ETV Bharat / state

ଶୁକ୍ରବାରରୁ ଗଜପତି ଉତ୍ସବ; 14 ଯାଏଁ ଚାଲିବ ପଲ୍ଲିଶ୍ରୀ ମେଳା

ଦୀର୍ଘବର୍ଷ ପରେ ଆୟୋଜିତ ହେଉଛି ଗଜପିତ ମହୋତ୍ସବ 1019 । ମେଳାକୁ ନେଇ ଜିଲ୍ଲାବାସୀ ବେଶ ଖୁସି ଥିବାବେଳେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । କ’ଣ ରହିଛି ଉତ୍ସବରେ କାର୍ଯ୍ୟକ୍ରମ ପଢନ୍ତୁ ଅଧିକ...

author img

By

Published : Jan 9, 2020, 11:01 PM IST

gajapati dist mahochhav
gajapati dist mahochhav

ଗଜପତି: ଜାନୁୟାରୀ ୧୦( ଶୁକ୍ରବାର) ଠାରୁ ୧୨ ତାରିଖ ଯାଏଁ ଗଜପତି ଉତ୍ସବ ଏବଂ ୧୪ ତାରିଖ ଯାଏଁ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ଯାହାକୁ ନେଇ ଏବେ ଜିଲ୍ଲା ପ୍ରଶାସନ ଚଳଞ୍ଚଳ ହୋଇପଡିଛି । ଏହାସହ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ଗୁରୁବାର ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅନୁପମ ଶାହା କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ବାନ କରିଛନ୍ତି। ସେହିପରି ଏହି ଉତ୍ସବରେ ଯୋଗଦେବା ସହ କଳା ଓ ସଂସ୍କୃତିର ମହାମିଳନରେ ସାମିଲ ହେବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଜିଲ୍ଲା ବାହାରୁ ଦେଖଣାହାରୀଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଏହାକୁ ନିରୀକ୍ଷଣ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ମଧ୍ୟ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଏସପି ସାରା ଶର୍ମା।

ଶୁକ୍ରବାର ଠାରୁ ଗଜପତି ଉତ୍ସବ; 14 ଯାଏଁ ଚାଲିବ ପଲ୍ଲିଶ୍ରୀ ମେଳା

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ବାର୍ଷିକ ଉତ୍ସବ ‘ଗଜପତି ଉତ୍ସବ ୨୦୧୯’ ଆସନ୍ତା ୧୦ ତାରିଖ ଠାରୁ ଆରମ୍ଭ ହେବ । ୧୨ ତାରିଖ ଯାଏଁ ଏହି ଉତ୍ସବ ଚାଲିବାକୁ ଥିବା ବେଳେ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପଲ୍ଲିଶ୍ରୀ ମେଳା । କାର୍ଯ୍ୟକ୍ରମ ପାଇଁ ଗତ ୩୦ ତାରିଖରେ ମହେନ୍ଦ୍ରଗିରି ଶିଖରରୁ ମଶାଲ ଅଣାଯାଇଥିଲା । । ଏହାପରେ ଆରମ୍ଭ ହୋଥିଲା ବ୍ଲକ ସ୍ତରୀୟ ଗଜପତି ଉତ୍ସବ । ପ୍ରତି ବ୍ଲକରେ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ସହରରେ ଏହାର ପ୍ରାକ ପର୍ବ ରାହାଗିରି ଅନୁଷ୍ଠିତ ହୋଇଥିଲା । ଆସିଥିବା ମଶାଲ ବର୍ତ୍ତମାନ ଜଗନ୍ନାଥ ମନ୍ଦିରରେ ରଖାଯାଇଥିବା ବେଳେ ଶୁକ୍ରବାର ଏହାକୁ ବିରାଟ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ଅଣାଯିବ । ସେଥିରେ ସମସ୍ତ ବ୍ଲକ ଏବଂ ପୌରପରିଷଦରୁ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବେ । ଏହାପରେ ସନ୍ଧ୍ୟାରେ ଉଦଘାଟିତ ହେବ ଉତ୍ସବ ।

3ଦିନ ଧରି ଚାଲିବାକୁ ଥିବା ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉତ୍ସବକୁ ଉଦଘାଟନ କରିବେ ଗୃହରାଷ୍ଟ୍ର, ଏମଏସଏମଇ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଉଦଘାଟନ କରିବେ । କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ବଛା ବଛା ସଂସ୍କୃତିକ ଦଳ ନିଜ କଳା ପ୍ରଦର୍ଶନ କରିବାକୁ ଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରର କଳାକାରମାନେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ସେହିପରି ୫ ଦିନ ଦରି ଚାଲିବାକୁ ଥିବା ପଲ୍ଲିଶ୍ରୀ ମେଳା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରୁ ଆସିବାକୁ ଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଅନ୍ୟାନ୍ୟ ବ୍ୟବସାୟୀଙ୍କ ପାଇଁ ପ୍ରାୟ ଶହେଟି ଷ୍ଟଲ ନିର୍ମାଣ ହୋଇଥିବା ବେଳେ ବିଭିନ୍ନ ବିଭାଗ ପାଇଁ ୬୭ ଟି ଷ୍ଟଲ ନିର୍ମାଣ ହୋଇଛି । କେବଳ ସେତିକି ନୁହେଁ, ଖାଦ୍ୟଜୋନରେ ପ୍ରାୟ ୨୪ଟି ଷ୍ଟଲ ନିର୍ମାଣ କରାଯାଇଛି । ଯେଉଁଠି ବିଭିନ୍ନ ପ୍ରକାର ଚଟପଟି ଖାଦ୍ୟର ମଜା ମଧ୍ୟ ଲୋକେ ନେଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହି ଉତ୍ସବରେ ଜିଲ୍ଲାର ବଛାବଛା ସଂସ୍କୃତିକ ଦଳ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରର କଳାକାରମାନେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ଏହି ଉତ୍ସବ ସମୟରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଏସପି କହିଛନ୍ତି । ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ 5ପ୍ଲାଟୁନ ଫୋର୍ସ ସହ 80ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ଏହାକୁ ନିରୀକ୍ଷଣ କରିବା ପାଇଁ 5ଜଣ ଇନ୍ସପେକ୍ଟର ଏବଂ 9ଜଣ ସବଇନ୍ସପେକ୍ଟର ନିୟୋଜିତ ହେବେ ବୋଲି ଏସପି କହିଛନ୍ତି । ଉତ୍ସବ ସ୍ଥଳରେ ଷ୍ଟଲ ନିର୍ମାଣ ଏବଂ ମଞ୍ଚ ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ବହୁ ବର୍ଷର ବ୍ୟବଧାନ ପରେ ପୁଣିଥରେ ଗଜପତି ଉତ୍ସବ ଆୟୋଜିତ ହେଉଥିବାରୁ ସ୍ଥାନୀୟ ସଂସ୍କୃତି ପ୍ରେମୀ ଏବଂ କଳାକାର ସହ ଜିଲ୍ଲାବାସୀ ବେଶ ଖୁସି ପ୍ରକାଶ କରିବା ସହ ଏହାକୁ ସଫଳ କରିବା ପାଇଁ ସେମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-GAJAPATI UTSAV PREPARATORY
FORMAT — PKG
REPORTER- HARIHARA PATNAIK
PLACE — GAJAPATI
DATE — 09.01.2020
ଆଙ୍କର - ଜାନୁୟାରୀ ୧୦ ତାରିଖରୁ ୧୨ ତାରିଖ ଯାଏଁ ଗଜପତି ଉତ୍ସବ ଏବଂ ୧୪ତାରିଖ ଯାଏଁ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଏନେଇ ଆଜି ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେବା ସହ ଏହାକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ବାନ ଜଣାଇଛନ୍ତି । ସେହିପରି ଏହି ଉତ୍ସବରେ ଯୋଗଦେବା ସହ କଳା ଓ ସଂସ୍କୃତିର ମହାମିଳନରେ ସାମିଲ ହେବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଜିଲ୍ଲା ବାହାରୁ ମଧ୍ୟ ଅନେକ ଲୋକ ଆସିବେ । ତେଣୁ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଏହାକୁ ନିରୀକ୍ଷଣ କିବା ପାଇଁ ସ୍ବତନ୍ତ୍ର ଅଧିକାରୀ ମଧ୍ୟ ନିୟୋଜିତ ହୋଇଥିବା ସୂଚନା ଦେଉଛନ୍ତି ଏସପି ସାରା ଶର୍ମା।.........
Body:ଭିଓ 01- ଆଦିବାସୀ ଅଧୁସିତ ଗଜପତି ଜିଲ୍ଲାର ବାର୍ଷିକ ଉତ୍ସବ ଗଜପତି ଉତ୍ସବ ୨୦୧୯ ଆସନ୍ତା ୧୦ ତାରିଖ ଠାରୁ ଆରମ୍ଭ ହେବ । ୧୨ ତାରିଖ ଯାଏଁ ଏହି ଉତ୍ସବ ଚାଲିବାକୁ ଥିବା ବେଳେ ୧୪ ତାରିଖ ଯାଏଁ ଅନୁଷ୍ଠିତ ହେବ ପଲ୍ଲିଶ୍ରୀ ମେଳା । ଏଥିପାଇଁ ଗତ ୩୦ ତାରିଖରେ ମହେନ୍ଦ୍ରଗିରି ଶିଖରରୁ ମଶାଲ ଅଣାଯାଇଥିଲା । ଏହାପରେ ଆରମ୍ଭ ହୋଥିଲା ବ୍ଲକ ସ୍ତରୀୟ ଗଜପତି ଉତ୍ସବ । ପ୍ରତି ବ୍ଲକରେ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ସହରରେ ଏହାର ପ୍ରାକ୍ ପର୍ବ ରାହାଗିରି ଅନୁଷ୍ଠିତ ହୋଇଥିଲା । ଆସିଥିବା ମଶାଲ ବର୍ତ୍ତମାନ ଜଗନ୍ନାଥ ମନ୍ଦିରରେ ରଖାଯାଇଥିବା ବେଳେ ଶୁକ୍ରବାର ଏହାକୁ ବିରାଟ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ନିଆଯିବ । ସେଥିରେ ସମସ୍ତ ବ୍ଲକ ଏବଂ ପୌରପରିଷଦରୁ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବେ । ଏହାପରେ ସନ୍ଧ୍ୟାରେ ଉଦଘାଟିତ ହେବ ଉତ୍ସବ । 3ଦିନ ପରି ଚାଲିବାକୁ ଥିବା ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜିଲ୍ଲାର ବଛା ବଛା ସଂସ୍କୃତିକ ଦଳ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରର କଳାକାରମାନେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ସେହିପରି ୫ ଦିନ ଦରି ଚାଲିବାକୁ ଥିବା ପଲ୍ଲିଶ୍ରୀ ମେଳା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରୁ ଆସିବାକୁ ଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଅନ୍ୟାନ୍ୟ ବ୍ୟବସାୟୀଙ୍କ ପାଇଁ ପ୍ରାୟ ଶହେଟି ଷ୍ଟଲ ନିର୍ମାଣ ହୋଇଥିବା ବେଳେ ବିଭିନ୍ନ ବିଭାଗ ପାଇଁ ୬୭ ଟି ଷ୍ଟଲ ନିର୍ମାଣ ହୋଇଛି । କେବଳ ସେତିକି ନୁହେଁ, ଖାଦ୍ୟଜୋନରେ ପ୍ରାୟ ୨୪ଟି ଷ୍ଟଲନିର୍ମାଣ କରାଯାଇଛି । ଯେଉଁଠି ବିଭିନ୍ନ ପ୍ରକାର ଚଟପଟି ଖାଦ୍ୟର ମଜା ମଧ୍ୟ ଲୋକେ ନେଇପାରିବେ ବୋଲି ଜିଲ୍ଲାପାଳ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।.............
         ବାଇଟ୍ 01- ଅନୁପମ ଶାହା(ଜିଲ୍ଲାପାଳ, ଗଜପତି)
ଭିଓ 02- ଏହି ଉତ୍ସବଉତ୍ସବରେ ଜିଲ୍ଲାର ବଛା ବଛା ସଂସ୍କୃତିକ ଦଳ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରର କଳାକାରମାନେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିବେ । ଏହି ଉତ୍ସବ ସମୟରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ବ୍ୟାପକ ଦନ୍ଦୋବସ୍ତ କରାଯାଇଥିବା ଏସପି କହିଛନ୍ତି । ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ 5ପ୍ଲାଟୁନ ଫୋର୍ସ ସହ 80ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ଏହାକୁ ନିରୀକ୍ଷଣ କରିବା ପାଇଁ 5ଜଣ ଇନ୍ସପେକ୍ଟର ଏବଂ 9ଜଣ ସବଇନ୍ସପେକ୍ଟର ନିୟୋଜିତ ହେବେ ବୋଲି ସେ କହିଛନ୍ତି । ଉତ୍ସବ ସ୍ଥଳରେ ଷ୍ଟଲ ଜର୍ମାଣ ଏବଂ ମଂଚ ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ଏହା ଉତ୍ସବ ପାଳନ କମିଟିକୁ ହସ୍ତାନ୍ତର କରିଦିଆଯିବ ବୋଲି ଏହାର କାରିଗରମାନେ କହିଛନ୍ତି ।.............
         ବାଇଟ 02-ସାରା ଶର୍ମା(ଏସପି, ଗଜପତି)
         ବାଇଟ୍ 03-ରମାକାନ୍ତ ବରାଳ(କାରିଗର)
Conclusion:ଫାଭିଓ- ବହୁ ବର୍ଷର ବ୍ୟବଧାନ ପରେ ପୁଣିଥରେ ଗଜପତି ଉତ୍ସବ ଆୟୋଜିତ ହେଉଥିବାରୁ ସ୍ଥାନୀୟ ସଂସ୍କୃତି ପ୍ରେମୀ ଏବଂ କଳାକାରମାନେ ବେଶ୍ ଖୁସି ପ୍ରକାଶ କରିବା ସହ ଏହାକୁ ସଫଳ କରିବା ପାଇଁ ସେମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ।..............
....................ଗଜପତିରୁ ହରିହର ପଟ୍ଟନାୟକ ଈଟିଭି ଭାରତ .................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.