ETV Bharat / state

‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଡକାଇଲେ ଗଜପତି ଜିଲ୍ଲାପାଳ

ବାତ୍ୟା ଫନିକୁ ନେଇ ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Apr 30, 2019, 4:09 PM IST

ଗଜପତି: ମାଡି ଆସୁଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନି । ଏହାର ପ୍ରଭାବ ଉପକୂଳ-ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଏନେଇ ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସମ୍ଭାବ୍ୟ ବାତ୍ୟାକୁ ନେଇ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । କଚ୍ଚା ଘରେ କିମ୍ବା ବିପଦ ସଙ୍କୁଳ ଘରେ ରହୁଥିବା ଲୋକମାନଙ୍କୁ ନିକଟସ୍ଥ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରରେ ଆଶ୍ରୟ ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ବିପଦ ସଂକୁଳ ଅବସ୍ଥାରେ ଥିବା ଗାଁ ବିଶେଷ କରି ପାହାଡିଆ ଅଞ୍ଚଳରେ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳି ଭାବେ ବ୍ୟବହାର କରାଯିବ । ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଗଜପତି ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

BANA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.