ଗଜପତି: ପାରଳାଖେମୁଣ୍ଡିରେ ହାଇଟେକ ଗ୍ରୁପ୍ ଅଧ୍ୟକ୍ଷଙ୍କ ଦ୍ବାରା ଏକ ନୂତନ ଘରୋଇ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଡ.ତିରୁପିତ ପାଣିଗ୍ରାହୀଙ୍କ ନାମରେ ନାମିତ ଏହି ହସ୍ପିଟାଲରେ ଅତ୍ୟାଧୁନିକ ସିଟି ସ୍କାନ, ଅଲଟ୍ରାସାଉଣ୍ଡ, ଇସିଜି ଓ ଡିଜିଟାଲ ଏକ୍ସ୍ରେ ଇତ୍ୟାଦି ଚିକିତ୍ସା ବ୍ୟବସ୍ଥା ରହିଛି ।
ଏହି ଅବସରରେ ଡ.ତିରୁପତି ପାଣିଗ୍ରାହୀ ଏବଂ ତାଙ୍କ ପରିବାର ଲୋକେ ସାମିଲ ହୋଇ ହସ୍ପିଟାଲର ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ହସ୍ପିଟାଲରେ ବର୍ତ୍ତମାନ ପାଇଁ 28ଟି ରୋଗୀ ସେବା ବେଡ଼ ବା ଶଯ୍ୟା ଉପଲବ୍ଧ କରାଯାଇଛି । ପରବର୍ତ୍ତି ସମୟରେ ଓଡିଶାର ବିଭିନ୍ନ ଅଞ୍ଚଳରେ ସୁପର ସ୍ପେସାଲିଟି ଡାକ୍ତରଙ୍କୁ ଅଣାଯାଇ 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବାର ଲକ୍ଷ୍ୟ ରଖାଯାଇଛି ।
ସେପଟେ ଏନେଇ ସୂଚନା ଦେଇଛନ୍ତି ହାଇଟେକ ଗ୍ରୁପ ଅଧ୍ୟକ୍ଷ । ଏହା ସହ ବରିଷ୍ଠ ନାଗରିକ ମାନଙ୍କୁ ହାତ ପାଆନ୍ତାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହି ହସ୍ପିଟାଲର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଡ.ତିରୁପତି ପାଣିଗ୍ରାହୀ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ