ETV Bharat / state

ଗଜପତିରେ ନୂଆ ଅଦାଲତ କୋଠା ଉଦଘାଟିତ - ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌

ଗଜପତିରେ ନୂତନ ଅଦାଲତ କୋଠା ଉଦଘାଟିତ ହୋଇଛି । ଭିସି ଯୋଗେ ଏହାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ନୂତନ ଅଦାଲତ କୋଠା
ନୂତନ ଅଦାଲତ କୋଠା
author img

By

Published : Nov 20, 2020, 9:22 PM IST

ଗଜପତି: ଜିଲ୍ଲାରେ ବହୁ ପ୍ରତିକ୍ଷିତ ନୂତନ ଅଦାଲତ କୋଠା ଶୁକ୍ରବାର ଉଦଘାଟିତ ହୋଇଛି । ସାଢେ 21 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାକୁ ଅନଲାଇନରେ ଉଦଘାଟନ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ।

ନୂତନ ଅଦାଲତ କୋଠା

ଗଜପତି ଜିଲ୍ଲାରେ ଧିରେ ଧିରେ ବିଭିନ୍ନ ଅଞ୍ଚଳରେ ଅଦାଲତ ଖୋଲାଯିବା ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରୟାସ କରାଯାଉଛି । ପାରଳାଖେମୁଣ୍ଡିରେ ପରିବାର ଅଦାଲତ ଏବଂ ଭିଜିଲାନ୍ସ ଅଦାଲତ ମଧ୍ୟ ଅତିଶୀଘ୍ର ହେବା ସମ୍ଭାବନା ରହିଛି । ତେଣୁ ସମସ୍ତେ ଯେଭଳି ନ୍ୟାୟ ପାଇବେ ସେ ଦିଗରେ ସମସ୍ତେ କାମ କରିବା ଆବଶ୍ୟକ ବୋଲି ଏହି ଅବସରରେ ଜିଲ୍ଲା ଦୌରାଜଜ୍ ଦିଶ୍ବଜିତ୍ ଦାଶ କହିଛନ୍ତି ।

ସେହିପରି ଜିଲ୍ଲାପାଳ ଅନୁପମ ଶାହା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,‘ଏହା ଦୀର୍ଘଦିନର ଆବଶ୍ୟକତା ଥିଲା । ଆଜି ତାର ଶୁଭ ଉଦଘାଟନ ହୋଇଛି । ତେଣୁ ଏହା ସମସ୍ତଙ୍କ ପାଇଁ କାମରେ ଆସିବ ।’

ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲା ଦୌରା ଜଜ୍‌ ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀ ଉପସ୍ଥିତ ଥିବାବେଳେ ପାରଳାଖେମୁଣ୍ଡିରେ ଜିଲ୍ଲା ଦୌରାଜଜ ବିଶ୍ବଜିତ ଦାଶଙ୍କ ସହିତ ଅନେକ ବିଚାରପତି ଓ ଆଇନଜୀବୀ ସାମିଲ ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.