ETV Bharat / state

ଗଜପତି ଏସପି ସାରା ଶର୍ମାଙ୍କ ଆଉ ଏକ ସଫଳତା, ମିଶନ ସାକ୍ଷରତା

ଶିକ୍ଷା ସମାଜକୁ ନୂତନ ଦିଶା ଦିଏ । ସମାଜରୁ ଅନ୍ଧକାର ଦୂରେଇ ଦିଏ । ତେଣୁ ସମସ୍ତଙ୍କ ପାଇଁ ଶିକ୍ଷା ଜରୁରି । ସେଥିପାଇଁତ ଗଜପତି ଏସପି ସାରା ଶର୍ମାଙ୍କ ଆଉ ଏକ ଅଭିଯାନ ।

author img

By

Published : Aug 25, 2019, 1:43 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଲୋକଙ୍କୁ କେବଳ ନାଲି ଆଖି ଦେଖାଇବା ଦ୍ବାରା ଆଇନ ଶୃଙ୍ଖଳା ରକ୍ଷା କରାଯାଇପାରିବ ନାହିଁ । ଲୋକଙ୍କ ସୁଖ ଦୁଃଖର ସାଥି ହେବା ବି ଆବଶ୍ୟକ । ଏହାକୁ ଠିକ ଭାବେ ବୁଝିଛନ୍ତି ଗଜପତି ଏସପି ସାରା ଶର୍ମା । ତେଣୁ ସେ ଜିଲ୍ଲାରେ ଯୋଗଦେବା ପରଠାରୁ ଗୋଟିଏ ପରେ ଗୋଟିଏ ନିଆରା କାର୍ଯ୍ୟ କରି ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ଜିଲ୍ଲା 61ଜଣ ଗରୀବ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ଭୂବନେଶ୍ବରର ଏକ ଘରୋଇ ସଂସ୍ଥାକୁ ପଠାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାରା । ଏହାଦ୍ବାରା ଆଦିବାସୀ ପିଲାମାନେ କେବଳ ଶିକ୍ଷିତ ହେବେ ନାହିଁ, ପୁଲିସ ଉପରେ ସେମାନଙ୍କ ବିଶ୍ବାସ ବୃଦ୍ଧି ପାଇବ । ଏହା ହେଲେ ନିରକ୍ଷର ଲୋକଙ୍କୁ ନିଜର ବଳ ଭାବେ ବ୍ୟବହାର କରୁଥିବା ମାଓବାଦୀଙ୍କ ବଳ ଭାଙ୍ଗିବ ବୋଲି କହିଛନ୍ତି ଏସପି।

ଆଦିବାସୀଙ୍କ ନୀରିହତାର ସୁଯୋଗ ନେଇ ସେମାନଙ୍କୁ ନିଜର ବଳ ଭାବେ ବ୍ୟବହାର କରିଆସିଛନ୍ତି ମାଓବାଦୀ । ସେମାନଙ୍କ ମିଠା ମିଠା କଥାରେ ଭାସିଯାଇ ନିରକ୍ଷର ଆଦିବାସୀମାନେ ଦେଶ ବିରୁଦ୍ଧରେ ଅଘୋଷିତ ଯୁଦ୍ଧର ମୋହରା ବନୁଛନ୍ତି । ପୁଲିସ ନିଜର ବଳ ପ୍ରୟୋଗ କରି ମାଓବାଦୀଙ୍କୁ ଦମନ କରିବାରେ ସକ୍ଷମ ହୋଇଛି । ହେଲେ ମାଓବାଦୀଙ୍କ ଟାର୍ଗେଟରେ ଥିବା ଅଞ୍ଚଳର ପିଲାଙ୍କୁ ଶିକ୍ଷିତ କରାଇବା ବି ଜରୁରୀ ।

ସେମାନେ ଶିକ୍ଷିତ ହେଲେ ମାଓବାଦୀମାନେ ସେହି ଅଞ୍ଚଳରେ ପଶି ନିଜର ଲକ୍ଷ୍ୟ ହାସଲ କରିବା ତ ଦୂରର କଥା ଓଲଟା ପୁଲିସକୁ ସମର୍ଥନ ମିଳିବା ନିଶ୍ଚିତ । ତେଣୁ ଗଜପତି ଜିଲ୍ଲାର 61ଜଣ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ପୁଲିସ ଭୂବନେଶ୍ବର ପଠାଇଛି । ଏଥିପାଇଁ ମନୋନୀତ ହୋଇଥିବା ପିଲାଙ୍କୁ ସ୍ବତନ୍ତ୍ର ବସ ଯୋଗେ ଭୂବନେଶ୍ବର ପଠାଯାଇଛି । ସେଠରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟରେ ଏହି ପିଲାମାନେ ରହିବା ସହ ପାଠ ପଢିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ସାଧାରଣ ଲୋକଙ୍କ ହିତ ପାଇଁ ସବୁ ବେଳେ ଚିନ୍ତା କରୁଥିବା ଗଜପତିର ଏହି ମହିଳା ଏସପିଙ୍କ ନିଆରା କାର୍ଯ୍ୟକ୍ରମ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଆସିଛି । ପୁଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ନିଜ ପିଲାଙ୍କ ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ଲକ୍ଷ୍ୟ ରଖିଥିବା ଅଭିଭାବକମାନେ ଏଭଳି କାର୍ଯ୍ୟରେ ଖୁସି ପ୍ରକାଶ କରିଛନ୍ତି ।

ଏସପି ସାରା ଶର୍ମା ପୂର୍ବରୁ ଫନି ବିପନ୍ନଙ୍କ ପାଇଁ ହାତରେ ଥାଳି ଧରି ସାହାଯ୍ୟ ମାଗିବା ହେଉ କି ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସି-ଟିମ ଗଠନ ହେଉ କିମ୍ବା ଉଡାନ କାର୍ଯ୍ୟକ୍ରମ ମାଧ୍ୟମରେ ବେକାର ଯୁବକ ଯୁବତୀଙ୍କୁ ସାମରିକ ଓ ଅର୍ଦ୍ଧସାମରିକ ବଳରେ ଯୋଗଦେବା ପାଇଁ ତାଲିମ ପ୍ରଦାନ କରି ସବୁବେଳେ ଚର୍ଚ୍ଚା ରହିଆସିଛନ୍ତି। ଏହି ମହିଳା ଆଇପିଏସ ଅଫିସର ସବୁବେଳେ କିଛି ଭିନ୍ନ ଓ ନୂଆ କରି ଦେଖାଇବା ଫଳରେ ସାରା ଶର୍ମାଙ୍କୁ ଏବେ ସାରା ରାଜ୍ୟରୁ ମିଳୁଛି ବିପୁଳ ସମର୍ଥନ ।

ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ

Intro:Body:3rd visual of isrokjrConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.