ETV Bharat / state

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସନ୍ଦେହରେ ଜିଲ୍ଲାପାଳଙ୍କ ଭୂମିକା - ଏସିଏଫ ମୃତ୍ୟୁ ମାମଲାରେ ଜିଲ୍ଲାପାଳ ଭୂମିକା

ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ନୂଆ ଟ୍ବିଷ୍ଟ । ଘଟଣାରେ ସନ୍ଦେହ ଘେରକୁ ଆସିଛି ଗଜପତି ଜିଲ୍ଲାପାଳଙ୍କ ଭୂମିକା । ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଉଥିବା ବେଳେ ଜିଲ୍ଲାପାଳ ଉପସ୍ଥିତ ଥିବା କହିଲେ ଡିଏଫଓଙ୍କ ଫାଟକ ଜଗୁଆଳି । ଅଧିକ ପଢନ୍ତୁ...

ACF ସୌମ୍ୟରଞ୍ଜନ ମୃତ୍ୟୁ: ସନ୍ଦେହରେ ଜିଲ୍ଲାପାଳଙ୍କ ଭୂମିକା

author img

By

Published : Aug 17, 2021, 8:58 PM IST

ଗଜପତି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ । ମୃତ୍ୟୁ ମାମଲାରେ ଏବେ ସନ୍ଦେହ ଘେରକୁ ଆସିଛନ୍ତି ଗଜପତି ଜିଲ୍ଲାପାଳ । ଘଟଣା ଦିନ ରାତିରେ ଡିଏଫଓଙ୍କ କ୍ବାର୍ଟରକୁ ଆସିଥିଲେ ଜିଲ୍ଲାପାଳ । ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଉଥିବା ବେଳେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସେଠାରେ ଉପସ୍ଥିତ ଥିଲେ । ମଙ୍ଗଳବାର 4 ଘଣ୍ଟାର ମାରାଥନ ଜେରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଡିଏଫଓଙ୍କ ଫାଟକ ଜଗୁଆଳି ।

ACF ସୌମ୍ୟରଞ୍ଜନ ମୃତ୍ୟୁ: ସନ୍ଦେହରେ ଜିଲ୍ଲାପାଳଙ୍କ ଭୂମିକା

ଆଜି(ମଙ୍ଗଳବାର) ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଡିଏଫଓଙ୍କ ଫାଟକ ଜଗୁଆଳି ସନ୍ତୋଷ ବିଶ୍ବାଳ, ମାଳି ଅଜୟ ବେହେରାଙ୍କୁ ମାରାଥନ ଜେରା କରିଛି । ପ୍ରାୟ 4 ଘଣ୍ଟା ଧରି ସେମାନଙ୍କ ଗୁଡେଇତୁଡେଇ ପ୍ରଶ୍ନ ପରଚରାଯାଇଛି । ମାମଲାରେ ଫାଟକ ଜଗୁଆଳିଙ୍କ ବୟାନ ଗଜପତି ଜିଲ୍ଲାପାଳଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଗୁଆଳିଙ୍କ କହିବା କଥା ଘଟଣା ଦିନ ରାତିରେ ଡିଏଫଓଙ୍କ ଘରକୁ ଜିଲ୍ଲାପାଳ ଯାଇଥିଲେ ଏବଂ ସୌମ୍ୟଙ୍କୁ ଉଦ୍ଧାର କରି ମୋଡିକାଲ ନେବା ସମୟରେ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏହି ସୁରାକ ପାଇଥିବା କଥାକୁ କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ମଧ୍ୟ ସ୍ବୀକାର କରିଛନ୍ତି । ଏଥିସହ ଆବଶ୍ୟକ ହେଲେ ଜିଲ୍ଲାପାଳଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ କହିଛନ୍ତି । ସେହିପରି ଜବତ ମୋବାଇଲରୁ ମିଳିଥିବା ତଥ୍ୟକୁ ମଧ୍ୟ ତଦନ୍ତ ବେଳେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଡିଏସପି ।

ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡି ହୋଇ ମୃୃତ୍ୟୁ ଘଟଣାର ରହସ୍ୟ ଭେଦ କରିବାରେ ପାରଳାଖେମୁଣ୍ଡିର ବିଫଳତା ପରେ ଏହି ତଦନ୍ତ ଦାୟିତ୍ବ ନେଇଛି କ୍ରାଇମବ୍ରାଞ୍ଚ । ଗତ ଜୁଲାଇ ୧୨ ତାରିଖ ରାତିର ଘଟଣା ପଛର ସତ ଲୋକଲୋଚନକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ପୁରା ଦମ୍ ଲଗାଇଛି । ଏନେଇ ପୂର୍ବରୁ ଟିମ୍ ଏକ୍ସପର୍ଟ ଟିମ୍ ସହ ସୌମ୍ୟଙ୍କ କ୍ବାର୍ଟରରେ ଛାନଭିନ୍ କରିଥିଲା । ସୋମବାର ଘଟଣାରେ କ୍ରାଇମବ୍ରାଞ୍ଚ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କ ସମେତ ଦୁଇଜଣ ଏସିଏଫ ଏବଂ ଅନ୍ୟ ଜଣେ ବନ କର୍ମଚାରୀଙ୍କୁ ଜେରା କରିଥିବାବେଳେ ମଙ୍ଗଳବାର ପ୍ରଥମାର୍ଦ୍ଧରେ ଡିଏଫଓଙ୍କ ଫାଟକ ଜଗୁଆଳି ସନ୍ତୋଷ ବିଶ୍ବାଳ ଏବଂ ମାଳି ଅଜୟ ବେହେରାଙ୍କୁ ଜେରା କରିଛି । ସେହିପରି ଦ୍ଵିତୀୟାଦ୍ଧରେ ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରିଛି । ଏହି ପଚରାଉଚରା ପରେ ଆହୁରି ଅନେକ ଗୁମର ଖୋଲିଛି ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଇତିମଧ୍ୟରେ 36 ଦିନ ବିତିଗଲାଣି । ଦିନ ବିତିବା ସହ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆବିର୍ଭାବ ହେଉଛନ୍ତି ନୂଆ ନୂଆ ଚରିତ୍ର । ପୂର୍ବରୁ ଡିଏଫଓ, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ସନ୍ଦେହଘେରରେ ଥିବାବେଳେ ଏବେ ଘଟଣାର ମୋଡ ବଦଳାଇଛି ଜିଲ୍ଲାପାଳଙ୍କ ଭୂମିକା । ତେବେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଆବଶ୍ୟକ ହେଲେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.