ETV Bharat / state

୩ଟି ସୁନା ଦୋକାନରେ GST ଟିମ୍‌ର ଚଢ଼ାଉ

author img

By

Published : Jan 25, 2023, 1:23 PM IST

ଫାଙ୍କି ଚାଲିଥିଲେ ଟିକସ । ମାଡ଼ି ବସିଲା ଜିଏସଟି ଟିମ୍ । ଅଧିକ ପଢ଼ନ୍ତୁ

GST team on jewellary shop
ସୁନା ଦୋକାନରେ ଜିଏସଟି
ସୁନା ଦୋକାନରେ GST

ପାରଳାଖେମୁଣ୍ଡି: ସୂର୍ଯ୍ୟା ହଲମାର୍କର ୩ଟି ସୁନା ଦୋକାନରେ GST ଚଢ଼ାଉ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ଥିବା ଗୋଟିଏ ମାଲିକର ୩ଟି ସୁନା ଦୋକାନରେ ଚଢ଼ାଉ କରିଛି GST ଟିମ୍ । ବ୍ରହ୍ମପୁରରୁ ଆସିଥିବା ଏହି ୯ ଜଣିଆ GST ଟିମ୍‌ ଏକାଥରକେ ତିନୋଟି ଦୋକାନରେ ଚଢ଼ାଉ କରିଛି । ବିଭିନ୍ନ ଅଳଙ୍କାରର ଓଜନ ସହ ରସିଦ୍‌ ଯାଞ୍ଚ ଆରମ୍ଭ କରିଥିଲା GST ଟିମ୍ । ଯାଞ୍ଚ ସରିବା ପରେ GST ଟିକସ ପୈଠ ଠିକ୍ ଅଛି ନା ନାହିଁ ଜଣା ପଡ଼ିବ ବୋଲି ଚଢ଼ାଉ କରୁଥିବା ଅଧିକାରୀ କହିଛନ୍ତି । ବିଗତ କିଛି ଦିନର ସୁନା କ୍ରୟ ଓ ବିକ୍ରିର ସମସ୍ତ ଡାଟା ଅଧିକାରୀମାନେ ଚେକ୍‌ କରୁଛନ୍ତି ।

ଏ ସମ୍ପର୍କରେ GST ଏନଫୋର୍ସମଣ୍ଟ ଅଧିକାରୀ ମନୋଜ ପଣ୍ଡା କହିଛନ୍ତି "ଆଜି ଯେଉଁ ଚଢ଼ାଉ ଚାଲିଥିଲା ତାହା କମିଶନରଙ୍କ ସ୍ପେଶାଲ ଅର୍ଡରରେ ହୋଇଛି । ତେବେ ଏଥିନେଇ ଅଧିକ ତଥ୍ୟ ଆମ ପାଖରେ ନାହିଁ । ଗୋଟିଏ ଡିଲରଙ୍କୁ ଚଢ଼ାଉ କରିଛୁ । ତାଙ୍କର ୩ଟି ସୁନା ଦୋକାନ ଅଛି । ଏପର୍ଯ୍ୟନ୍ତ କୌଣସି ବିଶେଷ ଖୋଳାତାଡ଼ କରାଯାଇ ନାହିଁ ।"

ସେହିପରି ଗତ ଡିସେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାରେ ସିଟି ଓ GST ବିଭାଗ ମଧ୍ୟ ଚଢ଼ାଉ କରିଥିଲା । ଠାକୁରମୁଣ୍ଡା ବଜାରରେ ଥିବା କିଛି ଦୋକାନରେ ଟିକସ ଫାଙ୍କିବା ନେଇ ସିଟି ଓ GST ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଡେପୁଟି କମିଶନରଙ୍କ ନେତୃତ୍ବରେ ଠାକୁରମୁଣ୍ଡା ବଜାରରେ ଥିବା ୫ଟି ଦୋକାନ ଉପରେ ସିଟି ଏବଂ GST ବିଭାଗ ପକ୍ଷରୁ ରେଡ୍‌ କରାଯାଇଥିଲା ।

ଠାକୁରମୁଣ୍ଡା ବଜାରର ଫେସନ ପ୍ଲାଜା, ନିୟୁ ଫେସନ୍, ବୋଲବମ ଷ୍ଟୋର୍‌, ବୋଲ ବମ୍ ଏଣ୍ଟରପ୍ରାଇଜେସ୍‌, ସାଇରାମ ହାର୍ଡୱେଆର, ଶିବଶକ୍ତି ହାର୍ଡୱେୟାର ଆଦି ୫ଟି ଦୋକାନରେ ଏବଂ ଗୋଦାମ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ହୋଇଥିଲା । ପୂର୍ବରୁ ଏହି ଦୋକାନର ମାଲିକମାନେ ଟିକସ ଫାଙ୍କିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଡେପୁଟି କମିଶନର କୂଳମଣି ମଲିକଙ୍କ ନେତୃତ୍ୱରେ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାର CT & GST ବିଭାଗର ଅଧିକାରୀ ଓ କର୍ମଚାରୀମାନେ ରେଡ଼ କରିଥିଲେ । ତେବେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ କେତେ ପରିମାଣର ଫାଇନ ଆଦାୟ କରାଯିବ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ସେହିପରି ଧନତରାସରେ ମଧ୍ୟ ବିଭିନ୍ନ ସୁନା ଦୋକାନରେ ଜିଏସଟି ଚଢ଼ଉ କରିଥିଲା । ରାଜଧାନୀ ସମେତ ଓଡିଶାର ୧୫ଟି ସ୍ଥାନରେ ଚଢାଉ ହୋଇଥିଲା । ଜିଏସଟି (GST) ଫାଙ୍କୁଥିବା ନେଇ ୧୫ଟି ସହରରେ ରେଡ଼ ହୋଇଥିଲା । ଏଥିରେ ୨୦ଟି ଟିମ୍ ବୁଲି ବୁଲି ବିଭିନ୍ନ ସୁନା ଦୋକାନରେ କରୁଛନ୍ତି ରେଡ୍ । ସମ୍ବଲପୁର ଗୋଲବଜାର ନିକଟସ୍ଥ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଉପରେ ମଧ୍ୟ ରେଡ୍ ହୋଇଥିଲା। ଭୁବନେଶ୍ବର, କଟକ, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ରାଉରକେଲା, ଅନୁଗୋଳ, ଯାଜପୁର ଆଦି ସହରରେ ରେଡ୍ ପଡ଼ିଥିଲା । ଏଥିରେ ଭୁବନେଶ୍ବରରେ ବିଷମ ଦୟାଲ, କଟକ ଜୁଏଲାରୀ ସମେତ ପୁରୀର ଗଣେଶ ଜୁଏଲାରୀ ଆଦି ସ୍ଥାନରେ ଜିଏସଟି ଚଢ଼ାଉ କରିଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.