ETV Bharat / state

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ପରିଚୟ ପତ୍ର ସହ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ବରିଷ୍ଠ ନାଗରିକ - ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ବରିଷ୍ଠ ନାଗରିକ ଦିବସ ଅବସରରେ ଆଜି ସାରା ରାଜ୍ୟରେ ବେଶ ଆଡମ୍ବରର ସହ ପାଳନ ହୋଇଛି ବରିଷ୍ଠ ନାଗରିକଙ୍କ ପାଇଁ ଦିନଟିଏ ।

ରାଜ୍ୟରେ ବରିଷ୍ଠ ନାଗରିକ ଦିବସ ପାଳନ
author img

By

Published : Oct 1, 2019, 10:04 PM IST

ଯାଜପୁର/ଗଜପତି/ନବରଙ୍ଗପୁର: ବରିଷ୍ଠ ନାଗରିକ ଦିବସ ଅବସରରେ ଆଜି ସାରା ରାଜ୍ୟରେ ବେଶ ଆଡମ୍ବରର ସହ ପାଳନ ହୋଇଛି ବରିଷ୍ଠ ନାଗରିକଙ୍କ ପାଇଁ ଦିନଟିଏ । ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା, ଦୈନନ୍ଦିନ ଜୀବନ କିପରି ହସଖୁସିରେ କଟିବ ଓ ସେମାନେ ମାନସିକ ଚାପରୁ ମୁକ୍ତି ପାଇ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବେ ସେନେଇ ଆୟୋଜିତ ହୋଇଛି କର୍ମଶାଳା ।

ରାଜ୍ୟରେ ବରିଷ୍ଠ ନାଗରିକ ଦିବସ ପାଳନ

ଯାଜପୁର, ଗଜପତି ଓ ନବରଙ୍ଗପୁରରେ ଏନେଇ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଜିଲ୍ଲାମାନଙ୍କରେ ବରିଷ୍ଠ ନାଗରିକମାନଙ୍କୁ ଫୁଲ, ଚନ୍ଦନ ଦେଇ ବନ୍ଦାପନା କରିବା ସହ ସେମାନଙ୍କର ମାଗଣା ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ଯାଜପୁର ବ୍ୟାସନଗର ପୌରପାଳିକା ପକ୍ଷରୁ ବ୍ୟାସଦେବ ଟାଉନ ହଲଠାରେ ଏହି ଦିବସ ପାଳନ କରାଯାଇ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌର ପ୍ରଶାସନ, ସ୍ଥାନୀୟ ପୋଲିସ, ବିଭିନ୍ନ ବରିଷ୍ଠ ନାଗରିକ ମଞ୍ଚ ଓ ସ୍ବେଚ୍ଛାସେବୀ ସଙ୍ଗଠନ ଯୋଗ ଦେଇଥିଲେ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସକାଳେ ନିର୍ବାହୀ ଅଧିକାରୀ ବରିଷ୍ଠ ନାଗରିକମାନଙ୍କୁ ନେଇ ଯୋଗାଭ୍ୟାସ କରିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିସହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନୁପମା ସାହାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସେହିପରି ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ନାଗରିକ ଦିବସ ଅବସରରେ ମା’ ଭଣ୍ଡାରଘରଣୀ ମନ୍ଦିର ପାଖରୁ ଏକ ରାଲି ବାହାରି ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଲିକୁ ସବୁଜ ପତାକା ଦେଖାଇଥିଲେ । ପୌରପାଳିକା ନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତି ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସେମାନଙ୍କୁ ଆବଶ୍ୟକ ସୁବିଧା ପ୍ରଦାନ କରିବା ର ଚେଷ୍ଟା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା/ ଗଜପତିରୁ ହରିହର ପଟ୍ଟନାୟକ/ ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:SLUG- SENIOUR CETIZEN MEETING
FORMAT - AVO
REPORTER- HARIHARA PATNAIK
PLACE - GAJAPATI
DATE - 01.10.2019
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ନିର୍ବାହୀ ଅଧିକାରୀ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଯୋଗାଭ୍ୟାସ କରିବା ପରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲାପାଳ ଅନୁପମା ସାହାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଦିତ କରିବା ସହ ସେମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଏବଂ ସୁରକ୍ଷା ପାଇଁ ରହିଥିବା ଆଇନ ସଂପର୍କରେ ଆଲୋକପାତ କରିଥିଲେ । Body:SLUG- SENIOUR CETIZEN MEETING
FORMAT - AVO
REPORTER- HARIHARA PATNAIK
PLACE - GAJAPATI
DATE - 01.10.2019
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ନିର୍ବାହୀ ଅଧିକାରୀ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଯୋଗାଭ୍ୟାସ କରିବା ପରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲାପାଳ ଅନୁପମା ସାହାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଦିତ କରିବା ସହ ସେମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଏବଂ ସୁରକ୍ଷା ପାଇଁ ରହିଥିବା ଆଇନ ସଂପର୍କରେ ଆଲୋକପାତ କରିଥିଲେ । Conclusion:SLUG- SENIOUR CETIZEN MEETING
FORMAT - AVO
REPORTER- HARIHARA PATNAIK
PLACE - GAJAPATI
DATE - 01.10.2019
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ନିର୍ବାହୀ ଅଧିକାରୀ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଯୋଗାଭ୍ୟାସ କରିବା ପରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲାପାଳ ଅନୁପମା ସାହାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଦିତ କରିବା ସହ ସେମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଏବଂ ସୁରକ୍ଷା ପାଇଁ ରହିଥିବା ଆଇନ ସଂପର୍କରେ ଆଲୋକପାତ କରିଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.