ETV Bharat / state

Hera Panchami: ଲୋକାରଣ୍ୟ ଜିରାଙ୍ଗ ବଳଦେବଜୀଉ ମନ୍ଦିର, ଅମୃତଭୋଗ ଲାଗିକଲେ ଭକ୍ତ

author img

By

Published : Jun 24, 2023, 7:54 PM IST

ଆଜି ପବିତ୍ର ହେରାପଞ୍ଚମୀ । ଏହି ଅବସରରେ ଲୋକାରଣ୍ୟ ହୋଇଉଠିଛି ଗଜପତି ଜିରାଙ୍ଗ ସ୍ଥିତ ବଳଦେବଜୀଉ ମନ୍ଦିର । ପଞ୍ଚମୀ ତିଥିରେ ମୁଣ୍ଡନ ହେବାର ପରମ୍ପରା ଥିବାରୁ ପଡୋଶୀ ରାୟଗଡା, ଗଞ୍ଜାମ ଏବଂ ଆନ୍ଧ୍ରରୁ ଧାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । କାହିଁକି ଜମେ ଏଠାରେ ଭକ୍ତଙ୍କ ଭିଡ ? କଣ ମନ୍ଦିରର କିମ୍ବଦନ୍ତୀ ? ଦେଖନ୍ତୁ ଏହି ରିପୋର୍ଟ

Jiranga Baladevjew Temple
Jiranga Baladevjew Temple
Hera Panchami: ଲୋକାରଣ୍ୟ ଜିରାଙ୍ଗ ବଳଦେବଜୀଉ ମନ୍ଦିର, ଅମୃତଭୋଗ ଲାଗିକଲେ ଭକ୍ତ

ଗଜପତି: ଜିଲ୍ଲାର ରାୟଗଡ଼ ବ୍ଲକ ଜିରାଙ୍ଗ ସ୍ଥିତ ବଳଦେବ ଜୀଉଙ୍କ ମନ୍ଦିରରେ ହେରାପଞ୍ଚମୀ ଖୁବ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେରାପଞ୍ଚମୀରେ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାୟଗଡା, ଗଞ୍ଜାମ ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ଯଦିଓ ଏଠାରେ ୩ ଠାକୁର ପୂଜା ପାଇଛନ୍ତି ତଥାପି ବଳଦେବ ଜୀଉଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଥିବାରୁ ଏଠାକୁ ବିଭିନ୍ନ ସମସ୍ୟାରେ ପଡିଥିବା ଲୋକେ ଧାଇଁ ଆସିଥାନ୍ତି । ମାନସିକ ପୁରଣ ହେବା ପରେ ମୁଣ୍ଡନ ଓ ଅମୃତଭୋଗ କରିଥାନ୍ତି ।

ମନ୍ଦିରର କିମ୍ବଦନ୍ତୀ:- କଳାପାହାଡ ଓଡିଶାର ବିଭିନ୍ନ ମନ୍ଦିର ଉପରେ ଆକ୍ରମଣ କରିବା ସହ ଠାକୁରଙ୍କୁ ଚୋରି କରିନେଇଥିଲା । ସେହି ସମୟରେ ଜଗନ୍ନାଥ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଠାକୁରଙ୍କରୁ ସୁରକ୍ଷା ଦେବା ପାଇଁ ପୁରୀ ମହାରାଜା ୩ ଠାକୁରଙ୍କୁ ଜିରାଙ୍ଗ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିଲେ । ସେତେବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ବିଭିନ୍ନ ପ୍ରକାର ଫଳ ଏବଂ ଗୌଡମାନଙ୍କ ଦ୍ବାରା ଉତ୍ପାଦିତ କ୍ଷୀର, ଦହୀ, ଛେନା ଆଦି ଖାଇବାକୁ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ମହାରାଜା ଠାକୁରଙ୍କୁ ଫେରାଇ ନେଇଥିଲେ ମଧ୍ୟ ବଳଦେବ ଜୀଉ ଏଠାକାର ଆଦିବାସୀଙ୍କ ଆତିଥ୍ୟ ଏବଂ ଗୌଡମାନଙ୍କ କ୍ଷୀରକୁ ଭୁଲି ପାରିନଥିଲେ । ତେଣୁ ସେ ଏଠାରେ ହିଁ ରହିଯାଇଥିବା ଲୋକଙ୍କ ବିଶ୍ବାସ ରହିଛି ।

ପ୍ରଭୁ ବଳଦେବଙ୍କ ପ୍ରିୟ ଏଠାକାର ଗୌଡ଼ଙ୍କ ଦହି ଛେନା:- ଏଠାକାର ଗଉଡ଼ମାନଙ୍କ ଦହି, ଛେନା, କ୍ଷୀରରେ ପ୍ରସ୍ତୁତ ଅମୃତଭାଣ୍ଡ ଭୋଗ ଲାଗି ହୋଇଥାଏ ବୋଲି ଏଠାକାର ପୂଜକ କହିଛନ୍ତି । ପ୍ରତିବର୍ଷ ଏଠାରେ ରଥଯାତ୍ରା ଆୟୋଜିତ ହୋଇଥାଏ । ହେଲେ ହେରାପଞ୍ଚମୀରେ ଏଠାରେ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟି ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଏଠାକାର ଆୟୋଜକ କହିଛନ୍ତି । ଲୋକେ ବଳଦେବ ଜୀଉଙ୍କ ମନପସନ୍ଦ ଅମୃତଭାଣ୍ଡ ଭୋଗ ଲାଗି କରୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି । ଏଠାକାର ଗୌଡମାନଙ୍କ ଦ୍ବାରା ଏହା ପ୍ରସ୍ତୁତ କରାଇ ଭୋଗ ଲଗାଇବା ସହ ମାନସିକ କରିବା ଦ୍ବାରା ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ତେଣୁ ଏଠାରେ ଗୌଡ ସେବାୟତମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ମାନସ୍କାମନା ପୁରଣ ହେବାପରେ ହେରା ପଞ୍ଚମୀ ତିଥିରେ ଆସି ମୁଣ୍ଡନ ହେବାର ପରମ୍ପରା ରହିଆସିଛି । ତେଣୁ ଏହି ଦିନ ଓଡିଶା ତଥା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ଏନେଇ ଶ୍ରଦ୍ଧାଳୁ ଦୀପାଞ୍ଜଳୀ ଦଳାଇ କହିଛନ୍ତି, "ଆମେ ପ୍ରତିବର୍ଷ ଏଠାକୁ ଆସିଥାଉ । ପ୍ରଭୁ ବଳଦେବଙ୍କ ନିକଟରେ ମନସ୍କାମନା କଲେ ସମସ୍ତ ମନବାଞ୍ଛା ପୁରଣ ହୁଏ ବୋଲି ବିଶ୍ବାସ ରହିଛି । ମୋ ଝିଏର ମୁଣ୍ଡନ ପାଇଁ ଆମେ ଏଠାକୁ ଆସିଛୁ । ଚଳିତ ବର୍ଷ ପ୍ରବଳ ଗହଳି ଦେଖିବାକୁ ମିଳିଛି ।" ସେହିପରି ଆୟୋଜକ ଆନନ୍ଦ ପାଇକ କହିଛନ୍ତି, "ହେରାପଞ୍ଚମୀ ତିଥିରେ ୧୦୦୦ ଲୋକଙ୍କ ମୁଣ୍ଡନ କରିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଏହାର ସମସ୍ତ ଆୟୋଜନ ମଧ୍ୟ କରାଯାଇଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ଜିଲ୍ଲାରୁ ଭକ୍ତ ଆସୁଥିବାରୁ ଚଳିତ ବର୍ଷ ଗହଳି ମଧ୍ୟ ରହିଛି ।"

ଏଠାକୁ ଆସୁଥିବା ଲୋକେ ନିଜର ଅନୁଭୂତି ବର୍ଣ୍ଣନା କରୁଥିବା ବେଳେ ଲୋକଙ୍କ ବିଶ୍ବାସ ଏବେବି ଅତୁଟ ରହିଛି । ସମସ୍ତଙ୍କ ଗୋଟିଏ ମତ ଯେ , ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଭଗବାନଙ୍କୁ ବିନା ଆଶୀର୍ବାଦରେ କିମ୍ବା କରୁଣାରେ କୌଣସି ଜିନିଷ ସମ୍ଭବ ନୁହେଁ । ତେଣୁ ଜିରାଙ୍ଗ ଭଳି ଏକ ଅଖ୍ୟାତ ଗାଁ ହେରାପଞ୍ଚମୀରେ ବିଖ୍ୟାତ ହୋଇଯାଇଥାଏ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.