ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ଗଜପତିକୁ ମରୁଡି ଘୋଷଣା ଦାବି

ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ସିପିଆଇ ଲିବରେସନ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଠାରୁ ଏକ ବିରାଟ ଶୋଭାଯାତ୍ର ବାହାରି ସହର ପରିକ୍ରମା ମଧ୍ୟ କରିଥିଲେ । ଆଗକୁ ପଢ଼ନ୍ତୁ,

author img

By ETV Bharat Odisha Team

Published : Nov 24, 2023, 9:10 PM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଗଜପତି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାକୁ ମରୁଡି ଘୋଷଣା କରିବା ସହିତ ଅନ୍ୟାନ ଦାବିକୁ ନେଇ କାର୍ଯ୍ୟାଳୟ ଘେରାଉ । ସିପିଆଇ ଲିବରେସନ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ହାଇସ୍କୁଲ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା ମଧ୍ୟ କରିଥିଲେ । ୧୯ ଦଫା ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଗଜପତି ଜିଲ୍ଲା ସିପିଆଇ ଲିବରେସନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ର ବାହାରି ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବି ପତ୍ର ମଧ୍ୟ ଦେଇଥିଲେ । ତେବେ ସେହି ଦାବି ପତ୍ରରେ ଜିଲ୍ଲାକୁ ମରୁଡି ଘୋଷଣା କରିବା ସହ ଚାଷୀଙ୍କୁ ପଚାସ ହଜାର ଟଙ୍କା ସହାୟତା ପାଇଁ ଅନୁରୋଧ କରାଯାଇଥିଲା । ଲୋକଙ୍କ ବିଭିନ୍ନ ସମସ୍ୟା ଯଥା, ମରୁଡ଼ି କ୍ଷତିଗ୍ରସ୍ଥ ଚାଷୀଙ୍କୁ ସହଯୋଗ ଯୋଗାଇବା, ତାଙ୍କ ଋଣ ଛାଡ଼ କରାଇବା, ଅଣଆଦିବାସୀଙ୍କ ଦଖଲ ଉପରେ ପ୍ରତିରୋଧ, ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ପରି ଅନେକ ସମସ୍ୟା ବିଷୟରେ ମଧ୍ୟ ଅନଗତ କରାଯାଇଥିଲା । ଜିଲ୍ଲାର ଆଦିବାସୀଙ୍କ ଦ୍ବାରା ଆଦାୟ ମହୁଲ, ଝୁଣା, ହଳଦୀ, ଟୋଲ, କାଜୁ ଭଳି ଜଙ୍ଗଲଜାତ ଦ୍ରବ୍ୟକୁ ଟି.ଡ଼ି.ସି.ସି. ଜରିଆରେ କ୍ରୟ ବିକ୍ରୟର ବ୍ୟବସ୍ଥା କରାଇଲେ ସେମାନେ ଅଧିକ ଉପକୃତ ହୋଇପାରିବେ । ସେଭଳି ମକା ମଞ୍ଜିକୁ କିଲ ପ୍ରତି 100 ଟଙ୍କାରେ ମଣ୍ଡିରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ....ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ସ୍ବାର୍ଥ ପାଇଁ ନିଆଁ ଜଳିବ'

ଜିଲ୍ଲାର ଦୁର୍ନୀତି କଥା ନକହିବା ଭଲ । ତେବେ ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାମରେ ଦୁର୍ନିତି ହେବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ମଧ୍ୟ ଆସିଛି । ଗଜପତି ଜିଲ୍ଲା ସହ ଅନ୍ୟ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ମଧ୍ୟ ସୋଚନିୟ । ତେଣୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ରାୟଗଡ଼ ବ୍ଲକ ପଦ୍ମପୁର ପି.ଡବ୍ଲ୍ୟୁଡ଼ି ରାସ୍ତା ଠାରୁ ବିକ୍ରମପୁର ପର୍ଯ୍ୟନ୍ତ, ସୁନ୍ଦରଡ଼ାଙ୍ଗ ଠାରୁ ଡ଼କରପାଙ୍ଗା, ଡ଼ଲିପଙ୍କାଳ ଓ ତାବାର ସାହି ଏବଂ ଜୟପୁର ଠାରୁ ଅନୁଗୁର ପାଇକ ପଦର, ହାଲିମା, ହାତିକୁଡ଼ା, ହାରୁମା ଓ ହାଟିଲିମା ଡ଼ିମିରିସାହି ଆଦିକୁ ପକ୍କା ରାସ୍ତା ନିର୍ମାଣ କରାଯାଉ ବୋଲି କୁହାଯାଇଛି । ବିକ୍ଷୋଭ ବାମନେତା ତ୍ରିନାଥ ଗମାଙ୍ଗଙ୍କ ନେତୃତ୍ବରେ ହୋଇଥିବା ବେଳେ ଦଳୀୟ କର୍ମୀ ଓ ଗ୍ରାମବାସୀ ମଧ୍ୟ ଯୋଗଦେଇଥିଲେ । ତେବେ ବାକି ରହିଲା ଦେଖିବାକୁ କେବେ ଏହି ଦାବି ପୁରଣ ହେଉଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.