ETV Bharat / state

ଗଜପତିରେ କୋରୋନା ଭୟ, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିବେଦନ - ଗଜପତିରେ କୋରୋନା ସଂକ୍ରମଣ

କିଛି ଦିନର ଆଶ୍ବସ୍ତି ପରେ ପୁଣି କୋରୋନା ଡରାଇବା ଆରମ୍ଭ କରିଛି । ଗଜପତି ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ...

ଗଜପତିରେ କୋରୋନା ଭୟ, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିବେଦନ

author img

By

Published : Apr 12, 2021, 7:24 PM IST

ଗଜପତି: କିଛି ଦିନର ଆଶ୍ବସ୍ତି ପରେ ପୁଣି କରୋନା ଡରାଇବା ଆରମ୍ଭ କରିଛି । ଗଜପତି ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରଥମ ଅପେକ୍ଷା ଦ୍ବିତୀୟ ଲହର ଅଧିକ ସଂକ୍ରାମକ ଏବଂ ଏହାର ରୂପ ମଧ୍ୟ ଭିନ୍ନ ବୋଲି କୁହାଯାଉଛି । ତେଣୁ ଏହାକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଛନ୍ତି । ତେବେ ଭୟ କରିବାର କୌଣସି କାରଣ ନାହିଁ । ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି । କେବଳ ଲୋକେ ସଚେତନ ହୋଇ ପ୍ରଶାସନକୁ ସହଯୋଗ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଛନ୍ତି।

ଗଜପତିରେ କୋରୋନା ଭୟ, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିବେଦନ

2020 ମସିହାରେ କୋରୋନା ସଂକ୍ରମଣର ଯୋଗୁଁ ଗଜପତି ଜିଲ୍ଲାରେ ୩୨ଜଣ ଆକ୍ରାନ୍ତ ପ୍ରାଣ ହରାଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ନଭେମ୍ବର ମାସ ପରଠାରୁ ଜିଲ୍ଲାରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ଫଳରେ ଲୋକେ ଆଶ୍ବସ୍ତ ହେବା ସହ ସ୍ଥିତି ଧିରେଧିରେ ସ୍ବାଭାବିକ ହୋଇଥିଲା। ତେବେ ପୁଣି ଗତ ୩ ତାରିଖରୁ ଦ୍ବିତୀୟ ଲହର ଆରମ୍ଭ ହୋଇଛି।

ଗଜପତିରେ ବର୍ତ୍ତମାନ ସୁଦ୍ଧା ୩୬ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ କୋରୋନା ଗ୍ରାଫ୍ ବୃଦ୍ଧି ପାଉଥିବାରୁ ପ୍ରଶାସନ ସଜାଗ ହୋଇ ଉଠିଛି । ଜିଲ୍ଲାର ପୂର୍ବଥର ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ସହ ୪ଟି ଆରଆରଟି ଟିମ୍ ଗଠନ କରାଯାଇଛି । ସେହିପରି ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଯାଞ୍ଚକୁ କଡାକଡି କରାଯାଇଛି । ପାରଳାଖେମୁଣ୍ଡି ସହରର ବିଜୁ କଲ୍ୟାଣ ମଣ୍ଡପ ଏବଂ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଦୁଇଟି କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି ।

କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଦେଲେ ସେମାନେ ତୁରନ୍ତ ଏଠାକୁ ଆସି ପରୀକ୍ଷା କରାଇ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସେହିପରି ଜିଲ୍ଲାରେ ବର୍ତ୍ତମାନ ଗୋଟିଏ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। କୋଭିଡ ନିୟମର ଖିଲାପ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ପ୍ରଶାସନ । ସେହିଭଳି ପୋଲିସ ପକ୍ଷରୁ କୋଭିଡ କଟକଣା ସଂପର୍କରେ ପ୍ରଚାର କରାଯାଇଛି । କୋରୋନା କଟକଣାକୁ ମାନବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସେହିଭଳି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.