ଗଜପତି: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା କୃଷି ଆଇନ ଦ୍ଵାରା କେବଳ ପୁଞ୍ଜିପତିମାନେ ଲାଭବାନ ହେବେ । କିନ୍ତୁ, ପ୍ରକୃତ ଚାଷୀ କ୍ଷତିରେ ପଡ଼ିବେ । ଏହା ଏକ କୃଷି ସ୍ବାର୍ଥ ବିରୋଧୀ ଆଇନ। ଏହା ପ୍ରତ୍ୟାହାର କରିବା ଦାବିରେ ବାମ ଦଳ ପକ୍ଷରୁ ସୋମବାର ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବିଲକୁ ବିରୋଧ କରି ସାରା ଦେଶର କୃଷକ ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିନ୍ଦ ଭାଙ୍ଗୁନାହିଁ । ଏହାର ପ୍ରମୁଖ କାରଣ ହେଉଛି ପୁଞ୍ଜିପତିଙ୍କୁ ଲାଭ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ପ୍ରତିଶୃତି ବଦ୍ଧ । ତେଣୁ, ଏହାକୁ ବାମ ଦଳ ତୀବ୍ର ନିନ୍ଦା କରୁଥିବା କହିଛନ୍ତି ଦଳର ଆବାହକ ଦଣ୍ଡପାଣି ରଇତ। ଏହି ଆଇନକୁ ପ୍ରତ୍ୟାହାର କରାନଗଲେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରାଯିଦ ବୋଲି ସେ କହିଛନ୍ତି । ଏହି ଅବସରରେ ବାମଦଳର କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଧାରଣା ଦେବା ସହ ଦିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ