ETV Bharat / state

ଦ୍ବନ୍ଦ, ପ୍ରତିବାଦ ଘେରରେ ଶତାୟୁ ପୌର ପରିଷଦର କୋଠା ଭଙ୍ଗା କାମ - ପୌର ପରିଷଦର ପୁରୁଣା କୋଠା ଭାଙ୍ଗିବା

1885 ମସିହାରେ ପ୍ରତିଷ୍ଠା ହୋଇଥିବା ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟ ଚାଲୁଥିବା ପୁରୁଣା କୋଠା ବିପଦ ସଙ୍କୁଳ ହୋଇପଡିଥିବା ନେଇ ବୈଷୟିକ କମିଟି ଘୋଷଣା କରିବା ପରେ ନୂତନ କୋଠାକୁ କାର୍ଯ୍ୟାଳୟ ଘୁଞ୍ଚାଇବା ସହ ପୌର ପରିଷଦର ପୁରୁଣା କୋଠା ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ଏହାକୁ କିଛି ଲୋକ ଐତିହ୍ୟ ଦ୍ବାହି ଦେଇ ବିରୋଧ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ତୁରନ୍ତ ଭାଙ୍ଗିବାକୁ ଦାବି କରୁଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Aug 21, 2019, 11:26 AM IST

ଗଜପତି: ରାଜ୍ୟର ଦ୍ବିତୀୟ ଶତାୟୁ ପୁରାତନ ପୌର ପରିଷଦ କୋଠା ଭାଙ୍ଗିବାକୁ ନେଇ ଦେଖାଦେଇଛି ଦ୍ବନ୍ଦ । ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଯାଇଥିବା ଏହି ପୁରାତନ କୋଠାକୁ ଭାଙ୍ଗିବା ପାଇଁ କିଛି ଗୋଷ୍ଠୀ ଦାବି କରୁଥିବା ବେଳେ, କିଛି ଏହାକୁ ନେଇ ପ୍ରତିବାଦ କରୁଛନ୍ତି। ପୌର ପରିଷଦ କୋଠା ଭଙ୍ଗାକୁ ନେଇ ଚାଲିଥିବା ବାକ୍‌ଯୁଦ୍ଧ ଫଳରେ ଏହି କାମ ଅଧାରେ ଝୁଲି ରହିଛି ।

ସୂଚନା ଅନୁସାରେ 1885 ମସିହାରେ ପ୍ରତିଷ୍ଠା ହୋଇଥିବା ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟ ଚାଲୁଥିବା ପୁରୁଣା କୋଠା ବିପଦ ସଙ୍କୁଳ ହୋଇପଡିଥିବା ନେଇ ବୈଷୟିକ କମିଟି ଘୋଷଣା କରିବା ପରେ, ନୂତନ କୋଠାକୁ କାର୍ଯ୍ୟାଳୟ ଘୁଞ୍ଚାଇବା ସହ ପୁରୁଣା କୋଠା ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ଏହାକୁ କିଛି ଲୋକ ଐତିହ୍ୟର ଦ୍ବାହି ଦେଇ ବିରୋଧ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ତୁରନ୍ତ ଭାଙ୍ଗିବାକୁ ଦାବି କରୁଛନ୍ତି । ତେବେ ଏଭଳି ବାଦ ବିବାଦ ମଧ୍ୟରେ ଭଙ୍ଗାକାମ ଅଧାରେ ଅଟକି ରହିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ବିପଦ ସଙ୍କୁଳ କୋଠା ଭାଙ୍ଗିବାକୁ ନେଇ ବାଦ ବିବାଦ ଚାଲିଥିବା ବେଳେ ପ୍ରଶାସନ ଏହାକୁ ନେଇ ଦ୍ବନ୍ଦରେ ପଡିଛି । ପୁରୁଣା କୋଠା ବିପଦ ସଙ୍କୁଳ ହୋଇପଡିଥିବା ନେଇ ବୈଷୟିକ କମିଟି ଜଣାଇବା ପରେ ଏହାକୁ ଭାଙ୍ଗିବା ପାଇଁ ଟେଣ୍ଡର ମଧ୍ୟ ହୋଇଥିଲା । ତେବେ ଲୋକଙ୍କ ପ୍ରତିବାଦ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି । ଏଥିପାଇଁ ଜିଲ୍ଲାପାଳ ଆସନ୍ତାକାଲି ଏକ ବୈଠକର ଆୟୋଜନ କରିଛନ୍ତି । ଯେଉଁଠି ଏ ସମ୍ପର୍କରେ ଲୋକଙ୍କ ମତାମତ ଗ୍ରହଣ କରାଯିବ ବୋଲି ପୌର ପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି।

ପୁରାତନ କୋଠାକୁ ଭାଙ୍ଗିବା ପାଇଁ କିଛି ଲୋକ କହୁଥିବା ବେଳେ କିଛି ଲୋକେ ଏହାର ପ୍ରତିବାଦ କରୁଛନ୍ତି । ତେବେ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା କଣ ହେବ ତାହା ଆସନ୍ତାକାଲି ଆୟୋଜିତ ହେଉଥିବା ବୈଠକରେ ଜଣାପଡିବ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - MUNCIPALITY DISPUT
FORMAT- PKG
REPORT- HARIHARA PATNAIK
PLACE - GAJAPATI
DATE - 20.08.2019
ଆଙ୍କର - ଓଡିଶାର ଦ୍ବତୀୟ ପୁରାତନ ପୌର ପରିଷଦ କୋଠା ଭାଙ୍ଗିବାକୁ ନେଇ ଦେଖାଦେଇଛି ଦ୍ବନ୍ଦ । 1885 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପୌର ପରିଷଦର କାର୍ଯ୍ୟାଳୟ ଚାଲୁଥିବା ପୁରୁଣା କୋଠା ବିପଦ ସଙ୍କୁଳ ହୋଇପଡିଥିବା ନେଇ ବୈଷୟିକ କମିଟି ଘୋଷଣା କରିବା ପରେ ନୂତନ କୋଠାକୁ କାର୍ଯ୍ୟାଳୟ ଘୁଞ୍ଚାଇବା ସହ ପୁରୁଣା କୋଠା ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ଏହାକୁ କିଛି ଲୋକ ଐତିହର ଦ୍ବାହୀ ଦେଇ ବିରୋଧ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ତୁରନ୍ତ ଭାଙ୍ଗିବାକୁ ଦାବୀ କରୁଛନ୍ତି । ତେବେ ଏଭଳି ବାଦ ବିବାଦ ମଧ୍ୟରେ ଭଙ୍ଗାକାମ ଅଧାରେ ଅଟକିଛି ।
Body:ଭିଓ 01- 1885 ମସିହାରେ ପାରଳାଖେମୁଣ୍ଡି ସହରର ଉନ୍ନତି ପାଇଁ ଗଠନ ହୋଇଥିଲା ପାରଳାଖେମୁଣ୍ଡି ପୌର ପରିଷଦ । ଓଡିଶାର ଦ୍ବୀତିୟ ପୁରାତନ ଏହି ପୌର ପରିଷଦ ଏହା ପୂର୍ବରୁ ନିର୍ମାଣ ହୋଇଥିବା ଏକ କୋଠାରେ ଆରମ୍ଭ ହୋଇଥିଲା । ଯାହାକି ଗଲା 2ମାସ ପୂର୍ବ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେଉଥିଲା । ଏପରିକି ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଇନଥିଲା । ତେବେ ପୁରୁଣା କୋଠାଟି ବିପଦ ସଂଙ୍କୁଳ ଅବସ୍ଥାକୁ ଚାଲିଆସିଥିବା ବେଳେ ଏହା କେତେବେଳେବି ସମସ୍ୟା ସୃଷ୍ଟି କରିପାରେ ବୋଲି ଏକ ବୈଷୟିକ କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାଳୟ ସ୍ଥାନ୍ତାନ୍ତର କରାଯାଇ ପୁରୁଣା କୋଠା ଭାଙ୍ଗିବା ପାଇଁ କାମ ଆରମ୍ଭ ହୋଇଥିଲା । ତେବେ କିଛି ଲୋକ ଐତିହର ଦ୍ବାହୀ ଦେଇ ଏହାକୁ ନଭାଙ୍ଗିବାକୁ ଦାବୀ କରିଥିଲେ । ଯଦିଓ ବର୍ତମାନ ସୁଧା ସେମାନେ କୌଣସି ଐତିହାସିକ ତଥ୍ୟ ପ୍ରଦାନ କରିପାରିନାହାଁନ୍ତି ତଥାପି ଲୋକଙ୍କୁ କଥାକୁ ଗୁରୁତ୍ବ ଦେଇ ଭଙ୍ଗା କାମକୁ ଅଧାରେ ରିଖିଛି ପ୍ରଶାସନ । ହେଲେ ଏହି କାମ ବନ୍ଦ ହେବା ପରେ କିଛି ଲୋକ ପ୍ରତିବାଦ କରିବାସହ ତୁରନ୍ତ ବିପଦ ସଂଙ୍କୁଳ କୋଠାକୁ ଭାଙ୍ଗିବା ପାଇଁ ଦାବୀ କରିଛନ୍ତି ।
         ବାଇଟ 01-ନବିନାନନ୍ଦ ଗନ୍ତାୟତ ( କୋଠା ଭଙ୍ଗାକୁ ପ୍ରତିବାଦ କରୁଥିବା ଗୋଷ୍ଠୀ)
         ବାଇଟ 02- ବସନ୍ତ କୁମାର ପଣ୍ଡା ( କୋଠା ଭଙ୍ଗାକୁ ସମର୍ଥନ କରିଥିବା ଗୋଷ୍ଠୀ )
ଭିଓ 02- ବିପଦ ସଂଙ୍କୁଳ କୋଠା ଭାଙ୍ଗିବାକୁ ନେଇ ବାଦ ବିବାଦ ଚାଲିଥିବା ବେଳେ ପ୍ରଶାସନ ଏହାକୁ ନେଇ ଦ୍ବନ୍ଦରେ ପଡିଛି । ପୁରୁଣା କୋଠାଟି ବିପଦ ସଂଙ୍କୁଳ ହୋଇପଡିଥିବା ନେଇ ବୈଷୟିକ କମିଟି ଜଣାଇବା ପରେ ଏହାକୁ ଭାଙ୍ଗିବା ପାଇଁ ଟେଣ୍ଡର ମଧ୍ୟ ହୋଇଯାଇଥିଲା । ତେବେ ଲୋକଙ୍କ ପ୍ରତିବାଦ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି । ଏଥିପାଇଁ ଜିଲ୍ଲାପାଳ ଏକ ଆସନ୍ତାକାଲି ଏକ ବୈଠକର ଆୟୋଜନ କରିଛନ୍ତି । ଯେଉଁଠି ଏନେଇ ଲୋକଙ୍କ ମତାମତ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି ।
         ବାଇଟ 03- ଅଶୋକ କୁମାର ରାଉତ ( ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ପୌରପରିଷଦ)
Conclusion:ଫାଭିଓ - ପୁରାତନ କୋଠାଟିକୁ ଭାଙ୍ଗିବା ପାଇଁ କିଛି ଲୋକ କହୁଥିବା ବେଳେ କିଛି ଲୋକେ ଏହା ପ୍ରତିବାଦ କରୁଛନ୍ତି । ତେବେ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା କଣ ହେବ ତାହା ଆସନ୍ତାକାଲିର ବୈଠକରେ ହିଁ ଜଣାପଡିବ ।.......
.............. ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ ।...............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.