ଗଜପତି: କୋରୋନାକୁ ରୋକିବା ନେଇ ସମସ୍ତ ସ୍ତରରେ ଅନେକ ପ୍ରୟାସ କରାଯାଉଛି । ଗଜପତି ଜିଲ୍ଲାରେ ପ୍ରଶାସନ ଓଡ଼ିଆ ଫେରନ୍ତାଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖିବା ପରେ ସେମାନଙ୍କ ସ୍ୱାବ ଟେଷ୍ଟ କରାଯାଉଛି । କୋଭିଡ୍- 19 ର ସମସ୍ତ ନିୟମକୁ ପାଳନ କରାଯାଉଛି । ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା 51 ରେ ପହଞ୍ଚି ଗଲାଣି ।
ଏମାନଙ୍କ ମଧ୍ୟରୁ ସୀତାପୁର୍ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏମାନଙ୍କ ମଧ୍ୟରୁ 10 ଜଣ ସୁସ୍ଥ ହୋଇ ଡିସ୍ଚାର୍ଯ ମଧ୍ୟ ହୋଇସାରିଲାଣି । ତେବେ ସୁସ୍ଥ ବ୍ୟକ୍ତି ମାନଙ୍କୁ ଘରକୁ ଫେରି 7 ଦିନ ଯାଏ ସଂଗରୋଧ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ ଜିଲ୍ଲାର କିଛି ସ୍ଥାନରେ ଏମାନଙ୍କୁ ଗ୍ରାମରେ ପ୍ରବେଶ କରିବାକୁ ବିରୋଧ କରାଯାଉଥିବା ସହ ସାମାଜିକ ବାସନ୍ଦ କରାଯାଇଥିବା ପ୍ରଶାସନର ନଜରକୁ ଆସିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ଜାରି କରି ଏହିପରି ସାମାଜିକ ବାସନ୍ଦ କରାଯାଇ ପାରିବିନି ବୋଲି ଅନୁରୋଧ କରିବା ସଙ୍ଗେ ଏହିଭଳି ଘଟଣା ସାମ୍ନାକୁ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି।
କୋରୋନାକୁ ରୋକିବା ନେଇ ସମସ୍ତ ସ୍ତରରେ ଅନେକ ପ୍ରୟାସ କରାଯାଉଛି । ଗଜପତି ଜିଲ୍ଲାରେ ପ୍ରଶାସନ ଓଡ଼ିଆ ଫେରନ୍ତା ମାନଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରଖିବା ପରେ ସେମାନଙ୍କୁ ସ୍ୱାବ ଟେଷ୍ଟ କରାଯାଉଛି । କୋଭିଡ୍ 19 ର ସମସ୍ତ ନିୟମକୁ ପାଳନ କରାଯାଉଛି । ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା 51 ରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରୁ ସୀତାପୁର୍ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ