ETV Bharat / state

ପୂରଣ ହୁଏ ମନସ୍କାମନା, ହେରାପଞ୍ଚମୀରେ ଜିରାଙ୍ଗ ବଳଦେବ ଜୀଉଙ୍କ ମନ୍ଦିରରେ ଜମିଥାଏ ଭିଡ଼

author img

By

Published : Jul 5, 2022, 7:10 PM IST

ବଳଦେବ ଜୀଉଙ୍କ ନିକଟରେ ମାନସିକ କଲେ ପୁରଣ ହୋଇଥାଏ ମନସ୍କାମନା । ଏନେଇ ହେରାପଞ୍ଚମୀରେ ଜିରାଙ୍ଗ ଠାରେ ଥିବା ବଳଦେବ ଜୀଉଙ୍କ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଅଧିକ ପଢ଼ନ୍ତୁ

ପୂରଣ ହୁଏ ମନସ୍କାମନା, ହେରାପଞ୍ଚମୀରେ ଜମେ ଭିଡ଼

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଠାରେ ଥିବା ବଳଦେବ ଜୀଉଙ୍କ ମନ୍ଦିରରେ ହେରାପଞ୍ଚମୀ ଖୁବ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେରାପଞ୍ଚମୀରେ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାୟଗଡ଼ା, ଗଞ୍ଜାମ ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ଯଦିଓ ଏଠାରେ ଚତୁର୍ଦ୍ଧାମୂର୍ତ୍ତୀ ପୂଜା ପାଉଛନ୍ତି ତଥାପି ବଳଦେବ ଜୀଉଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ବିଭିନ୍ନ ସମସ୍ୟାରେ ପଡିଥିବା ଲୋକେ ଏହି ବିଶ୍ବାସ ନେଇ ହେରାପଞ୍ଚମୀରେ ଏଠାକୁ ଧାଇଁ ଆସିଥାନ୍ତି । ମାନସିକ ପୂରଣ ହେବାପରେ ମୁଣ୍ଡନ ଓ ଅମୃତଭୋଗ କରିଥାନ୍ତି ମାନସିକଧାରୀ ।

କିମ୍ବଦନ୍ତୀ ଅନୁସାରେ କଳାପାହାଡ଼ ଓଡ଼ିଶାର ବିଭିନ୍ନ ମନ୍ଦିର ଉପରେ ଆକ୍ରମଣ କରିବା ସହ ଠାକୁରଙ୍କୁ ଚୋରୀ କରିନେଉଥିଲା । ସେହି ସମୟରେ ଜଗନ୍ନାଥ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଠାକୁରଙ୍କରୁ ସୁରକ୍ଷା ଦେବା ପାଇଁ ପୁରୀ ମହାରାଜା ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଜିରାଙ୍ଗ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିଲେ । ସେତେବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ମହାପ୍ରଭୂଙ୍କୁ ବିଭିନ୍ନ ପ୍ରକାର ଫଳ ଏବଂ ଗୌଡମାନଙ୍କ ଦ୍ବାରା ଉତ୍ପାଦିତ କ୍ଷୀର, ଦହି,ଛେନା ଆଦି ଖାଇବାକୁ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ମହାରାଜା ଠାକୁରଙ୍କୁ ଫେରାଇ ନେଇଥିଲେ ମଧ୍ୟ ବଳଦେବ ଜୀଉ ଏଠାକାର ଆଦିବାସୀଙ୍କ ଆତିଥ୍ୟ ଏବଂ ଗୌଡ଼ମାନଙ୍କ ଦ୍ବାରା ପ୍ରସ୍ତୁତ ଅମୃତପଣାକୁ ଭୁଲି ପାରିନଥିଲେ ।

ଲୋକଙ୍କ ବିଶ୍ବାସ ରହିଛି ପ୍ରଭୂ ବଳଦେବ ଜୀଉ ଏହିଠାରେ ହିଁ ରହିଯାଇଛନ୍ତି । ସେହିଦିନ ଠାରୁ ଦହି, ଛେନା କ୍ଷୀରରେ ପ୍ରସ୍ତୁତ ଅମୃତପଣା ଭୋଗ ବଳଦେବ ଜୀଉଙ୍କ ଠାରେ ଲାଗି ହୋଇଥାଏ ବୋଲି ପୂଜକ କହିଛନ୍ତି । ପ୍ରତିବର୍ଷ ଏଠାରେ ରଥଯାତ୍ରା ଆୟୋଜିତ ହୋଇଥାଏ । ହେଲେ ହେରାପଞ୍ଚମୀରେ ଏଠାରେ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଆୟୋଜକ କହିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି । ଏଠାକାର ଗୌଡ଼ ମାନଙ୍କ ଦ୍ବାରା ପ୍ରସ୍ତୁତ ଅମୃତପଣା ଭୋଗ ଲଗାଇବା ସହ ମାନସିକ କରିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ତେଣୁ ଏଠାରେ ଗୌଡ଼ ସେବାୟତମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ମନସ୍କାମନା ପୂରଣ ହେବାପରେ ହେରା ପଞ୍ଚମୀ ତିଥିରେ ଆସି ମୁଣ୍ଡନ ହେବାର ପରମ୍ପରା ରହିଆସିଛି । ତେଣୁ ଏହିଦିନ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.