ETV Bharat / state

32 ନିୟମ ଉଲ୍ଲଂଘନକାରୀଙ୍କୁ କ୍ବାରେଣ୍ଟାଇନରେ ରଖି ସାବାଡ କଲେ ସାରା ଶର୍ମା

ଲକଡାଉନକୁ ନମାନି ବାହାରେ ବୁଲୁଥିବା 32 ଜଣ ଯୁବକଙ୍କୁ ଉଠାଇ ନେଇ ସେମାନଙ୍କ ନାଁରେ ମାମଲା ରୁଜୁ କରିବା ସହ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇଲା ଗଜପତି ପୋଲିସ । ଅଧିକ ପଢନ୍ତୁ...

author img

By

Published : Apr 13, 2020, 8:32 PM IST

Gajapati police have quarantined 32 Youths
ଲକଡାଉନ ଉଲଙ୍ଘନକାରୀ 32ଜଣ ଯୁବକଙ୍କୁ କ୍ବାରେଣ୍ଟାଇନରେ ରଖିଲା ଗଜପତି ପୋଲିସ

ଗଜପତି: କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ହେଲେ କିଛି ଯୁବପିଢୀ ଏହାକୁ ଖୁଲମଖୁଲା ଉଲଙ୍ଘନ କରି ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ଏନେଇ ପାରଳାଖେମୁଣ୍ଡି ପୋଲିସ ଏମାନଙ୍କ ଉପରେ ନେଇଛି ଦୃଢ କାର୍ଯ୍ୟାନୁଷ୍ଠାନ ।

ଲକଡାଉନ ଘୋଷଣା କରିବା ପର ଠାରୁ ପୋଲିସ ଏବଂ ପ୍ରଶାସନ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳିବାକୁ ବାରମ୍ବାର ତାଗିତ କରିଆସୁଥିଲେ ସୁଦ୍ଧା ସୋମବାର 32 ଜଣ ଯୁବକ ଏହି ଲକଡାଉନକୁ ନମାନି ବାହାରେ ବୁଲୁଥିଲେ । ଯାହାଙ୍କୁ ପୋଲିସ ଉଠାଇ ନେଇ ସେମାନଙ୍କ ନାରେ ମାମଲେ ରୁଜ୍ଜୁ କରିବା ସହ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏସପି ସାରା ଶର୍ମା । ଏହିଭଳି କିଛି ଅମାନିଆ ବ୍ୟକ୍ତି ନିଜ ପାଇଁ ବିପଦ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦର କାରଣ ବନୁଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.