ETV Bharat / state

ଆସୁଛି 'ମିଗଜୋମ', ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଜପତି ପ୍ରଶାସନ ପ୍ରସ୍ତୁତ - ଦାନା ବାନ୍ଧୁଛି ବାତ୍ୟା ମିଗଜୋମ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଜପତି ଜିଲ୍ଲା ପ୍ରଶାସନ । ୨୪ ଜଣିଆ ଓଡ୍ରାଫ ଟିମ ନିୟୋଜିତ । ଅଧିକ ପଢନ୍ତୁ

cyclone michaung
cyclone michaung
author img

By ETV Bharat Odisha Team

Published : Dec 4, 2023, 2:58 PM IST

cyclone michaung

ଗଜପତି: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ମିଗଜୋମ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଚ୍ଛଲିପଟନମ ମଧ୍ୟରେ ଆସନ୍ତାକାଲି ପୂର୍ବାହ୍ନରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ଭୀଷଣ ବାତ୍ୟାର ରୂପ ନେଇପାରେ 'ମିଗଜୋମ' । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଜପତି ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏନେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଥାନା ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସେମାନେ ଏକ ଟିମ୍ ହୋଇ କାମ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି ଜଳସେଚନ, କୃଷି,ପାନୀୟ ଜଳ ଯୋଗାଣ ଏବଂ ଯୋଗାଣ ଆଦି ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ ବାତ୍ୟା ‘ମିଗଜୋମ୍’ ଆନ୍ଧ୍ରର ନୋଲୋରକ ଏବଂ ମଛଲିପାଟଣାମ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି, କିନ୍ତୁ ଏହାର ପରବର୍ତ୍ତୀ ସମୟରେ ଅର୍ଥାତ୍ ୫ତାରିଖ ସନ୍ଧ୍ୟା ବେଳକୁ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି ।

ତେବେ ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ବର୍ଷା ଯୋଗୁଁ ପାଣି ଜମା ହେବାର ସମ୍ଭାବନା ରହିଛି । ତେଣୁ ସ୍ଥିତିକୁ ଧ୍ୟାନରେ ରଖି ପୂର୍ବ ପ୍ରସ୍ତୁତି କରିବାକୁ ଦୁଇ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଚିହ୍ନଟ ହୋଇଥିବା ସ୍ଥାନକୁ ଧ୍ୟାନରେ ରଖିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ଆଶ୍ରୟସ୍ଥଳ ତଥା ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଯାଞ୍ଚ କରି ସଜାଗ ରଖିବାକୁ କୁହାଯାଇଛି । ସେହିପରି ଜିଲ୍ଲାର ୨୪୪ ଜଣ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି ଓ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମା' ଗୃହକୁ ନେବା ପାଇଁ ସ୍ଥିର କରାଯାଉଛି । ୨୪ ଜଣିଆ ODRAF ଟିମ୍ ଜିଲ୍ଲାରେ ପହଞ୍ଚି ସାରିଛନ୍ତି । ପ୍ରତ୍ୟେକ ବ୍ଲକରେ ଜିଲ୍ଳାର ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଥିବା କହିଛନ୍ତି ଗଜପତି ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ- ବଳ ଗୋଟାଉଛି 'ମିଗଜୋମ': ତାମିଲନାଡୁରେ ପ୍ରବଳ ବର୍ଷା, ଓଡିଶାକୁ ଆଲର୍ଟ

ସେହିପରି ଆସନ୍ତା ୬ ତାରିଖ ଦିନ ପ୍ରବଳ ବର୍ଷା ହେବା ସହ ୭ତାରିଖ ଯାଏଁ ଏହା ଜାରି ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ସେହିପରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବାରୁ ଧାନ, ମାଣ୍ଡିଆ, କପା ଆଦି ଫସଲ ନଷ୍ଟ ହେବା ସମ୍ଭାବନା ରହିଛି । ତେଣୁ ପରିପକ୍ବ ଫସଲକୁ ଅମଳ କରି କୌଣସି ସୁରକ୍ଷିତ ସ୍ଥାନରେ ରଖିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି । ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା କେତେ ଫସଲ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ତାହା ଜଣାପଡ଼ିବ । ଯେଉଁମାନଙ୍କ ସ୍ଥାନ ନାହିଁ ସେମାନଙ୍କୁ ପଲିଥିନ୍ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.