ETV Bharat / state

ମୃତ୍ୟୁ ପୂର୍ବରୁ ପ୍ରସ୍ତୁତି, କବର ତିଆରି କରି ଚର୍ଚ୍ଚାରେ ଦମ୍ପତି - ମୃତ୍ୟୁ ପୂର୍ବରୁ କବର ତିଆରି

ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିତ, କିନ୍ତୁ ମୃତ୍ୟୁ ପୂର୍ବରୁ କବର ଖୋଳିଛନ୍ତି ବୃଦ୍ଧ ଦମ୍ପତି । ଗଜପତି ଜିଲ୍ଲାର ସୌରୀ ଗାଁରେ ନିଜ ଅର୍ଥରେ ଦୁଇଟି କବର କରିଛନ୍ତି ବୃଦ୍ଧ ଲକ୍ଷ୍ମଣ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 23, 2023, 10:08 PM IST

gajapati old couple made a grave for themselves

ଗଜପତି: ବଞ୍ଚି ଥାଉଥାଉ ନିଜ ପାଇଁ ନିଜେ କବର ଖୋଳିବା କଥା ଆପଣ କେବେ ଶୁଣିଛନ୍ତି କି ? ଏବେ କିନ୍ତୁ ଏପରି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସୌରୀ ଗାଁରେ ବଞ୍ଚି ଥାଉ ଥାଉ ନିଜ ପାଇଁ ଓ ନିଜ ପତ୍ନୀଙ୍କ ପାଇଁ କବର ତିଆରି କରିଛନ୍ତି ବୃଦ୍ଧ ଲକ୍ଷ୍ମଣ। ମୃତ୍ୟୁ ପରେ କାଳେ କିଏ ସାହା ହେବ କି ନାହିଁ, ସେ ନେଇ ନିଜେ ନିଜ ପାଇଁ ସମାଧି କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଘଟଣା ।

ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁ । ଲକ୍ଷ୍ମଣଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ପତ୍ନୀଙ୍କ ବୟସ ଏବେ ୭୦ ଟପିଲାଣି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ବୟସର ଅପରାହ୍ନରେ ପହଞ୍ଚିବା ପରେ ଦୁଇ ପୁଅ ପରମ ଭୁୟାଁ, ପବିତ୍ର ଭୂୟାଁ ଏବଂ ଝିଅ ମାଳତୀ ରଇତକୁ ବିବାହ କରାଇ ଦେଲେ ଲକ୍ଷ୍ମଣ । ସମସ୍ତେ ବିବାହ ପରେ ଏବେ ଘର ଛାଡ଼ି ଆନ୍ୟତ୍ର ରହୁଛନ୍ତି । ପରିଣତ ବୟସରେ ବୃଦ୍ଧା ବାପା ମାଆଙ୍କ ସେବା କରିବା ପାଇଁ ପାଖରେ କେହି ନଥିବା ବେଳେ ଘରେ କେବଳ ବୁଢା ବୁଢି ହିଁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଉଭୟେ ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ, ମୃତ୍ୟୁ ପରେ କାଳେ କିଏ ସାହା ହେବେକି ନାହିଁ, ସେନେଇ ନିଜେ ଲକ୍ଷ୍ମଣ କରିଛନ୍ତି ଏଭଳି ଉଦ୍ୟମ । କିଭଳି ମୃତ୍ୟୁ ପୂର୍ବରୁ ନିଜ ପାଇଁ ଓ ନିଜ ପତ୍ନୀଙ୍କ ପାଇଁ ଏକ କବର ତିଆରି କରିବେ ସେଥିପାଇଁ ସେ ଘର ଧାନ, ବଗଡରୁ ଆଦାୟ ହେଉଥିବା କାନ୍ଦୁଲ,ଝୁଡୁଙ୍ଗ, କାଜୁ ଓ ଦୁଇଟି ଗାଈ ଆଦି ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଓ ପତ୍ନୀଙ୍କ ଦୁଇଟି ସମାଧି ତିଆରି କରିଛନ୍ତି ।

ଦୁଇଟି କବର ଖୋଳା ଯାଇଥିବା ବେଳେ ଉପରେ ଛାତ କରି ସେଥିରେ ମାର୍ବଲ ଲଗାଇଛନ୍ତି ଲକ୍ଷ୍ମଣ । ପାଖରେ ଦୁଇଟି ସିମେଣ୍ଟ ପ୍ଲେଟ ମଧ୍ୟ ପଡିଛି । ଏହି ପ୍ଲେଟ ଦୁଇଟିକୁ କବର ଉପରେ ଢାଙ୍କିବା ପାଇଁ ରଖାଯାଇଛି । ମୃତ୍ୟୁ ପରେ କାଳେ ପୁଅ ଝିଅ କିମ୍ବା ବୋହୂ ଉଭୟଙ୍କ ପାଇଁ ଭଲ କବର ସ୍ଥାନ ଦେବେ କି ନାହିଁ ବୋଲି ଚିନ୍ତା କରି ଲକ୍ଷ୍ମଣ ତିଆରି କରିଛନ୍ତି କବର । କବର ସ୍ଥାନର ଆହୁରି କିଛି କାମ ବାକି ରହିଥିବାରୁ ଅର୍ଥର ଅଭାବ ରହିଛି। ତେଣୁ ପରେ ଅର୍ଥର ଯୋଗାଡ଼ ହେଲେ କାମ ସଂପୂର୍ଣ୍ଣ କରିବାର ଲକ୍ଷ୍ୟ ରଖିଛନ୍ତି ଲକ୍ଷ୍ମଣ । ସମୟ ପାଇଲେ ସେ ନିଜେ କବର ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି ।

ପାରିବାରିକ ସମସ୍ୟାରେ ଉତ୍ପିଡିତ ହୋଇନାହାନ୍ତି ଉଭୟ। ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ପରିବାରର କାହା ଉପରେ ବୋଝ ନହେବାକୁ ନିଜ ପାଇଁ ନିଜେ ମୃତ୍ୟୁ ପୂର୍ବ ପ୍ରସ୍ତୁତି କରିଛନ୍ତି । ପରିବାରର ହିତ ସାଧନ ପାଇଁ ପିଲାଙ୍କୁ ପାଠ ପଢାଇ ମଣିଷ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୃଦ୍ଧ ଦମ୍ପତି । କବର ତିଆରି କରିବା ପରେ ଗ୍ରାମବାସୀଙ୍କୁ ଭୋଜିଭାତ ମଧ୍ୟ ଦେଇଛନ୍ତି । ଏଭଳି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.