ETV Bharat / state

Municipal Vote Counting: ଗଜପତିରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

author img

By

Published : Mar 25, 2022, 5:41 PM IST

ଗୁରୁବାର ପୌର ନିର୍ବାଚନ ମତଦାନ ଶେଷ ହୋଇଥିବା ଶନିବାର ଭୋଟ ଗଣତି ହେବ । ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ଭୋଟ ଗଣତି ପାଇଁ ପ୍ରାଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

Municipal Vote Counting: ଗଜପତିରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
Municipal Vote Counting: ଗଜପତିରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଗଜପତି: ଗୁରୁବାର ପୌର ନିର୍ବାଚନ ମତଦାନ ଶେଷ ହୋଇଥିବା ଶନିବାର ଭୋଟ ଗଣତି ହେବ । ଏହାକୁ ନେଇ ସବୁ ପ୍ରତିଦ୍ୱନ୍ଦୀ ଆଶା ଆଶଙ୍କାରେ ରହିଛନ୍ତି । ସମର୍ଥକମାନେ ନିଜ ନିଜର ପ୍ରାର୍ଥୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ।

ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ଭୋଟ ଗଣତି ପାଇଁ ପ୍ରାଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୫ଟି ଟେବୁଲରେ ଏକକାଳୀନ ଗଣତି ହେବ । ଏଠାକାର ୧୬ଟି ୱାର୍ଡ ପାଇଁ ୪ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ୧୩ ୱାର୍ଡ ବିଶିଷ୍ଟ କାଶୀନଗର NACରେ ୩ଟି ରାଉଣ୍ଡରେ ଭୋଟ ଗଣତି ହେବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସୂଚନା ଦେଇଛନ୍ତି ।

ସେହିଭଳି ଭୋଟ ଗଣତି କେନ୍ଦ୍ରକୁ ୩ ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ଏଥିପାଇଁ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଏହାକୁ ନେଇ ପାରଳାଖେମୁଣ୍ଡି SDPO ରାମକୃଷ୍ଣ ପତି ସୂଚନା ଦେଇଛନ୍ତି । ଭୋଟ ଗଣତି ସମୟରେ ସହରର ଟ୍ରାଫିକକୁ ସାମାନ୍ୟ ପରିବର୍ତ୍ତନ କରାଯିବ । ବ୍ରହ୍ମପୁର ଆଡ଼କୁ ଯାତାୟତ କରୁଥିବା ଗାଡିଗୁଡିକ ଥାନା ଛକ, ହସ୍ପିଟାଲ ଛକ, ରାଜନହର ଛକ ଦେଇ ଯାତାୟତ କରିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.