ETV Bharat / state

ଅସହାୟଙ୍କୁ ରନ୍ଧା ଖାଦ୍ୟ ଦେଲା ପାରଳାଖେମୁଣ୍ଡି ପୌର ପରିଷଦ - distributes cooked food to the needy

ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସାହି ବସ୍ତିରେ ରହୁଥିବା ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

paralakhemundi-municipal-council-distributes-cooked-food-to-the-needy
ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଅସହାୟ ଲୋକଙ୍କୁ ରନ୍ଦା ଖାଦ୍ୟ ବଣ୍ଟନ
author img

By

Published : Apr 23, 2020, 4:58 PM IST

ଗଜପତି: ଲକଡାଉନ ସମୟରେ ଯେପରି କୌଣସି ଲୋକ ଭୋକିଲା ନ ରୁହନ୍ତି, ତାହାକୁ ଆଖି ଆଗରେ ରଖି ପ୍ରତ୍ୟେକ ସହରାଞ୍ଚଳ ଏବଂ ପଞ୍ଚାୟତରେ ଅସହାୟ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଆଧାରରେ ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସାହି ବସ୍ତିରେ ରହୁଥିବା ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଅସହାୟ ଲୋକଙ୍କୁ ରନ୍ଦା ଖାଦ୍ୟ ବଣ୍ଟନ

ପ୍ରତ୍ୟେକ ସାହି ଏବଂ ଗଳିରେ ଅସହାୟଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଉଛି । ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ସହରର ପ୍ରାୟ 1000 ଲୋକଙ୍କୁ ଦୁଇ ଓଳି ଏହା ପ୍ରଦାନ କରାଯାଉଛି । ସ୍ଥାନୀୟ ରୋଟାରୀ ହଲଠାରେ ଖାଦ୍ୟ ପ୍ରସ୍ତୁତି କରାଯିବା ପରେ ଅଧିକାରୀମାନେ ଏହାର ମାନ ଯାଞ୍ଚ କରୁଛନ୍ତି । ଏହା ପରେ ରନ୍ଧା ହୋଇଥିବା ଭାତ, ଡାଲି ଏବଂ ଦୁଇ ପ୍ରକାର ତରକାରୀକୁ ପ୍ୟାକିଂ କରାଯାଇ ବଣ୍ଟନ କରାଯାଉଛି । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ତତ୍ବଧନରେ ରନ୍ଦା ଖାଦ୍ୟ ଯୋଗାଇ ଦିଆଯାଉଛି । ଲକଡାଉନ ହଟିବା ଯାଏଁ ଏହା ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.