ଗଜପତି: ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହରେ 4ଦିନ ସଟଡାଉନ ଏବଂ 3 ଦିନ ଲକଡାଉନ ଘୋଷଣା କରାଯାଇଛି । ଚଳିତ ସପ୍ତାହରେ ସୋମବାରରୁ ବୁଧବାର ଲକଡାଉନ ସରିଥିବା ବେଳେ ଆଜି ଠାରୁ ରବିବାର ଯାଏଁ ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଫଳରେ ଜିଲ୍ଲାର କାଶୀନଗର ଏନଏସି, ପାରଳଖେମୁଣ୍ଡି ସହର, ସମେତ ଏହାର ଚର୍ତୁପାର୍ଶ୍ବରେ ଥିବା 4ଟି ପଞ୍ଚାୟତ ଏବଂ ସମସ୍ତ 7 ଟି ଯାକ ବ୍ଲକ ମୁଖ୍ୟାଳୟରେ ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି । ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡା କଡି ବ୍ୟବସ୍ଥା କରାଯାଇଛି ।
ସେପଟେ କିଛି ଅମାନିଆ ବାହାରେ ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଧରି ତଣ୍ଡ ଆଦାୟ କରିଛି । ଖୋଦ ଏସପି ସ୍ଥିତିର ସମୀକ୍ଷା କରୁଛନ୍ତି । ସଟଡାଉନ ସମୟରେ କେବଳ ସ୍ବାସ୍ଥ୍ୟ ସେବା ଏବଂ ଦୁଗ୍ଧ ବିକ୍ରୀକୁ ଅନୁମତି ଦିଆ ଯାଇଥିବା ବେଳେ ଅନ୍ୟ ସମସ୍ତ ସେବାକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ