ETV Bharat / state

ରାଜ୍ୟବାସୀଙ୍କ ଦିଲରେ ସାରାଙ୍କ ସଙ୍ଗ୍‌, ଭାଇରାଲ ହେଉଛି ଭିଡିଓ - SP

ଲାଇମଲାଇଟରେ ଗଜପତି ଏସପି ସାରା ଶର୍ମା । କେବେ ବିପନ୍ନଙ୍କ ପାଇଁ ଥାଳ ଧରି ତ ପୁଣି କେବେ ଅପରାଧଙ୍କୁ ଚିତପଟ୍ଟାଙ୍ଗ କରି । ଆଉ ଏବେ ଜଣେ ସିଙ୍ଗର ହୋଇ କେବଳ ଗଜପତି ନୁହେଁ ଓଡିଶାବାସୀଙ୍କ ମଧ୍ୟ ଦିଲ୍‌ ଜିତିଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 26, 2019, 5:21 PM IST

ଗଜପତି: ମହିଳାଙ୍କ ସୁରକ୍ଷା ପାଇଁ ସାରା ସାଜିଲେ ସିଙ୍ଗର । ସମସ୍ୟାରେ ପଡିଲେ ଟେନସନ ନୁହେଁ ସି-ଟିମ୍‌ ନମ୍ବରରେ ଫୋନ କରିବାକୁ ନିଜ ସ୍ବରରେ କଲେ ସଜାଗ । ଜଣେ ଆଇପିଏସ ଅଫିସରଙ୍କ ଏଭଳି ନିଆରା ଉଦ୍ୟମ କେବଳ ଗଜପତି ନୁହେଁ ସମଗ୍ର ରାଜ୍ୟରେ ପକାଇଛି ଚହଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଲାଇମ ଲାଇଟରେ ଗଜପତି ଏସପି ସାରା ଶର୍ମା । କେବେ ବିପନ୍ନଙ୍କ ପାଇଁ ଥାଳ ଧରି ତ ପୁଣି କେବେ ଅପରାଧଙ୍କୁ ଚିତପଟ୍ଟାଙ୍ଗ କରି । ଆଉ ଏବେ ଜଣେ ସିଙ୍ଗର ହୋଇ କେବଳ ଗଜପତି ନୁହେଁ ଓଡିଶାବାସୀଙ୍କ ମଧ୍ୟ ଦିଲ୍‌ ଜିତିଛନ୍ତି । ମହିଳାଙ୍କୁ ସାହାସୀ ଓ ନିର୍ଭୀକ ହେବାକୁ ସେ ଗୀତ ଗାଇ ଆହ୍ବାନ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

‘ନାରୀର ସୁରକ୍ଷା ପାଇଁ ନେଇଛୁ ପଣ, ଦେଶର ସୁରକ୍ଷା ପାଇଁ ନିଜକୁ କରିଛୁ ଅର୍ପଣ’ ଶୀର୍ଷକ ଏହି ସଙ୍ଗୀତଟି ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ସୋସିଆଲ ମିଡିଆରେ ଏହାର କ୍ରେଜ ଏବେ ଦେଖିବାକୁ ମିଳିଛି । ସ୍କୁଲରୁ କଲେଜ ପିଲାଙ୍କ ସହ ଯୁବକ ଯୁବତୀଙ୍କର ଏବେ ଏହି ଗୀତଟି ପ୍ରଥମ ପସନ୍ଦ ପାଲଟିଛି ।

ଏହି ଗୀତଟି ଛାତ୍ରୀଙ୍କ ସହ ମହିଳା ମାନଙ୍କୁ ମଧ୍ୟ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି । ତେବେ ସେ ଗାଇଥିବା ଗୀତର ପ୍ରତିଟି ଅକ୍ଷର ମହିଳା ଓ ଶିଶୁଙ୍କ ଉଦ୍ଦେଶ୍ୟରେ ରହିଛି । ନାରୀଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ପୋଲିସ ପ୍ରତିଶ୍ରୁତିବଦ୍ଧ ଥିବା ନେଇ ସେ ଏଥିରେ ପ୍ରତିଶ୍ରୁତି ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

FGDFGS

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.