ETV Bharat / state

ମା' ଭବାନୀଙ୍କ ମନ୍ଦିରରେ ମକର ଉତ୍ସବ: ଲିଆମୁଆଁ ସାଙ୍ଗକୁ ମକରଚାଉଳ ଭୋଗ - ମକର ଉତ୍ସବ

ଗଜପତିର ରାଜଗୁରୁ ସାହି ଛକ ନିକଟସ୍ଥ ମା' ଭବାନୀଙ୍କ ମନ୍ଦିରରେ ନିରାଡମ୍ବର ସହିତ ମକର ଉତ୍ସବ ପାଳିତ ହୋଇଛି । ଅଧିକ ପଢନ୍ତୁ...

Makar Sankranti celebrated at Maa Bhabani's temple in Gajapati
ମା' ଭବାନୀଙ୍କ ମନ୍ଦିରରେ ନିରାଡମ୍ବର ସହିତ ମକର ଉତ୍ସବ ପାଳିତ
author img

By

Published : Jan 14, 2021, 3:56 PM IST

Updated : Jan 14, 2021, 4:08 PM IST

ଗଜପତି: ଜିଲ୍ଲାରେ ମକର ଉତ୍ସବକୁ ପ୍ରତିବର୍ଷ ଧୁମଧାମରେ ପାଳନ କରାଯାଉଥିଲେ ହେଁ ଚଳିତବର୍ଷ ଉତ୍ସବ ଫିକା ପଡିଯାଇଛି । ମକର ଉତ୍ସବକୁ କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବର ସହିତ ପାଳନ କରାଯାଇଛି ।

ଏହି ଦିନ ଭଗବାନଙ୍କ ନିକଟରେ ମକର ଚାଉଳ ସହ ଲିଆମୁଆଁ ଭୋଗ ଲଗାଯାଏ । ପାରଳାଖେମୁଣ୍ଡିରେ ପ୍ରତିବର୍ଷ ମା' ଭବାନୀଙ୍କ ନିକଟରେ ମଧ୍ଯ ବହୁ ଆଡମ୍ବର ସହିତ ପୂଜା ହୁଏ । ଚଳିତବର୍ଷ ପାରଳାଖେମୁଣ୍ଡିର ରାଜଗୁରୁ ସାହି ଛକ ନିକଟସ୍ଥ ମା' ଭବାନୀଙ୍କ ମନ୍ଦିରରେ ମକର ପୂଜା ପାଳିତ ହୋଇଛି ।

ମା' ଭବାନୀଙ୍କ ମନ୍ଦିରରେ ମକର ଉତ୍ସବ: ଲିଆମୁଆଁ ସାଙ୍ଗକୁ ମକରଚାଉଳ ଭୋଗ

ଭକ୍ତମାନେ ମା'ଙ୍କୁ ଦର୍ଶନ କରିବା ସହିତ ଭୋଗ ଏବଂ ପଣାର ଭରପୂର ମଜା ନେଇଛନ୍ତି । କୋଭିଡ କଟକଣା ଯୋଗୁଁ ଗତବର୍ଷ ଉତ୍ସବଗୁଡିକୁ ନିରାଡମ୍ବର ସହିତ ପାଳନ କରାଯାଇଛି । ତେବେ ଏବର୍ଷ ମଧ୍ୟ କୋରୋନାର ପ୍ରଭାବ ଦେଖିବାକୁ ମିଳିଛି । କୋରୋନା ମହାମାରୀରୁ ବିଶ୍ବକୁ ରକ୍ଷା କରିବା ପାଇଁ ଭକ୍ତମାନେ ମା' ଭବାନୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 14, 2021, 4:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.