ETV Bharat / state

'ଦିଗହରା ହେଉଛି ସ୍ମିତାରାଣୀ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା'

author img

By

Published : Nov 5, 2019, 8:49 PM IST

ଥମୁନି ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟ। ଏହାର ପ୍ରତିବାଦରେ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି: ଥମୁନି ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟ । ଏହାର ପ୍ରତିବାଦରେ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ରହସ୍ୟ ଓ କେନ୍ଦ୍ରାପଡ଼ା କପୋରେଟିଭ୍ ସଭାପତିଙ୍କ ଯୌନ କେଳାଙ୍କାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି।

ଏହାର ପ୍ରତିବାଦରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ମହିଳା ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ। ଏହି ସରକାରଙ୍କ ସମୟରେ ଇତିଶ୍ରୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ବେବିନା ଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟ ଭଳି ଅନେକ ଘଟଣା ଘଟି ଚାଲିଛି।

ମାତ୍ର ସରକାର ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଲଟା ସେମାନଙ୍କୁ ସୁରକ୍ଷା ଦେବା ଦୁର୍ଭାଗ୍ୟଜନକ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି।

ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଏସପିଙ୍କ ବୟ।ନ ତଦନ୍ତକୁ ଦିଗହରା କରୁଥିବା ବେଳେ ତାଙ୍କ ଅଧିନରେ ଥିବା ଯାଜପୁର ପୋଲିସ କିଭଳି ନ୍ୟାୟ ଦେଇପାରିବ। ଏ ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଦାବି କରିଛି ବିଜେପି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

କର୍ମଜୀବୀ ମହିଳା ଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ସ୍ମିତାରାଣୀ ବିଶ୍ଵାଳ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡ଼ା କପୋରେଟିଭ୍ ସଭାପତିଙ୍କ ଯୌନ କେଳାଙ୍କାରିଙ୍କୁ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷ ରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ସାମ୍ନାରେ ବିକ୍ଷଭ ପ୍ରଦର୍ଶନ କରାଯାଇଛି ।ରାଜ୍ୟ ରେ ମହିଳା ମାନେ ସମ୍ପୂର୍ଣ ଭାବେ ଅସୁରକ୍ଷିତ ।ଏହି ସରକାରଙ୍କ ସମୟ ରେ ଇତିଶ୍ରୀ ଠାରୁ ଆରମ୍ଭ କରି ବେବିନା ଓ ସ୍ମିତ।ରଣି ହତ୍ୟାକାଣ୍ଡ ଭଳି ଅନେକ ଘଟଣା ଘଟି ଚାଲି ଥିଲେ ମଧ୍ୟ ସରକାର ଅପରାଧ ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳ ରେ ଓଲଟ ସେମାନଙ୍କୁ ସୁରକ୍ଷା ଦେବା ଦୁର୍ଭାଗ୍ୟ ଜନକ ବୋଲି ମହିଳା ମୋର୍ଚ୍ଚା ତରଫ ରୁ ଅଭିଯୋଗ କରାଯାଇଛି।ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣା ରେ ଏସ୍ ପି ଙ୍କ ବୟ।ନ ତଦନ୍ତ କୁ ଦିଗହରା କରୁଥିବା ବେଳେ ତାଙ୍କ ଅଧିନ ରେ ଥିବା ଯାଜପୁର ପୋଲିସ କିଭଳି ନ୍ୟାୟ ଦେଇପାରିବ । ତେଣୁ ଏହି ଘଟଣା ର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି ।
  ବାଇଟ -ଅରୁଣିମା ସାହୁ (ବିଜେପି ମହିଳା ମୋର୍ଚା ସଭାନେତ୍ରି)
Visual and byte sent by ftp
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.