ETV Bharat / state

ପାରଳାଖେମୁଣ୍ଡି ଚିକିତ୍ସାଳୟ: ହେପାଟାଇଟ୍ସ ବି, ସି ରୋଗୀଙ୍କୁ କରାଯାଉନି ଡାଇଲିସିସ

author img

By

Published : Jan 9, 2021, 4:27 PM IST

ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଛି ମାଗଣା ଡାଇଲିସିସ ବ୍ୟବସ୍ଥା । କିନ୍ତୁ ଯେତେବେଳେ ହେପାଟାଇଟିସ ବି କିମ୍ବା ସି ରୋଗୀ ଚିହ୍ନଟ ହେଲା ପରେ ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଡାଇଲିସିସ କରାଯାଉନାହିଁ । ଅଧିକ ପଢନ୍ତୁ...

ହେପାଟାଇଟ୍ସ ବି, ସି ରୋଗୀଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟରେ କରାଯାଉନି ଡାଇଲିସିସ

ଗଜପତି: ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଛି ମାଗଣା ଡାଇଲିସିସ ବ୍ୟବସ୍ଥା । ଏଥିରେ 3ଟି ୟୁନିଟ କାର୍ଯ୍ୟକ୍ଷମ ଥିବାବେଳେ ବହୁ ରୋଗୀ ଏହା ଦ୍ବାରା ଉପକୃତ ହେଉଛନ୍ତି । କିନ୍ତୁ ଯେତେବେଳେ ହେପାଟାଇଟିସ ବି କିମ୍ବା ସି ରୋଗୀ ଚିହ୍ନଟ ହେଲା ପରେ ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଡାଇଲିସିସ କରାଯାଉନାହିଁ । ତେଣୁ ରୋଗୀ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ର୍ରର ଶ୍ରୀକାକୁଲମ ଜିଲ୍ଲା କିମ୍ବା ରାୟଗଡା ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି ।

ତେବେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଯଥାଶୀଘ୍ର ହେପାଟାଇଟିସ ରୋଗୀଙ୍କୁ ଡାଇଲିସିସ କରିବାର ସୁବିଧା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି । ସେପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଏନେଇ ଚିଠି କରାଯିବା ସହ ଚିକିତ୍ସାଳୟରେ ଥିବା 3ଟି ୟୁନିଟରୁ ଗୋଟିଏ ୟୁନିଟକୁ ହେପାଟାଇଟିସ ରୋଗୀଙ୍କ ପାଇଁ ବ୍ୟବହାର ନିମନ୍ତେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.