ETV Bharat / state

ମହାଦେବଙ୍କ ପୀଠରେ ଲାଗି ହୁଏ ମଦ ଓ କାନ୍ଦୁଲ ସିଝା, ଜାଣନ୍ତୁ ଲଙ୍ଗଳେଶ୍ବରଙ୍କ ମହିମା

ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ତିତିସିଂ ଗ୍ରାମରେ ନିଆରା ଢଙ୍ଗରେ ପୂଜା ପାଉଛନ୍ତି ଓ ନିଆରା ଭୋଗରେ ସନ୍ତୁଷ୍ଟ ହେଉଛନ୍ତି ଲଙ୍ଗଳେଶ୍ୱର ମହାଦେବ । ଏଠାରେ ରନ୍ଧା ମଦ ଓ କାନ୍ଦୁଲ ସିଝାକୁ ମହାପ୍ରଭୁ ଲଙ୍ଗଳେଶ୍ୱରଙ୍କ ପ୍ରିୟ ଭୋଗ ଭୋବା ଆଦିମ କାଳରୁ ଅର୍ପଣ କରାଯାଉଛି । ଅଧିକ ପଢ଼ନ୍ତୁ

author img

By

Published : Feb 18, 2023, 10:23 PM IST

ମହାଦେବଙ୍କ ପୀଠରେ ଲାଗି ହୁଏ ମଦ ଓ କାନ୍ଦୁଲ ସିଝା

ଗଜପତି: ମହାପ୍ରଭୁ ଭୋଳାନାଥଙ୍କ ନିକଟରେ ଭାଙ୍ଗ ଓ ଗଞ୍ଜେଇ ପ୍ରସାଦ ଭାବେ ଲାଗୁଥିବାର ତ ଆପଣ ଶୁଣିଥିବେ । ହେଲେ ବହୁ ବର୍ଷ ଧରି ଏକ ନିଆରା ଢଙ୍ଗରେ ପୂଜା ପାଉଛନ୍ତି ଓ ନିଆରା ଭୋଗରେ ସନ୍ତୁଷ୍ଟ ହେଉଛନ୍ତି ଲଙ୍ଗଳେଶ୍ୱର ମହାଦେବ । ଆମେ କହୁଛୁ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମ ନିକଟସ୍ଥ ତିତିସିଂ ଗ୍ରାମରେ ବିରାଜମାନ କରିଥିବା ବାବା ଲଙ୍ଗଳେଶ୍ୱରଙ୍କ ବିଷୟରେ । ଆଦିମ କାଳରୁ ଏଠାରେ ଏଠାକାର ଆଦିବାସୀମାନେ ବନ୍ୟଜାତ ଖାଦ୍ୟ ଓ ରନ୍ଧା ମଦକୁ ମହାପ୍ରଭୁ ଲଙ୍ଗଳେଶ୍ୱରଙ୍କ ପାଖରେ ଭୋଗ ଲଗାଇ ଆସୁଛନ୍ତି ।

ଆଜି ହେଉଛି ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରି । ଏଥିପାଇଁ ଗଜପତି ଜିଲ୍ଲାର ସମସ୍ତ ଶୈବପୀଠରେ ଭୋର ସକାଳରୁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ସମସ୍ତ ଶୈବପୀଠରେ ମହାଦେବଙ୍କ ପୂଜାର୍ଚ୍ଚନା ଜୋରସୋରରେ ଚାଲିଛି । ଏହି ମହାନ ଶିବରାତ୍ରି ଦିନ ରାତି ଉଜାଗର ରହି ଦୀପଦାନ କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉଥିବା ବିଶ୍ୱାସ ରହିଛି । ସେଥିଲାଗି ସମସ୍ତ ଶ୍ରଦ୍ଧାଳୁ ଆଜିର ଦିନରେ ଉପବାସ, ବ୍ରତ ଓ ମାନସିକ କରି ଶ୍ରଦ୍ଧାର ସହ ମହାଦେବଙ୍କ ଠାରେ ନିଜର ମନସ୍କାମନା ଜଣାଇ ଦୀପ ପ୍ରଜ୍ବଳନ କରିଥାନ୍ତି । ତେବେ ଏହି ଅବସରରେ ଜାଣନ୍ତୁ ଏହି ନିଆରା ଢଙ୍ଗରେ ମଦ ପୂଜା ହେଉଥିବା ତିତିସିଂ ଗ୍ରାମର ମନ୍ଦିର ଓ ମହାଦେବଙ୍କ ବିଷୟରେ ।

ପ୍ରଚ୍ଚଳିତ ଲୋକକଥା ଅନୁସାରେ ପ୍ରାୟ ୨ ଶହ ବର୍ଷ ପୂର୍ବେ ତିତିସିଂ ଗ୍ରାମର ଜଣେ ଆଦିବାସୀ ନିଜ ଜମିରେ ଲଙ୍ଗଳ ଯୋଗେ ଚାଷ କରୁଥିବା ସମୟରେ ଲଙ୍ଗଳର ତଳ ଅଂଶଟି ଏକ ପଥର ଖଣ୍ଡକୁ ଆଘାତ ଦେଇଥିଲା । ସେହି ସମୟରେ ଉକ୍ତ ପଥର ଖଣ୍ଡରୁ ଧାର ଧାର ହୋଇ ଅନବରତ ଭାବେ ରକ୍ତସ୍ରାବ ହେବାକୁ ଲାଗିଲା । ଏହା ଦେଖି ଚାଷ କରୁଥିବା ଚାଷୀ ଜଣକ ଚାଷ କାର୍ଯ୍ୟ ବନ୍ଦ କରି ଭୟରେ ନିଜ ଘରକୁ ଚାଲିଯାଇଥିଲେ । ରାତିରେ ତାଙ୍କୁ ଏକ ସ୍ୱପ୍ନାଦେଶ ହୋଇଥିଲା ଯେ, ସେଠାରେ ମହାଦେବ ବିରାଜମାନ କରିଛନ୍ତି । ଯେହେତୁ ସେହି ଶିବଲିଙ୍ଗରେ ଲଙ୍ଗଳ ଆଘାତ ହୋଇଥିଲା ସେଥିଲାଗି ସେହି ମନ୍ଦିର ଓ ସେହି ଠାକୁର ଲଙ୍ଗଳେଶ୍ୱର ନାମରେ ପରିଚିତ ହେଲେ ।

ସେହି ଲଙ୍ଗଳେଶ୍ୱର ମହାଦେବଙ୍କୁ ଆଦିବାସୀମାନେ ବନ୍ୟ ଜାତୀୟ ଖାଦ୍ୟ କାନ୍ଦୁଲ ସିଝା ଓ ରନ୍ଧା ମଦ ଭୋଗ ରୂପେ ଅର୍ପଣ କରୁଛନ୍ତି । ଏହି ଲଙ୍ଗଳେଶ୍ୱର ମହାଦେବ ପ୍ରତ୍ୟକ୍ଷ ଠାକୁର ହୋଇଥିବା ବିଶ୍ବାସରେ ବର୍ଷ ତମାମ ଜିଲ୍ଲା ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ । ବିଶେଷ ଭାବେ ଶିବରାତ୍ରି ଦିନ ଭୋର ସମୟରେ ଏବଂ ମଧ୍ୟରାତ୍ର ସମୟରେ ଭୋଗରେ ରନ୍ଧା ମଦ ଓ କାନ୍ଦୁଲ ସିଝା ମହାପ୍ରଭୁ ଲଙ୍ଗଳେଶ୍ୱରଙ୍କ ପ୍ରିୟ ଭୋଗ ଭାବେ ଆଦିମ କାଳରୁ ଏହାକୁ ଲାଗି କରାଯାଉଥିବା ପୂଜକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.