ଗଜପତି: ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ନିକଟରେ ଥିବା ସୀତା ପଥର ପାହାଡ ଉପରେ ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଗଜପତି ଗଞ୍ଜାମ ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଲକ୍ଷ ଲକ୍ଷ ଲୋକେ ପାହାଡ ଚଢ଼ି ଏହି ଯାତ୍ରାରେ ସାମିଲ୍ ହୋଇଥାନ୍ତି। ହେଲେ ଚଳିତ ବର୍ଷ କୋଭିଦ କଟକଣା ଯୋଗୁଁ ଜିଲ୍ଳା ପ୍ରଶାସନ ଏହି ଯାତ୍ରା ବନ୍ଦ କରିଛି, କେବଳ ସୀମିତ ପୂଜକ ଯାଇ ପୂଜା କରିବେ କିନ୍ତୁ ସାଧାରଣ ଲୋକେ ପାହାଡ ଉପରକୁ ଯିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ