ETV Bharat / state

ଅମାନିଆଙ୍କୁ ସାବାଡ କରିବା ପାଇଁ ଆକ୍ସନ ମୁଡରେ ଗଜପତି ଜିଲ୍ଲାପାଳ - ଗଜପତି ଜିଲ୍ଲାପାଳ ଆକ୍ସନ ମୁଡରେ

ଗଜପତି ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୧୫ ଦିନ ମଧ୍ୟରେ ଏହି ସଂଖ୍ୟା ୨ ଶହ ଟପିଲାଣି । ଯାହାକୁ ନେଇ ଜିଲ୍ଲାପାଳ ଅନୁପମ ଶାହା ଅସନ୍ତୋଷ ପ୍ରକାଶ କରିବା ସହ ନିଜେ ଆକ୍ସନ ମୁଡକୁ ଆସିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଅମାନିଆଙ୍କୁ ସାବାଡ କରିବା ପାଇଁ ଆକ୍ସନ ମୁଡରେ ଗଜପତି ଜିଲ୍ଲାପାଳ

author img

By

Published : Apr 17, 2021, 4:19 PM IST

ଗଜପତି : ସାରା ଦେଶରେ ବର୍ତମାନ କରୋନାର ଦ୍ଵିତୀୟ ଲହର କାୟା ମେଲାଇ ଚାଲିଛି । ଗଜପତି ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୧୫ ଦିନ ମଧ୍ୟରେ ଏହି ସଂଖ୍ୟା ୨ ଶହ ଟପିଲାଣି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କଟକଣା ଜାରି କରିଥିଲେ ମଧ୍ୟ କେତେକ ଅମାନିଆ ଏହାକୁ ମାନିବାକୁ ନାରାଜ । ଯାହାକୁ ନେଇ ଜିଲ୍ଲାପାଳ ଅନୁପମ ଶାହା ଅସନ୍ତୋଷ ପ୍ରକାଶ କରିବା ସହ ନିଜେ ଆକ୍ସନ ମୁଡକୁ ଆସିଥିବା ଦେଖିବାକୁ ମିଳିଛି ।

ଅମାନିଆଙ୍କୁ ସାବାଡ କରିବା ପାଇଁ ଆକ୍ସନ ମୁଡରେ ଗଜପତି ଜିଲ୍ଲାପାଳ

ଆଜି ବିଭିନ୍ନ ନାକା କେନ୍ଦ୍ରରେ ଜିଲ୍ଲାପାଳ ନିଜେ ପହଞ୍ଚି ସ୍ଥିତି ପରଖିବା ସହ ଅମାନିଆଙ୍କୁ ସାବାଡ କରିବା ପାଇଁ ନିଜେ ଲାଠି ଉଠାଇବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହ ଅମାନିଆଙ୍କୁ ସାବାଡ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି । ଆଜି ରେକର୍ଡ ସଂଖ୍ୟକ ୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୪୯ ଜଣ ରହିଥିବାବେଳେ ୨ ଜଣ ଗୋଷାଣି, ୪ ଜଣ ଗୁମା, ଜଣେ ମୋହନା, ୬ ଜଣ ନୂଆଗଡ, ୩ ଜଣ ଆନ୍ଧ୍ରପ୍ରଦେଶର ରହିଥିବା ପ୍ରଶାସନ ସ୍ପଷ୍ଟ କରିଛି । ଅନ୍ୟ ଦୁଇଜଣ ଅନ୍ୟ ଜିଲ୍ଲାର ହୋଇଥିଲେ ମଧ୍ୟ ସେମାନେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ । ଆଜି ଚିହ୍ନଟ ହୋଇଥିବା ୬୭ ଜଣଙ୍କ ମଧ୍ୟରୁ ୨୬ ଜଣ ଆଣ୍ଟିଜେନ ଏବଂ ୪୧ଜଣ ଆରଟିପିସିଆର ଟେଷ୍ଟ ମାଧ୍ୟମରେ ଚିହ୍ନଟ ହୋଇଛନ୍ତି । ସେହିପରି ୧୨ ଜଣ ବିଭିନ୍ନ ରାଜ୍ୟରୁ ଆସିଥିବା ବେଳେ ୪୨ ଜଣ ସ୍ଥାନୀୟ ଲୋକେ ଏବଂ ୮ ଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

ଗତ ୩ ତାରିଖରୁ ଆଜି ମଧ୍ୟରେ ପ୍ରାୟ 2 ଶହ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଏବଂ ଦ୍ବିତୀୟ ଲହରରେ ବର୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୪୨୭୨ ଜଣଙ୍କ ମଧ୍ୟରୁ ୪୦୬୦ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩୨ଜଣ ଆଖି ବୁଜିଛନ୍ତି, ତେବେ ବର୍ତମାନ ୧୮୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା କୁହାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.