ETV Bharat / state

କୁମ୍ବିଂ ଅପରେସନରେ ଗଜପତି ପୋଲିସକୁ ବଡ ସଫଳତା - combing

ଶୁକ୍ରବାର ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ଅଞ୍ଚଳରେ ପୋଲିସ କୁମ୍ବିଂ ଅପରେସନ କରିଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଭଳିଆଗୁଡା ଅଞ୍ଚଳ ଜଙ୍ଗଲରେ ପୋତା ଯାଇଥିବା ଗୋଟିଏ ଇନସାସ ରାଇଫଲ୍, ଗୋଟିଏ ଇନସାସ ମ୍ୟାଗାଜିନ, ଗୋଟିଏ ଏକେ 47 ମାଗାଜିନ, 3ଟି ଏସଲର ମାଗାଜିନ ସହ 46 ଟି ଗୁଳି ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Apr 5, 2019, 11:55 PM IST

ଗଜପତି: ଗଜପତି ପୋଲିସକୁ ମିଳିଛି ବଡ ସଫଳତା । ଶୁକ୍ରବାର ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ଅଞ୍ଚଳରେ ପୋଲିସ କୁମ୍ବୀଙ୍ଗ ଅପରେସନ କରିଥିଲା । ଏହି ସମୟରେ ଏକ ବିଶିଷ୍ଟ ସୂତ୍ରରୁ ଖବର ପାଇ ପୋଲିସ ଭଳିଆଗୁଡା ଅଞ୍ଚଳରେ ଜଙ୍ଗଲରେ ପୋତା ଯାଇଥିବା 1ଟି ଇନସାସ ରାଇଫଲ୍, 1ଟି ଇନସାସ ମାଗାଜିନ,1ଟି ଏକେ 47 ମାଗାଜିନ, 3ଟି ଏସଲର ମାଗାଜିନ ସହ 46 ଟି ଗୁଳି ଉଦ୍ଧାର କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ତେବେ ଏହି ଇନସାସ ରାଇଫଲ ଉପରେ ପିଟିଏସ୍ 91 ଲେଖାଯାଇଛି । 2008 ନୟାଗଡ ଅସ୍ତ୍ରାଗାର ଲୁଟ ସମୟରେ ମାଓବାଦୀ ଏହା ଆଣିଥିବା ପୋଲିସ ସନ୍ଦେହ କରୁଛି ।

ସେହିପରି ଶୁକ୍ରବାର ମୋହନା ପୋଲିସର ଆଉ ଏକ ଟିମ ହିଚା ଗାନ୍ଧୀ ଜଙ୍ଗଲରେ କୁମ୍ବିଂ ଅପରେସନ କରିବା ସମୟରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ଦୁଇ ଜଣ ବ୍ୟକ୍ତି ହେଲେ ରବି ମଲ୍ଲିକ ଓ ହରିରାଜ ମଲ୍ଲିକ । ତେବେ ପୋଲିସ ସେମାନଙ୍କ ଠାରୁ 2ଟି ଦେଶୀ ବନ୍ଧୁକ ସହ କିଛି ଗନ୍ ପାଉଡର ଜବତ କରିଛି । ଏନେଇ ଏସପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.