ETV Bharat / state

ଅନନ୍ୟ ସୀତା ପାହାଡ, ବନବାସ ସାରି ଫେରିବା ବେଳେ ଏଠି ଅଟକିଥିଲେ ମାତା ସୀତା

author img

By

Published : Jan 18, 2023, 11:52 AM IST

Updated : Jan 18, 2023, 12:23 PM IST

ଗଜପତି ଜିଲ୍ଲାର ସୀତା ପାହାଡରେ ଅନୁଷ୍ଠିତ ମକର ମେଳା ରହିଛି ସ୍ବତନ୍ତ୍ରତା । ଲୋକେ ଏହି ସୀତା ପାହାଡରେ ଉତ୍ସବ ପାଳନ କରିବା ସହ ମକର ମଧ୍ୟ ବସିଥାନ୍ତି । ଅଧିକ ପଢନ୍ତୁ

MakarUtsav at Sita hill
ସୀତା ପାହାଡ଼ରେ ଜମୁଛି ମକର ମେଳା

ସୀତା ପାହାଡ଼ରେ ଜମୁଛି ମକର ମେଳା

ଗଜପତି: ମକର ଉତ୍ସବ ବିଭିନ୍ନ ସ୍ଥାନରେ ଲୋକେ ନିଜ ନିଜ ପରମ୍ପରା ଅନୁସାରେ ପାଳନ କରୁଛନ୍ତି । ତେଣୁ ସାରା ଦେଶରେ ଏଥିପାଇଁ ଉତ୍ସବର ମାହୋଲ । ତେବେ ଗଜପତି ଜିଲ୍ଲାର ସୀତା ପାହାଡରେ ଅନୁଷ୍ଠିତ ମକର ମେଳା ରହିଛି ସ୍ବତନ୍ତ୍ରତା । ଲୋକେ ଏହି ସୀତା ପାହାଡରେ ଉତ୍ସବ ପାଳନ କରିବା ସହ ମକର ମଧ୍ୟ ବସିଥାନ୍ତି । ଏଠାରେ ଅନୁଷ୍ଠିତ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ସମସ୍ତେ ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ।

ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ରହିଛି ସୀତା ପାହାଡ଼ । ଏହି ପାହାଡ଼ ଉପରେ ବର୍ଷ ତମାମ କୌଣସି ଗହଳି ଚହଳି ନଥିବା ବେଳେ ମକର ସଂକ୍ରାନ୍ତି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏହି ସମୟରେ ହେଉଥିବା ଯାତ୍ରା ସହ ହୋମ ଯଜ୍ଞରେ ସାମିଲ ହୋଇ ପ୍ରଭୁ ରାମଚନ୍ଦ୍ର ଏବଂ ମାଆ ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ଗୋଟିଏ ପଥରରେ ଥିବା ଏହି ପାହାଡ ଉପରେ ମାଆ ସୀତାଙ୍କ ଦର୍ଶନ ପାଇଁ କେବଳ ଗଜପତି ଜିଲ୍ଲା କିମ୍ବା ପଡୋଶୀ ଜିଲ୍ଲା ନୁହେଁ, ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି ।

କିଛି ଲୋକ ଏହି ସମୟରେ ପାହାଡ଼ ଚଢି ଟ୍ରାକିଂର ମଧ୍ୟ ମଜା ଉଠାଇବା ପାଇଁ ଏଠାକୁ ଆସିଥାନ୍ତି । ଲୋକ ଗହଳିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ଦୁଇ ପଇସା ଲାଭ କରିବା ପାଇଁ ବିଭିନ୍ନ ପସରା ନେଇ ପହଞ୍ଚି ଯାଇଥାନ୍ତି । ଏହି ସମୟରେ ପାହାଡର ସ୍ଥିତି ଦେଖିଲେ ଜଣକୁ ଲାଗିବ ନାହିଁ ଯେ, ବର୍ଷ ତମାମ ଏଠାରେ କୌଣସି ଗହଳି ନଥାଏ ବୋଲି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଉତ୍ସବର ଢେର ମଜା ଉଠାଇଥାନ୍ତି ।

ଏ ସମ୍ପର୍କରେ ଶ୍ରଦ୍ଧାଳୁ କହିଛନ୍ତି, ''ଗତ ୨ ବର୍ଷ ହେଲାଣି କୋରୋନା ଯୋଗୁଁ ଏଠାରେ ମକର ମେଳା ବନ୍ଦ ରହିଥିଲା । ଏଥର କୌଣସି କଟକଣା ନଥିବାରୁ ବେଶ ଧୁମଧାମରେ ଏହି ମେଳାକୁ ପାଳନ କରାଯାଉଛି । ୩ ଦିନ ଧରି ଏହା ଚାଲିବ । ଏହାକୁ ଦେଖିବା ପାଇଁ କେବଳ ଗଜପତି ବାସିନ୍ଦା ନୁହେଁ ଆଖପାଖ ସ୍ଥାନ ଆନ୍ଧ୍ରପ୍ରଦେଶ ଓ ଗଞ୍ଜାମ ଜିଲ୍ଲାରୁ ଭକ୍ତଙ୍କ ସୁଅ ଛୁଟୁଛି । ବହୁତ ଖୁସି ଲାଗୁଛି । ବର୍ଷକୁ ଥରେ ଏହି ମେଳା ହେଉଥିବା ବେଳେ ତାହା ସମସ୍ତଙ୍କୁ ଆନନ୍ଦ ଦେଉଛି '' ।

ଏହି ପାହାଡର ନାମକରଣ ଏବଂ ମକର ଉତ୍ସବ ପାଳନ ପଛରେ କିମ୍ବଦନ୍ତୀ ରହିଥିବା କହିଛନ୍ତି ଆଯୋଜକ । ମାତା ସୀତା ବନବାସ ସାରି ଅଯୋଧ୍ୟା ଫେରିବା ସମୟରେ ମାସିକ ଋତୁସ୍ରାବ ଯୋଗୁଁ ଏହି ପାହାଡରେ କିଛି ଦିନ ଅଟକି ରହିଥିଲେ । ଏହାପରେ ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ ବନ୍ଧୁମିଳନ କରାଇବା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ରାମଚନ୍ଦ୍ର ଏହା କରାଇଥିଲେ । ତେଣୁ ଏହି ପାହାଡ଼ର ନାଁ ସୀତା ପାହାଡ଼ ହେବା ସହ ସେହି ଦିନକୁ ମନେ ପକାଇବା ପାଇଁ ଏହି ଯାତ୍ରା ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି ।

ଏ ସମ୍ପର୍କରେ ଏସଡିପିଓ କହିଛନ୍ତି '' ପ୍ରତିବର୍ଷ ଏଠାରେ ଏହି ମେଳା ହୋଇଥାଏ । ଏହାକୁ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଅନେକ ବ୍ୟବସାୟୀ ମଧ୍ୟ ଏଠାରେ ଭିଡ଼ ଜମାଇଥାନ୍ତି । ଏହି ସମୟରେ ହେଉଥିବା ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି''।

ପ୍ରତିବର୍ଷ ଏଠାରେ ମକର ଉତ୍ସବ ଖୁବ ଧୁମଧାମରେ ପାଳିତ ହେଉଥିବା ବେଳେ କେବଳ ଆୟୋଜକ କମିଟି ହିଁ ଏସବୁ କାର୍ଯ୍ୟକ୍ରମ କରୁଛି । କିନ୍ତୁ ପ୍ରଶାସନ ଏଥିରେ କୌଣସି ସୁବିଧା ସୁଯୋଗ ଯୋଗାଉନାହିଁ । ତେଣୁ ପ୍ରଶାସନ ଏହି ଆୟୋଜନ ଉପରେ ନଜର ଦେଲେ ଏହା ଓଡ଼ିଶାର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ହୋଇପାରନ୍ତା ।

ଇଟିଭି ଭାରତ, ଗଜପତି

Last Updated : Jan 18, 2023, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.