ETV Bharat / state

ବାଲ୍ୟବିବାହ ମୁକ୍ତ ହେବ ଗଜପତି - ଗଜପତି ଜିଲ୍ଲାପାଳ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବୁଧବାର ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ବାଲ୍ୟବିବାହ ମୁକ୍ତ ହେବ ଗଜପତି
ବାଲ୍ୟବିବାହ ମୁକ୍ତ ହେବ ଗଜପତି
author img

By

Published : Oct 21, 2020, 8:19 PM IST

ଗଜପତି: ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବାଲ୍ୟ ବିବାହର ସ୍ଥିତି ଉଦବେଗ ଜନକ ଥିଲାବେଳେ ଗଜପତିର ସ୍ଥିତି ବି ଖରାପ ଅଛି । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବୁଧବାର ଗଜପତି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ତିଆରି ହେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଅନୁଷ୍ଠିତ ହୋଇଯାଇଛି ।

ବାଲ୍ୟବିବାହ ମୁକ୍ତ ହେବ ଗଜପତି
ବାଲ୍ୟବିବାହ ମୁକ୍ତ ହେବ ଗଜପତି

ଏହି ଟାସ୍କଫୋର୍ସରେ ଜିଲ୍ଲାପାଳ ଅଧ୍ୟକ୍ଷ ଥିଲାବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆବାହକ ଏବଂ ସହ-ଆବାହକ ଅଛନ୍ତି । ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ଚାଇଲ୍ଡଲାଇନର ସଦସ୍ୟ ଓ ବେସରକାରୀ ଅନୁଷ୍ଠାନର ସଭ୍ୟ ରହିଛନ୍ତି ।

ବାଲ୍ୟବିବାହ ମୁକ୍ତ ହେବ ଗଜପତି
ବାଲ୍ୟବିବାହ ମୁକ୍ତ ହେବ ଗଜପତି

ଏହି ବୈଠକରେ ଜିଲ୍ଲାରେ ବାଲ୍ୟ ବିବାହ ଏବଂ ତାହାର କାରଣ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ବୈଠକରେ କମ୍ ଓଜନର ଛୁଆ ଜନ୍ମ ହେବା, ଅପପୃଷ୍ଟି, ରକ୍ତହିନତା ଆଦି ଗୁରୁତ୍ବପୂର୍ଣ୍ଣ ରୋଗରେ ପିଡ଼ିତ ହେବା ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଜିଲ୍ଲାସ୍ତରୀୟ ଟାସ୍କଫୋର୍ସର ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଲା- 1)ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା, 2) ବିଭିନ୍ନ ବିଭାଗ ଗୁଡ଼ିକୁ ଜଡ଼ିତ କରାଇବା, 3) ଲୋକମାନଙ୍କ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା, 4) ହେବାକୁ ଥିବା ବାଲ୍ୟବିବାହକୁ କିପରି ବନ୍ଦ କରାଯିବ ତାହା ଉପରେ ଯୋଜନା ପ୍ରସ୍ତୁତ କରିବା, 5) ଉଦ୍ଧାର ହୋଇଥିବା ଝିଅ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା କରିବା ଏବଂ 6) ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନତଃ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ମାନଙ୍କରେ କିପରି ଯଥାଶୀଘ୍ର ଟାସ୍କଫୋର୍ସ ଗଠନ କରାଯିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଏଥିସହ ବାଲ୍ୟ ବିବାହ ସ୍ଥିତି ଉପରେ ଜିଲ୍ଲାର ସ୍ଥିତି ପାଇଁ ଏକ ନମୁନା ସର୍ଭେ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ।

ଆଗାମୀ ଦିନରେ ପ୍ରତି ଗ୍ରାମକୁ କିପରି ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯିବ ତାହା ଉପରେ ଆଲୋଚନା କରି ବ୍ୟାପକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଏହି ବୈଠକରେ ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୀତାରାମ ଶତପଥି, ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡ଼ି.ଏ ଶ୍ରୀଯୁକ୍ତ ସରୋଜ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ୍ ଶକ୍ତି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିନତି ଦେଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ୟୁଏନଏଫପିର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଓ ଆକ୍ସନ ଏଡର ପ୍ରତିନିଧି ଶ୍ରୀ ପ୍ରବୋଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.