ETV Bharat / state

କାଳିଦାସ ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ

ପଦାରେ ପଡିଲା ଜନପ୍ରତିନିଧି ଭାସ୍କର ବିଶ୍ବାଳଙ୍କ ଗୁମର । କିଭଳି ଅନୈତିକ ପ୍ରେମ ସମ୍ବନ୍ଧରୁ ନିଜ ପ୍ରତିନ୍ଦ୍ବନ୍ଦୀଙ୍କୁ ହଟାଇବାକୁ ରଚିଥିଲେ ହତ୍ୟା ଷଡଯନ୍ତ୍ର । ହେଲେ ମାସେ ପରେ ଏବେ ସାମନାକୁ ଆସିଛି ସାଂଘାତିକ ସତ୍ୟ । ଅଧିକ ପଢନ୍ତୁ...

author img

By

Published : Feb 10, 2020, 11:58 PM IST

kalidas pradhan murder mystry sloved by gajpati police
କାଳିଦାସ ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ କଲା ଗଜପତି ପୋଲିସ

ଗଜପତି: ମାସେ ପରେ ପଦାରେ ପଡିଲା କତଲକଇଠା ପଞ୍ଚାୟତ ସମିତି ସଭ୍ୟ ଭାସ୍କର ବିଶ୍ବାଳଙ୍କ ହତ୍ୟା ଷଡଯନ୍ତ୍ରର ଗୁମର । କାଳିଦାସଙ୍କ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦିଆଯିବା ପଛରେ ଥିବା ରହସ୍ୟର ପର୍ଦ୍ଦାଫାଶ କରିଛି ଗଜପତି ପୋଲିସ ।

ଏ ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାସ୍କର ବିଶ୍ବାଳ ସହ ତାର 2 ସହଯୋଗୀ ଛବିଳ ସ୍ବାଇଁ ଏବଂ ପ୍ରଭାକର ପ୍ରଧାନ ଓରଫ ନାଗାବଳୀକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ପୋଲିସ । ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାରା ଶର୍ମା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ଗତ ଜାନୁୟାରୀ 8 ତାରିଖ ରାତିରେ କାଳିଦାସ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ସମୟରେ କିନ୍ତୁ କାଳିଦାସଙ୍କ ପରିଚୟ ମିଳିପାରିନଥିଲା ।

ପରେ ପୋଲିସ ବହୁ କସରତ କରି ତାଙ୍କ ପରିଚୟ ହାସଲ କରିଥିଲା । କୌଣସି ଅଜଣା ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରି ଏକ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଏହାର ଦୁଇଦିନ ପରେ କାଳିଦାସଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରାଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

ଏପରିକି ଏଥିରେ ସ୍ଥାନୀୟ ସମିତି ସଭ୍ୟ ଭାସ୍କର ବିଶ୍ବାଳଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଇ ଥାନାରେ ଏତଲା ଦାଏର କରିଥିଲେ । ଏନେଇ ଗାଁ ଲୋକେ ଭାସ୍କରଙ୍କୁ ଧରି ଏକ ବୈଠକ କରିଥିଲେ । ଯେଉଁଥିରେ ସେ ଏହି ଘଟଣା ପାଇଁ ଭାସ୍କର ନିଜକୁ ଦାୟୀ ମଧ୍ୟ କରିଥିଲା । ଏ ସଂକ୍ରାନ୍ତୀୟ ଏକ ଭିଡିଓ ପୋଲିସ ନିକଟରେ ଦାଖଲ କରିଥିଲେ ମଧ୍ୟ ବିଶ୍ଵାସ କରିନଥିଲା ପୋଲିସ ।

କାଳିଦାସ ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ କଲା ଗଜପତି ପୋଲିସ

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସେମାନଙ୍କୁ କହିଥିଲା । ଏହାର କିଛି ଦିନପରେ ସେମାନେ ପୁଣିଥରେ ପୋଲିସକୁ ଭେଟିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରେ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଉଲ୍ଲେଖ ରହିଥିବା ଜଣାଇଥିଲେ ।

ଏହା ପରେ ପୋଲିସ ମାମଲାକୁ ଆଗକୁ ବଢାଇ ପାରିନଥିଲା । ହେଲେ ମୃତକ କାଳିଦାସଙ୍କ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ନହୋଇ ଏହାର ନିରପେକ୍ଷ ତଦନ୍ତ ପାଇଁ ଏସପିଙ୍କ ଠାରୁ ଆରମ୍ଭ ଡିଆଇଜିଙ୍କ ଯାଏଁ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । ଏହାପରେ ଉକ୍ତ ଭିଡିଓକୁ ଭିତ୍ତି କରି ପୋଲିସ ପୁଣି ଥରେ ମାମଲାର ତଦନ୍ତ ଆରମ୍ଭ କରି ସୋମବାର ପର୍ଦ୍ଦାଫାଶ କରିଛି ।

ଘଟଣାର ମାଷ୍ଟର ମାଇଣ୍ଡ ଭାସ୍କରକୁ ପଲାସା ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଛବିଳ ଏବଂ ପ୍ରଭାକରକୁ ଯାଜପୁରରୁ ହିଁ ଗିରଫ କରାଯାଇଥିବା ଏସପି ସାରା ଶର୍ମା କହିଛନ୍ତି । ଏଥିରେ ବ୍ୟବହୃତ ଟ୍ରାକ୍ଟର ଇଞ୍ଜିନ, ଟ୍ରଲି ଏବଂ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ଏଥିରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ସେପଟେ ଅଭିଯୁକ୍ତ ଭାସ୍କରଙ୍କ ଘରେ ତାଲା ଲାଗିଥିବାରୁ ଏନେଇ ତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-ACCUSED ARREST
FORMAT-PKG
REPORTER- ADARSH DASH
PLACE-GAJAPATI
DATE-10.02.2020
ଆଙ୍କର-ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜାଜପୁର ଗାଁ ନିକଟସ୍ଥ ରାସ୍ତା କଡରୁ ଗତ ଜାନୁୟାରୀ ୮ ତାରିଖ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିବା କାଳୀଦାସଙ୍କ ମୃତଦେହ ଉଦ୍ଧାର ଘଟଣାକୁ ପ୍ରଥମରୁ ଦୁର୍ଘଟଣା ଜନିତ ବୋଲି କହୁଥିବା ପୁଲିସ ଶେଷରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମାନିବା ସହ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଗଜପତି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଘଟଣାର ପର୍ଦ୍ଦାଫାସ କରିଛନ୍ତି ।................
Body:ଭିଓ 01-ପାରଳାଖେମୁଣ୍ଡି ଜାଜପୁର ନିକଟସ୍ଥ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ପ୍ରଥମରୁ ଦୁର୍ଘଟଣା ଜନିତ ବୋଲି କହୁଥିବା ପୁଲିସ ଶେଷରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ବୀକାର କରିବା ସହ ଏଥିରେ ସଂପୃକ୍ତ ଥିବା 3ଜଣକୁ ଗିରଫ କରିଛି କୋର୍ଟ ଚାଲାଣ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କତଲକଇଠା ଫଚାୟତ ସମିତିସଭ୍ୟ ଭାସ୍କର ବିଶ୍ବାଳ ଏବଂ ତାର ଦୁଇଜଣ ଓ ସହଯୋଗୀ ଛବିଳ ସ୍ବାଇଁସା ଏବଂ ପ୍ରଭାକର ପ୍ରଧାନ ଓରଫ ନାଗାବଳୀକୁ ମଧ୍ୟ ପୁଲିସ ଗିରଫ କରିଥିବା ସୋମବାର ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାରା ଶର୍ମା ସୂଚନା ଦେଇଛନ୍ତି । ଜଣେ ମହିଳାଙ୍କ ସହ ପ୍ରେମ ସଂପର୍କକୁ ନେଇ ମୃତ କାଳୀଦାସ ଏବଂ ମୁଖ୍ୟ ଅଭିଯୁକ୍ତ ଭାସ୍କର ବିଶ୍ବାଳ ମଧ୍ୟରେ ବିବାଦ ରହିଥିଲା । ତେଣୁ କାଳୀଦାସକୁ ରାସ୍ତାରୁ ହଟାଇବାକୁ ଭାସ୍କର ଯୋଜନା କରିବା ସହ ଛବିଳଙ୍କ ସହାୟତାରେ ଗତ 8ତାରିଖ ରାତିରେ କାଳୀଦାସକୁ ଜାଜପୁର ଗାଁ ନିକଟସ୍ଥ ହେଡାଗନା ପଖୋରୀ ନିକଟକୁ ଡକାଇଥିଲା । ସେଠାରେ ଭାସ୍କର,ଛବିଳ, ପ୍ରଭାକର ଏବଂ କାଳୀଦାସ ମିଶି ମଦ୍ୟପାନ କରିଥିଲେ । ଏହାପରେ ଭାସ୍କର କାଳୀଦାସଙ୍କ ମୁଣ୍ଡରେ ଆଘାତ ଦେଇଥିଲେ । ଫଳରେ ସେ ତଳେ ପଡ଼ିଯିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ରାସ୍ତା କଡକୁ ଆଣି ତା ଉପରେ ଏକ ଟ୍ରାକ୍ଟର ଚଢାଇ ଦେଇଥିଲେ । ଏହାର କିଛି ସମୟ ପରେ ସେମାନେ ଗାଁକୁ ଆସି କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଚାର କରୁଥିଲେ । ପୁଲିସ ମଧ୍ୟ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଧରିନେଇଥିଲା । ଏପରିକି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିବା ପରେ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଯାଞ୍ଚ କରିଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଏହା ଦୁର୍ଘଟଣାଜନିତ ବୋଲି ଉଲ୍ଲେଖ ରହିଥିବାରୁ ପୁଲିସ ଆଗକୁ ବଢିପାରିନଥିଲା । କିନ୍ତୁ କାଳୀଦାସଙ୍କ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ନହୋଇ ଏହାର ନିରପେକ୍ଷ ତଦନ୍ତ ପାଇଁ ଏସପିଙ୍କ ଠାରୁ ଆରମ୍ଭ ଡିଆଇଜିଙ୍କ ଯାଏଁ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । ଏହାପରେ ଏସଂପର୍କିତ ଏକ ଭାଇରାଲ ଭିଡିଓରୁ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ତାର ପର୍ଦାଫାସ କରିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଭାସ୍କରକୁ ପଲାସା ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଛବିଳ ଏବଂ ପ୍ରଭାକରକୁ ଜାଜପୁରରୁ ହିଁ ଗିରଫ କରାଯାଇଥିବା ଏସପି ସାରା ଶର୍ମା କହିଛନ୍ତି । ଏଥିରେ ବ୍ୟବହୃତ ଟ୍ରାକ୍ଟର ଇଞ୍ଜିନ, ଟ୍ରଲି ଏବଂ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ଏଥିରେ ଆଉ କିଛି ଲୋକଙ୍କ ସଂପୃକ୍ତି ରହିଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଛି । ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।.....................
         ବାଇଟ୍ 01-ସାରା ଶର୍ମା(ଏସପି,ଗଜପତି)
ଭିଓ 02-ପାରଳାଖେମୁଣ୍ଡି ପୁଲିସ ଗତ ଜାନୁୟାରୀ 8ତାରିଖ ବିଳମ୍ବିତ ରାତିରେ କାଳୀଦାସ ପ୍ରଧାନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ପରିଚୟ କିନ୍ତୁ ବହୁ ବିଳମ୍ବରେ ମିଳିଥିଲା। ଏଥିପାଇଁ ପୁଲିସକୁ କରିବାକୁ ପଡ଼ିଥିଲା ବହୁ କସରତ । ଏହା କୌଣସି ଅଜଣା ଗାଡ଼ି ଧକ୍କାରେ ହୋଇଥିବା ପୁଲିସ ସନ୍ଦେହ କରି ଏକ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଏହାର ଦୁଇଦିନ ପରେ କାଳୀଦାସଙ୍କୁ ଯୋଜନା ବଦ୍ଧ ହତ୍ୟା କରାଯାଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରାଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏପରିକି ଏଥିରେ ସ୍ଥାନୀୟ ସମିତିସଭ୍ୟ ଭାସ୍କର ବିଶ୍ବାଳଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ଦର୍ଶାଇ ଥାନାରେ ଏତଲା ଦାଏର କରିଥିଲେ । ଏନେଇ ଗାଁ ଲୋକେ ଭାସ୍କରଙ୍କୁ ଧରି ଏକ ବୈଠକ କରିଥିଲେ । ଯେଉଁଥିରେ ସେ ଏହି ଘଟଣା ପାଇଁ ଭାସ୍କର ନିଜକୁ ଦାୟୀ ମଧ୍ୟ କରିଥିଲା । ଏସଂକ୍ରାନ୍ତୀୟ ଏକ ଭିଡିଓ ପୁଲିସ ନିକଟରେ ଦାଖଲ କରିଥିଲେ ମଧ୍ୟ ବିଶ୍ଵାସ କରିନଥିଲା ପୁଲିସ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସେମାନଙ୍କୁ କହିଥିଲା । ଏହାର କିଛି ଦିନପରେ ସେମାନେ ପୁଣିଥରେ ପୁଲିସକୁ ଭେଟିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରେ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଉଲ୍ଲେଖ ରହିଥିବା ଜଣାଇଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ପରିବାର ଲୋକେ ଏସପି ସାରା ଶର୍ମା ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟି ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଥିଲେ । ଏହାପରେ ପୁଲିସ ତତ୍ପର ହୋଇ ତଦନ୍ତ କରିବା ସମୟରେ ଜଣାପଡ଼ିଥିଲା ଯେ,ଏହା ଏକ ହତ୍ୟାକାଣ୍ଡ । ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ସୋମବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଆହୁରି କିଛି ଲୋକ ବି ସାମିଲ ରହିଛନ୍ତି ଯେଉଁମାନଙ୍କୁ ପୁଲିସ ଅତିଶୀଘ୍ର ଗିରଫ କରିବା ଆବଶ୍ୟକ ବୋଲି କାଳୀଦାସଙ୍କ ପରିବାର ଲୋକେ କହିଛନ୍ତି । ସେପଟେ ଅଭିଯୁକ୍ତଙ୍କ ଘରେ ତାଲା ପଡିଥିବାରୁ ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ..................
         ବାଇଟ୍ 02-ମାନସ ପ୍ରଧାନ(ମୃତ କାଳୀଦାସଙ୍କ ଭାଇ)
         ବାଇଟ୍ 03-ସୁରେନ୍ଦ୍ର ପ୍ରଧାନ(ଗ୍ରାମବାସୀ)
Conclusion:ଫାଭିଓ-ଅନୈତିକ ପ୍ରେମ ସଂପର୍କ ପାଇଁ ପ୍ରତିଦ୍ବନ୍ଦୀଙ୍କୁ ରାସ୍ତାରୁ ବହଟାଇବା ପାଇଁ ଜଣେ ଲୋକ ପ୍ରତିନିଧୀଙ୍କ ଚାଲାକି ଆଗରେ ପୁଲିସ ବି କିଛି ସମୟ ପାଇଁ ଧୋକା ଖାଇଯାଇଥିଲା । ତେବେ ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ତାହାର ଖୁଲାସା ପୁଲିସ କେବେ କରୁଛି ତା ଉପରେ ଏବେ ସମସ୍ତଙ୍କ ନଜର ।.......................
……..ଗଜପତିରୁ ହରିହର ପଟ୍ଟନାୟକ ଈଟିଭି ଭାରତ।.....................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.