ETV Bharat / state

ମାଡି ଆସୁଛି ସାମୁଦ୍ରିକ ଝଡ ‘ମିଗଜୋମ୍'; ଚାଷୀ ଛାତି ଧଡଧଡ, ଫସଲ ଅମଳ ଟେନସନ - ଗଜପତିରେ ମିଗଜୋମ୍ ବାତ୍ୟାର ପ୍ରଭାବ

ଗଜପତିରେ ବାତ୍ୟା ପାଇଁ ଜରୁରୀକାଳୀନ ବୈଠକ। ବାତ୍ୟାକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ପ୍ରଶାସନ ।ଜିଲ୍ଲାରେ ୪ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ।ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ନିର୍ଦ୍ଦେଶ ।ଅଧିକ ପଢନ୍ତୁ

ମାଡି ଆସୁଛି ସାମୁଦ୍ରିକ ଝଡ ‘ମିଗଜୋମ୍ ' , ଚିନ୍ତାରେ ଚାଷୀ

author img

By ETV Bharat Odisha Team

Published : Dec 4, 2023, 10:31 PM IST

Updated : Dec 5, 2023, 3:33 PM IST

ମାଡି ଆସୁଛି ସାମୁଦ୍ରିକ ଝଡ ‘ମିଗଜୋମ୍ ' , ଚିନ୍ତାରେ ଚାଷୀ

ଗଜପତି: ମାଡି ଆସୁଛି ସାମୁଦ୍ରିକ ଝଡ ‘ମିଗଜୋମ୍’ । ଭାଙ୍ଗିଦେବ ଚାଷୀଙ୍କ ମେରୁଦଣ୍ଡ । ଏହାର ପ୍ରଭାବରେ ଜିଲ୍ଲାର ଚାଷୀମାନେ ବହୁ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି । ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଯଦିଓ ଏହା ଅନ୍ଧ୍ରପ୍ରଦେଶର ନୋଲୋର ଏବଂ ମଛଲିପାଟଣାମ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିଲେ ମଧ୍ୟ ଓଡ଼ିଶାରେ ପ୍ରବଳ ବର୍ଷା ହେବା ବୋଲି ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ସୂଚନା ମିଳିଛି । ଅନ୍ୟପଟେ ଚାଷୀମାନେ ନିଜ ନିଜର ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଚିନ୍ତା ପଡିଛନ୍ତି ।

ଦୀର୍ଘ ଦେଢ ମାସ ହେଲା ଟୋପାଏ ବର୍ଷା ନଥିଲା । ତେଣୁ ଚାଷକୁ ବଞ୍ଚାଇବା ପାଇଁ ଚାଷୀମାନେ ପମ୍ପ ଲଗାଇ ଜମିକୁ ପାଣି ମଡାଇଥିଲେ । ଏବେ ଠିକ ଅମଳ ସମୟରେ ମାଡି ଆସୁଛି ସାମଦ୍ରିକ ଝଡ ‘ମିଗଜୋମ୍’ । ୫ତାରିଖ ସନ୍ଧ୍ୟା ବେଳକୁ ଗଜପତି ଜିଲାରେ ବର୍ଷା ଆରମ୍ଭ ହେବା ସହ ୬ତାରିଖ ଦିନ ପ୍ରବଳ ବର୍ଷା ହେବ ଏବଂ ୭ତାରିଖ ଯାଏଁ ଏହା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ତେଣୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ସେମାନେ ନିଜ ଫସଲକୁ ଅମଳ କରିବା ପାଇଁ ଲାଗି ପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....'ମିଗ୍‌ଜୋମ୍‌' ପ୍ରଭାବ: ଓଡ଼ିଶାରେ ୬ ଯାଏଁ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ

ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ କୌଣସି ସାହାଯ୍ୟ କରିବା ତ ଦୂରର କଥା ବାତ୍ୟା ସମ୍ପର୍କରେ କୌଣସି ସୂଚନା ସୂଚନା ପ୍ରଦାନ କରିନଥିବା ଅଭିଯୋଗ ହୋଇଛି । ସେମାନେ ଟିଭି ଏବଂ ଖବର କାଗଜରୁ ପଢି ବାତ୍ୟା ସଂପର୍କରେ ଜାଣିବାକୁ ପାଇଥିବା କହିଛନ୍ତି । ଦୀର୍ଘ ଦୁଇ ମାସ ହେଲା ଜିଲ୍ଲାରେ ବର୍ଷା ନଥିବାରୁ ଫସଲ ନଷ୍ଟ ହେବାକୁ ବସିଥିଲା । ବହୁ କଷ୍ଟରେ ଧାର କରଜ କରି ସେମାନେ ପମ୍ପ ଲଗାଇ ଜମିରେ ପାଣି ମଡାଇଥିଲେ । ଯାହା ଫସଲ ଗଣ୍ଡାକ ଅମଳ ହୋଇଥାନ୍ତା ତାହା ଏହି ବର୍ଷା ଛଡାଇ ହକିଛନ୍ତି । ଏହାସହ ସେମାନେ କରିଥିବା ଋଣ କିପରି ସୁଝିବେ ବୋଲି ପ୍ରଶ୍ନ କରିଛନ୍ତି ।

ଜିଲ୍ଲାପାଳ କହିଛନ୍ତି ," କୃଷକମାନଙ୍କୁ ସତର୍କ ରହିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁ ଚାଷୀମାନେ ଧାନ କାଟି ସାରିଛନ୍ତି ସେମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ପଲିଥିନ୍ ଘୋଡାଇ ସୁରକ୍ଷିତ ଭାବେ ରଖନ୍ତୁ । କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ । ଅମଳ ଉପଯୋଗୀ ଅନ୍ଯାନ୍ଯ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ ।"

ଇଟିଭି ଭାରତ, ଗଜପତି

Last Updated : Dec 5, 2023, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.