ETV Bharat / state

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ: ଦେଶର ପ୍ରଥମ ସ୍ଥାନ ଅଧିକାର କଲା ଗଜପତି ଜିଲ୍ଲା - Gajapati district ranks first in aakankhy jilla programme

ନୀତି ଆୟୋଗଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଗଜପତି ଜିଲ୍ଲା । ୨୦୧୮ ମସିହାରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦେଶର 112ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ଅଧିକ ପଢନ୍ତୁ...

ଦେଶରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା

author img

By

Published : Oct 2, 2021, 8:26 AM IST

ଗଜପତି: ନୀତି ଆୟୋଗଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଗଜପତି ଜିଲ୍ଲା। ଯାହା କେବଳ ଗଜପତି ଜିଲ୍ଲା ପାଇଁ ନୁହେଁ ବରଂ ଓଡିଶା ପାଇଁ ଏକ ଗୌରବର କଥା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ୨୦୧୮ ମସିହାରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦେଶର 112ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଜାରି ରହିଛି ।

ଦେଶରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା

ସ୍ବାସ୍ଥ୍ୟ, ପୋଷଣ, ଶିକ୍ଷା, କୃଷି, ଜଳସମ୍ପଦ,ମୌଳିକ ଭିତିଭୂମି, ଦକ୍ଷତା ବିକାଶ, ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରକୁ ନେଇ ଜାରି ରହିଥିବା ଏହି କାର୍ଯ୍ୟକ୍ରମରେ ଗତ ଅଗଷ୍ଟ ମାସରେ ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି । ଏଥିପାଇଁ ଜିଲ୍ଲାକୁ ନୀତି ଆୟୋଗଙ୍କ ପକ୍ଷରୁ ୫କୋଟି ଟଙ୍କା ପୁରସ୍କାର ମିଳିବାକୁ ଥିବା ବେଳେ କୃଷିରେ ପ୍ରଥମ ଏବଂ ଜଳସମ୍ପଦ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଅତିରିକ୍ତ ୬ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ ।

ଗତ ୨୦୧୮ ମସିହାର ଡିସେମ୍ବର ମାସରେ ଗଜପତି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେହିପରି ୨୦୧୯ ମସିହା ଡିସେମ୍ବର ମାସରେ କୃଷି ଓ ଜଳସଂପଦ କ୍ଷେତ୍ରରେ ତୃତୀୟ ଏବଂ ୨୦୨୦ ମସିହା ନଭେମ୍ବର ମାସରେ ମୌଳିକ ଭିତିଭୂମି କ୍ଷେତ୍ରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା । ଫଳରେ ୩ବର୍ଷରେ ୩କୋଟି ଲେଖାଏଁ ପୁରସ୍କାର ଜିଲ୍ଲାକୁ ମିଳିଛି । ଏହି ପୁରସ୍କାର ରାଶିରେ ଇଣ୍ଟରନେଟ ସୁବିଧା ନଥିବା ଜିଲ୍ଲାର ୪୬ଟି ପଞ୍ଚାୟତରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ବ୍ୟାଙ୍କିଂ ସହାୟକ କେନ୍ଦ୍ର ଉପଲବ୍ଧ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଗୁମ୍ମା ବ୍ଳକର ଅଜୟଗଡ, ମୋହନା ବ୍ଳକର ପାଣିଗଣ୍ଡାଠାରେ ବ୍ୟାଙ୍କିଂ ସହାୟକ କେନ୍ଦ୍ର ସୁବିଧା ଉପଲବ୍ଧ ହୋଇସାରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସଫଳତା ପାଇଁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗର କର୍ମଚାରୀ ଏବଂ ଅଧିକାରୀଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାର ବିକାଶ ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.