୍କୃତ ଶିକ୍ଷକ ନିଥିବାରୁ ବୋର୍ଡ ପରୀକ୍ଷା ଦେବାକୁ ଥିବା 10ମ ଶ୍ରେଣୀର ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଛାତ୍ରଛାତ୍ରୀ କହିଛନ୍ତି,"3ମାସ ହେବ ସ୍କୁଲରେ ସଂସ୍କୃତ ଶିକ୍ଷକଙ୍କ ଅଭାବ ରହିଛି । ଫଳରେ ଏଫ୍-1 ପରୀକ୍ଷାରେ ସବୁ ପିଲାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅନ୍ୟ ବିଷୟକୁ ସ୍କୁଲର ଶିକ୍ଷକମାନେ ପଢ଼ାଇ ଦେଉଥିବା ବେଳେ ସଂସ୍କୃତ ବିଷୟ ପଢାଇବା ପାଇଁ କୌଣସି ଶିକ୍ଷକ ନାହାନ୍ତି । ଚଳିତ ବର୍ଷ ସ୍କୁଲ୍‌ ଖୋଲିବା ଦିନଠାରୁ ସଂସ୍କୃତ ଶିକ୍ଷକ ଅଭାବ ରହିଛି । ତେଣୁ ସେମାନେ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇଛନ୍ତି ।"

ଅଧିକ ପଢନ୍ତୁ: ମାସ ମାସ ଧରି ଖାଲି ପଡିଛି ପଦବୀ, ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ ସହ ସ୍କୁଲ୍‌ରେ ପଡ଼ିଲା ତାଲା

ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଭୂୟାଁ କହିଛନ୍ତି,"ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୀର୍ଘ ଦିନ ହେଲା ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏହାକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀ ସ୍କୁଲରେ ତାଲା ପକାଇଛନ୍ତି ।" ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଭୂୟାଁ କହିଛନ୍ତି,"ଦୀର୍ଘ ଦିନ ହେଲା ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି । ଏହାକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀ ସ୍କୁଲରେ ତାଲା ପକାଇଛନ୍ତି । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।"

ଇଟିଭି ଭାରତ, ଗଜପତି

Last Updated : Aug 17, 2023, 6:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.