ETV Bharat / state

7 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କୃଷକ ନେତା ରଣଜିତ ପଟ୍ଟନାୟକଙ୍କ ନେତୃତ୍ବରେ 7 ଦଫା ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ । ଅଧିକ ପଢନ୍ତୁ

author img

By

Published : Feb 24, 2023, 10:26 AM IST

naba nirmana krushak union protest
naba nirmana krushak union protest
naba nirmana krushak union protest

ଗଜପତି: 7 ଦଫା ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । କୃଷକ ନେତା ରଣଜିତ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ଗଜପତି ଜିଲ୍ଲାରେ ଜଳସେଚନର ସ୍ଥିତି ଅତ୍ୟନ୍ତ ନୈରାଶ୍ୟ ଜନକ । ତେଣୁ ତୁରନ୍ତ ସମସ୍ତ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ଏଥିସହ ଚାଷୀଙ୍କୁ ସାର ଓ ବିହନ ଠିକଣା ସମୟରେ ଯୋଗାଇ ଦେବା ସହ କଳାବଜାରୀଙ୍କୁ ଦଣ୍ଡ ଦିଆଯାଉ । ଏଥିସହ ଜିଲ୍ଲାରେ ମଣ୍ଡି ଖୋଲି ଚାଷୀଙ୍କୁ ଶୋଷଣରୁ ରକ୍ଷା କରାଯିବା ସହ ମିଲେଟ ମିଶନ ବାଡି ଯୋଜନାରେ ହେଉଥିବା ସରକାରୀ ଅର୍ଥ ହରି ଲୁଟକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଚାଷୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଇବା ସହ ଜିଲ୍ଲାରେ କାଜୁ ପ୍ରକ୍ରିୟା କରଣ ପାଇଁ ମୂଲ୍ୟଯୁକ୍ତ ଶିଳ୍ପ ପ୍ରତିଷ୍ଠା କରିବା ଏବଂ ବୃଦ୍ଧ ଚାଷୀଙ୍କୁ ମାସିକ 2 ହଜାର ଟଙ୍କାର ଭତ୍ତା ପ୍ରଦାନ କରିବା ଆଦି 7 ଦଫା ଦାବିକୁ ନେଇ ବିକ୍ଷୋଭ କରିଛନ୍ତି ।

ଏଥିସହ ଜିଲ୍ଲାର ଅଧିକାଂଶ ଜମିକୁ ଏଯାଏଁ ଜଳସେଚନର ସୁବିଧା ମିଳିପାରିନାହିଁ । ଫଳରେ ଚାଷୀମାନେ କ୍ଷତିରେ ପଡୁଛନ୍ତି । ତେଣୁ ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ସମସ୍ତ ଜମିକୁ କିଭଳି ଜଳସେଚନ ସୁବିଧା ମିଳିପାରିବ ସେନେଇ ପଦକ୍ଷେପ ନେବା ଆବଶ୍ୟକ। ସେହିଭଳି ଜିଲ୍ଲାରେ ଚାଷୀଙ୍କୁ ସାର ଓ ବିହନ ଠିକଣା ସମୟରେ ନଦେଇ ସେଗୁଡିକର କଳାବଜାରୀ କରାଯାଉଛି । ତେଣୁ କଳାବଜାରୀଙ୍କୁ ଠାବ କରି ଦଣ୍ଡ ଦେବା ସହ ଚାଷୀଙ୍କୁ ଠିକ ସମୟରେ କିଭଳି ମିଳିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ତେବେ ଜିଲ୍ଲାରେ କପା ଉତ୍ପାଦନ ହେଉଥିଲେ ମଧ୍ୟ ଚାଷୀମାନେ ଏହାକୁ ବିକ୍ରି କରିବାକୁ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରୁଛନ୍ତି । ଫଳରେ ସେମାନେ ଶୋଷଣର ଶିକାର ହେଉଛନ୍ତି । ତେଣୁ ତୁରନ୍ତ ଜିଲ୍ଲାରେ କପାମଣ୍ଡି ଖୋଲାଯାଉ ବୋଲି ନବ ନିର୍ମ।ଣ କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଅତିଶୀଘ୍ର ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ତେବେ ଏନେଇ କୃଷକ ନେତା ରଣଜିତ ପଟ୍ଟନାୟକ କହିଛନ୍ତି ," ଗଜପତି ଜିଲ୍ଲାରେ ଚାଷୀମାନଙ୍କ ସମସ୍ୟା ସମାଧାନରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ପ୍ରଥମ କଥା ହେଉଛି ଚାଷୀଙ୍କ ପାଖରେ ପାଣି ନାହିଁ ଚାଷ କରିବାକୁ । ତେବେ ଏଭଳି ଅନେକ ସମସ୍ୟାର ସମାଧାନ ନେଇ ଆମେ ଦାବି କରିଛୁ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.