ETV Bharat / state

ଜଳ ଅଛି କିନ୍ତୁ ଜଳସେଚନ ପାଇଁ ମିଳୁନି ପାଣି, ରାସ୍ତାରୋକ କଲେ ଚାଷୀ - ସାତମାଇଲ ଛକରେ ରାସ୍ତାରୋକ

ଜଳସେଚନ ପାଇଁ ପାଣି ମିଳୁନି । ବାଟସିରିପୁର ଠାରେ ମହେନ୍ଦ୍ରତନୟା ପ୍ରକଳ୍ପରେ ପାଣି ଗଚ୍ଛିତ ଥିଲେ ମଧ୍ୟ ସେହି ନିକଟବର୍ତ୍ତୀ ଅଞ୍ଚଳରେ ପାଣି ମୁଳୁନି । ଜଳସେଚନ ଦାବିରେ ରାସ୍ତା ରୋକ କରିଛନ୍ତି ଶତାଧିକ ଚାଷୀ ଅଧିକ ପଢ଼ନ୍ତୁ

ଜଳସେଚନ ପାଇଁ ମିଳୁନି ପାଣି, ଚାଷୀ ହତାଶ
ଜଳସେଚନ ପାଇଁ ମିଳୁନି ପାଣି, ଚାଷୀ ହତାଶ
author img

By

Published : Oct 27, 2022, 9:41 AM IST

ଗଜପତି: ଜଳସେଚନ ପାଇଁ ପାଣି ମିଳୁନି । ବାଟସିରିପୁର ଠାରେ ମହେନ୍ଦ୍ରତନୟା ପ୍ରକଳ୍ପରେ ପାଣି ଗଚ୍ଛିତ ଥିଲେ ମଧ୍ୟ ସେହି ନିକଟବର୍ତ୍ତୀ ଅଞ୍ଚଳରେ ପାଣି ମିଳୁନି । ଫଳରେ ଦୂରରେ ଥିବା ଗାଁର ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ନଷ୍ଟ ହୋଇଯାଉଥିବା ଧାନକୁ ଦେଖି ଚାଷୀମାନେ ପ୍ରକଳ୍ପ ସ୍ଥଳକୁ ଗଲେ ସେଠାକାର ଚାଷୀ ଆକ୍ରମଣ କରୁଛନ୍ତି ।

ଜଳସେଚନ ପାଇଁ ମିଳୁନି ପାଣି, ଚାଷୀ ହତାଶ

ଏହାକୁ ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ଏହାର ପ୍ରତିବାଦରେ ବୁଧବାର ବାଘଶାଳା, ଖରସଣ୍ଢା, ଅଗରଖଣ୍ଡି ଆଦି 20ରୁ ଅଧିକ ଗାଁର ଚାଷୀ ସାତମାଇଲ ଛକରେ ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ପାରଳାଖେମୁଣ୍ଡି-ରାୟଗଡ଼ା ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ଗୁରାଣ୍ଡି ଥାନା ପୋଲିସ୍ ଘଟଣା ସ୍ଥଳରେ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସଫଳ ମିଳିନଥିଲା । ସେହିପରି ତହସିଲଦାର ନାରାୟଣ ବେହେରା ଆନ୍ଦୋଳନକାରୀଙ୍କର ଅଭିଯୋଗ ଶୁଣିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚାଷୀମାନେ ଜିଦ୍ ଧରି ବସିଥିବାରୁ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇପାରିନାହିଁ ।

15 ଦିନ ହେବ ଆମ ଅଞ୍ଚଳର ନାଳ ପୁରା ଶୁଖିଯାଇଛି । ତଳ ମଣ୍ଡଳର 4ଟା ପଞ୍ଚାୟତର ଲୋକେ ପାଣି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ କୌଣସି ସାହାଯ୍ୟ ସହଯୋଗ କରୁନାହାନ୍ତି । ଚାଷୀ ନିଜେ ଯାଇ ବାଟସିରିପୁର ପାଣି ପାଇଁ ମାଗିବାକୁ ଗଲା ବେଳେ ଉପରପଡ଼ା ଲୋକେ ଆକ୍ରମଣ କରୁଛନ୍ତି ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.