ETV Bharat / state

ପୋଲିସ ହାତରେ ଥାଳି, ବୁଲି ବୁଲି ମାଗୁଛି ସହାୟତା - ସହାୟତା

ଝଡ ବାତ୍ୟା ‘ଫନି’ ଖାକିର ଛବି ବଦଳାଇ ଦେଇଛି । ପୋଲିସ ଯେ ସବୁବେଳେ କଠୋର ଏହି ଧାରଣାକୁ ଦୂରେଇଛି ଫନି । ଭିନ୍ନ ରୂପରେ ଖାକି ଆଜି ବିପନ୍ନଙ୍କ ପାଇଁ ଏକ କରିଦେଇଛି ରାତି ଦିନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : May 9, 2019, 8:58 PM IST

ଗଜପତି: ବର୍ତ୍ତମାନ ଏକ ନୁହେଁ, ଏକାଠି ହେବାର ବେଳ । ଫନି ମାଡରେ ଭାଙ୍ଗି ପଡିଥିବା ଅଣ୍ଟାକୁ ସଳଖେଇବାର ସମୟ । ଏହାକୁ ବେଶ ଭଲ ଭାବରେ ବୁଝିପାରିଛି ଗଜପତି ପୋଲିସ । ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବାକୁ ହାତରେ ଥାଳି ଧରି ବାହାରିଛନ୍ତି ଖୋଦ୍‌ ଜିଲ୍ଲା ଏସପି । ଯାହା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ବାତ୍ୟା ‘ଫନି’ ଉପକୂଳ ଓଡିଶାକୁ ଖିନଭିନ୍ କରି ଦେଇଛି । ବାତ୍ୟା ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜଗନ୍ନାଥ ଧାମ ଓ ସ୍ମାର୍ଟ ସିଟି ଭୁବନେଶ୍ବର । ଆଉ ଏବେ ଅଣ୍ଟା ସଳଖେଇ ଛିଡା ହେବାର ବେଳ ।
ଲୋକଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସାଥ୍ ଦେବାକୁ ଅଣ୍ଟା ଭିଡିଛି ଗଜପତି ପୋଲିସ ଓ ଜିଲ୍ଲା ପ୍ରଶାସନ । ପୋଲିସ ହାତରେ ଥାଳ ଧରି ଦ୍ବାର ଦ୍ବାର ବୁଲି ବିପନ୍ନ ଲୋକଙ୍କ ପାଇଁ ସଂଗ୍ରହ କରୁଛନ୍ତି ଆର୍ଥିକ ସହାୟତା । ଏପରିକି ଖୋଦ ଏସପି ସାଧାରଣ ଲୋକଙ୍କୁ ସହାୟତା ଦେବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

ପୋଲିସର ଏଭଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଥମ ଦିନରେ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ ହୋଇଛି । ଏହି ଦାନ ସଂଗ୍ରହ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୋଲିସର ଏଭଳି ଭିନ୍ନ ପଦକ୍ଷେପକୁ ସବୁ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।

ସେହିପରି ବିପନ୍ନଙ୍କୁ ସହାୟତା ପାଇଁ ଧାଡିରେ ପଛରେ ନାହିଁ ଜିଲ୍ଲା ପ୍ରଶାସନ । ରିଲିଫ ପାଣ୍ଠିକୁ ସାହାଯ୍ୟ କରିବା ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ନିଜେ ବ୍ୟକ୍ତିଗତ ଭାବେ ରିଲିଫ ପାଣ୍ଠିକୁ ଅର୍ଥ ଦେବା ସହ ଅନ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି । ଲୋକେ ଯେପରି ସାହାଯ୍ୟ କରି ପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ବ୍ଲକ ଓ ପୌରାଞ୍ଚଳରେ ସ୍ବତନ୍ତ୍ର କାଉଣ୍ଟର ଖୋଲା ଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.