ଗଜପତି: ଧରାପଡିଲେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଲାରୁ ଉଠାଇ ଆଣିଲା ଗଜପତି ପୋଲିସ । ଅଡବା ଥାନା ଅଧୀନରେ ଗତ ଅକ୍ଟୋବର ୩ ତାରିଖରେ ଏକ ଗ୍ରାନାଇଟ ବୋଝେଇ ଟ୍ରକରେ ୨୦୨୦ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ ସମୟରେ ଧରିଥିଲା ଅଡବା ପୋଲିସ ।
ଏହି ସେସମୟର ଗାଡ଼ିର ଡ୍ରାଇଭର ଓ କ୍ଲିନରକୁ ଗିରଫ କରି କୋର୍ଟଚାଲାଣ କରି ମାମଲାର ତଦନ୍ତ ଜାରି ରଖିଥିଲା ପୋଲିସ । ଗଜପତି ପୋଲିସର ଏକ ସ୍ବତନ୍ତ୍ର ଟିମ ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଲାର ଡୋରିନଗର ଗ୍ରାମର ଯଶବନ୍ତ ସିଂ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପୂର୍ବରୁ ଥରେ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହୋଇଥିଲେ । ବର୍ତ୍ତମାନ ପୁଣି କାରବାର ଚଳାଇଥିବା ନେଇ ପୋଲିସ ସୂତ୍ରରୁ ଜାଣିବାକୁ ପାଇଥିଲା ।
ତେବେ ଯଶବନ୍ତ ବେଆଇନ କାରବାରରେ କେତେ କଳାଧନ ଉପାର୍ଜନ କରିଛି, ସେସବୁର ତଦନ୍ତ ପ୍ରକ୍ରିୟା ଜାରି ରଖିଛି ପୋଲିସ । ଗୁରୁବାର ଅଭିଯୁକ୍ତ ଯଶବନ୍ତ ସିଂଙ୍କୁ କୋର୍ଟଚାଲାଣ କରିଛି ପୋଲିସ । ଏନେଇ ଗଜପତି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ