ETV Bharat / state

ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବର୍ତ୍ତମାନ ଚାଲିଥିବା ମଣ୍ଡିରେ ଧାନ କିଣିବା ପାଇଁ ଟୋକନ ବ୍ୟବସ୍ଥା ଉଚ୍ଛେଦ କରିବା, ଜିଲ୍ଲାର ସମସ୍ତ ଜମିକୁ ଜଳସେଚନର ସୁବିଧା ଯୋଗାଇଦେବା ଏବଂ ରବି ଚାଷ ହେଉଥିବା 7 ହଜାର ହେକ୍ଟର ଜମିର ଧାନକୁ ସରକାର କିଣି ପାଇଁ ବ୍ୟବସ୍ଥା କରାଯାଉ ବୋଲି ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 8, 2021, 3:44 PM IST

ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗଜପତି: ବର୍ତ୍ତମାନ ଚାଲିଥିବା ମଣ୍ଡି ସମସ୍ୟା ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେମାନଙ୍କ ଦାବି ମୁତାବକ ମଣ୍ଡିରେ ଧାନ କିଣିବା ପାଇଁ ଟୋକନ ବ୍ୟବସ୍ଥା ଉଚ୍ଛେଦ କରିବା, ଜିଲ୍ଲାର ସମସ୍ତ ଜମିକୁ ଜଳସେଚନର ସୁବିଧା ଯୋଗାଇଦେବା ଏବଂ ରବି ଚାଷ ହେଉଥିବା 7 ହଜାର ହେକ୍ଟର ଜମିର ଧାନକୁ ସରକାର କିଣିବା ପାଇଁ ବ୍ୟବସ୍ଥା କରାଯାଉ । ଏହି ସମସ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି କୃଷକ ସଂଘ ।

ବର୍ତ୍ତମାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସରକାର ଟୋକନ ବ୍ୟବସ୍ଥା କରିଛନ୍ତି । ଏହା ଫଳରେ ଚାଷୀଙ୍କୁ ଟୋକନ ମିଳିବା ଏବଂ ଧାନ ବିକ୍ରି କରିବା ପାଇଁ ଅନେକ ଦିନ ଲାଗୁଛି । ଫଳରେ ଚାଷୀ ନିଜର ଅମଳ ଧାନକୁ ବିକିବା ପାଇଁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ସେହିପରି ଟୋକନ ତାରିଖରେ ଚାଷୀ କୌଣସି କାରଣରୁ ନପହଞ୍ଚିଲେ ପୁଣି ଏହାକୁ ପାଇବା ପାଇଁ ଆହୁରି ଅଧିକ ସମୟର ଆବଶ୍ୟକ ରହୁଛି । ଫଳରେ ଚାଷୀ ନାହିଁନଥିବା ଅସୁବିଧା ଭୋଗୁଛି । ସେହିପରି ଆଜି ଯାଏଁ ଗଜପତି ଜିଲ୍ଲାର ସମସ୍ତ ଜମିକୁ ଜଳସେଚନର ସୁବିଧା ହୋଇପାରିନାହିଁ ।

ତେଣୁ ଚାଷୀଙ୍କୁ ଜଳକଷ୍ଟ ଭୋଗ କରିବାକୁ ପଡୁଛି । ଏହାର ସମାଧାନ ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପ୍ରତିବର୍ଷ ଗଜପତି ଜିଲ୍ଲାରେ ପ୍ରାୟ 7 ହଜାର ଏକର ଜମିରେ ରବି ଋତୁରେ ଧାନ ଚାଷ କରାଯାଉଛି । ଏହି ସମୟରେ ଅମଳ ହେଉଥିବା ଧାନକୁ ମଣ୍ଡି ମାଧ୍ୟମରେ ସରିତାର କିଣୁନାହାଁନ୍ତି । ଫଳରେ ଚାଷୀ କ୍ଷତି ସହିବାକୁ ବାଧ୍ୟ ହେଉଛି । ତେଣୁ ସରକାର ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଗଜପତି ଜିଲ୍ଲା କୃଷକ ସଂଘ ସଭାପତି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.