ETV Bharat / state

ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର: ରାଜ୍ୟପାଳ

author img

By ETV Bharat Odisha Team

Published : Jan 11, 2024, 10:31 AM IST

Governor visits Gajapati: ଦିନିକିଆ ଗଜପତି ଗସ୍ତରେ ରାଜ୍ୟପାଳ । ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଆଲୋଚନା । ଅଧିକ ପଢ଼ନ୍ତୁ

ଗଜପତି ଗସ୍ତରେ ରାଜ୍ୟପାଳ
ଗଜପତି ଗସ୍ତରେ ରାଜ୍ୟପାଳ

ଗଜପତି ଗସ୍ତରେ ରାଜ୍ୟପାଳ

ଗଜପତି: ଦିନିକିଆ ଗଜପତି ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଦିନିକିଆ ଗସ୍ତରେ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ଗୋଷାଣି ପଞ୍ଚାୟତ ସମିତିଠାରେ ରାଜ୍ୟପାଳ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ଗଜପତି ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ସେଠାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ’’ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର, ଭାରତୀୟ କୁଟୁମ୍ବ ବ୍ୟବସ୍ଥାର ଧାରକ l ସେମାନଙ୍କ ସାମର୍ଥ୍ୟର ସଫଳ ଉପଯୋଗରେ ଦେଶର ଉନ୍ନତି l ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଭାରତରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି l ଏହାକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି l’’ ସରକାରୀ ଯୋଜନାର ଲାଭ ନେବାକୁ ରାଜ୍ୟପାଳ ଗଜପତି ଜିଲ୍ଲାର ଗୋଷାଣି ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ପରାମର୍ଶ ଦେଇଛନ୍ତି l ଏହା ସହିତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ହିତାଧିକାରୀ ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

ଏହା ସହିତ ଗୋଷାଣିରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ପରେ ପରେ ରାଜ୍ୟପାଳ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ ଥିବା ଶ୍ରୀରାମଲିଙ୍ଗେଶ୍ବର ମହାଦେବ ପୀଠ ଯାଇ ପୂଜାର୍ଚ୍ଚନା କରିଥିଲେ । ପରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟସମ୍ପଦ ଜାଗୃତା ଅଭିଯାନଙ୍କୁ ଶୁଭ ଉଦଘାଟନ କରିଥିଲେ । ସେଠାରେ ଥିବା ବିଭିନ୍ନ ଷ୍ଟଲ୍ ଯଥା-ମତ୍ସ୍ୟ, ପ୍ରାଣୀ ଚିକିତ୍ସା, କୃଷି ଉଦ୍ୟାନ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଷ୍ଟଲକୁ ଯାଇ ହିତାଧିକାରୀ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ।

ସେଠାରେ ସେ ହିତାଧିକାରୀଙ୍କୁ କହିଥିଲେ ’’ଆତ୍ମନିର୍ଭର କୃଷକ ଆତ୍ମନିର୍ଭର ଭାରତର ଆଧାରରେ କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉପଯୋଗ କରିବା ଦରକାର l ’’ ବିକଶିତ ଭାରତ ନିର୍ମାଣ ପାଇଁ ସମସ୍ତେ କାମ କରିବାକୁ ରାଜ୍ୟପାଳ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟ, କୃଷି, ପ୍ରାଣୀସମ୍ପଦ ଓ ଉଦ୍ୟାନ କୃଷକଙ୍କୁ ଉପଦେଶ ଦେଇଥିଲେ l

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଫୋକସରେ ଭୋଟହାର ବୃଦ୍ଧି, ଶଶୀ ଓ ବଦ୍ରି କହିଲେ ସିଟ୍‌ ସଂଖ୍ୟା ବି ବଢ଼ିବ

ଅପରାହ୍ନରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଜୀବା ପଞ୍ଚାୟତର ପଦ୍ମପୁର ଗ୍ରାମ ଗସ୍ତ କରି ଗାଁର ଲୋକମାନଙ୍କ ସହିତ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ରାଜ୍ୟପାଳ । ଭାରତର ଆତ୍ମା ଗାଁରେ ଅଛି । ଗାଁର ପ୍ରଗତିରେ ଦେଶର ପ୍ରଗତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଗ୍ରାମ୍ୟ ବିକାଶ ଉପରେ ଗୁରୁତ୍ଵାରୋପ କରାଯାଇଛି l ଗରିବଙ୍କ ଜୀବନ ଜୀବିକାମାନଙ୍କର ଉନ୍ନତି ଆଣିବାକୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ରାଜ୍ୟପାଳ କହିବା ସହ ଲୋକଙ୍କ ବିଭିନ୍ନ ଅଭାବ ଅଭିଯୋଗ ସମସ୍ୟା ଶୁଣି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l

ରାଜ୍ୟପାଳଙ୍କ ଏହି ଦିନିକିଆ ଗସ୍ତରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.