ETV Bharat / state

ସ୍କୁଲ ପାଚିକା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ୧୫ ହଜାର ଜୋରିମାନା

author img

By

Published : Apr 8, 2022, 7:53 PM IST

Updated : Apr 10, 2022, 11:13 AM IST

ସ୍କୁଲ ପାଚିକାକୁ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ । ଜୋରିମାନା ଅନାଦେୟ ସ୍ଥଳେ ଅଧିକ ୬ ମାସର କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ ସତ୍ୟପୀର ମିଶ୍ର । ଅଧିକ ପଢନ୍ତୁ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ପାରଳାଖେମୁଣ୍ଡି: ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଗଜପତି ଜିଲ୍ଲା ଦୌରାଜଜ ସତ୍ୟପୀର ମିଶ୍ର । ଏହା ସହ ୧୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।

ଏହା ଅନାଦେୟ ସ୍ଥଳେ ଅଧିକ ୬ ମାସର କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ । ଦୋଷୀ ବର୍ତ୍ତମାନ ପାରଳାଖେମୁଣ୍ଡି ସବଜେଲରେ ରହିଛନ୍ତି ବୋଲି ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଘଟଣା ଅନୁସାରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କେହେଲିଗୁଡା ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ ମୃତକ ଜୟନ୍ତୀ ମଲ୍ଲିକ(୨୫) । ତେବେ ଗତ ୨୦୧୭ ମସିହା ସେପ୍ଟେମ୍ବର ୧୧ ତାରିଖ ମଧ୍ୟାହ୍ନରେ ସ୍କୁଲରେ ରୋଷେଇ କାମ ସାରି ଆସବାବପତ୍ର ସଫା କରୁଥିବା ସମୟରେ ତାଙ୍କ ପଡୋଶୀ ବିପ୍ର ମଲ୍ଲିକ କାଠ ଫାଳିଆ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ଜୟନ୍ତୀ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ।

ମୃତ ଯୁବତୀଙ୍କ ଭାଇ ବାଡି ମଲ୍ଲିକ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମୋହନା ଥାନା ପୋଲିସ ଏକ ମାମଲା (୧୩୭/୧୭) ରୁଜୁ ତଦନ୍ତ କରିବା ସହ ଅଭିଯୁକ୍ତ ବିପ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗଜପତି ଜିଲ୍ଲା ଦୌରାଜଜ ଏହି ମାମଲାର ବିଚାର କରି ଶୁକ୍ରବାର ରାୟ ପ୍ରକାଶ କରିଛନ୍ତି ।

ଯେଉଁଥିରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ସ୍ଥଳେ ଅଧିକ ୬ ମାସର କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ ସତ୍ୟପୀର ମିଶ୍ର । ଏହି ମାମଲାରେ ମୋଟ ୨୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Apr 10, 2022, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.