ETV Bharat / state

ମାନ୍ଦ୍ରାବାଜୁ ଗାଁରେ ଆଣ୍ଠେଇଛି ସରକାରୀ ଯୋଜନା, କେବେ ପହଞ୍ଚିବ ବିକାଶ ? - ମାନ୍ଦ୍ରାବାଜୁରେ ଅପହଞ୍ଚ ସରକାରୀ ଯୋଜନା

ମାଓ ସମସ୍ୟା ସୁଧାରିବା ପାଇଁ ନାନା ଯୋଜନା ଆପଣାଉଛନ୍ତି ସରକାର । କିନ୍ତୁ ତାହା ଲୋକଙ୍କ ପାଖରେ ଅପହଞ୍ଚ ।ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ମାନ୍ଦ୍ରାବାଜୁ ଗ୍ରାମବାସୀ । ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

ମାନ୍ଦ୍ରାବାଜୁ ଗାଁ
ସମସ୍ୟା ଘେରରେ ମାନ୍ଦ୍ରାବାଜୁ ଗାଁ, ଅପହଞ୍ଚ ସରକାରୀ ଯୋଜନା
author img

By

Published : Jun 19, 2022, 7:39 PM IST

ଗଜପତି: ମାଓ ସମସ୍ୟା ସୁଧାରିବା ପାଇଁ ନାନା ଯୋଜନା ଆପଣାଉଛନ୍ତି ସରକାର । କିନ୍ତୁ ତାହା ଲୋକଙ୍କ ପାଖରେ ଅପହଞ୍ଚ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଆଜି ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲେକେ । କେବଳ ରାସ୍ତା ନିର୍ମାଣକୁ ବାଦ ଦେଲେ ଅନ୍ୟ କୌଣସି ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ନାହିଁ ।ଗଜପତି ଜିଲ୍ଲା ମୋହନା ବ୍ଳକ ରାଇପଙ୍କା ପଞ୍ଚାୟତର ମାନ୍ଦ୍ରାବାଜୁ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ । ତେବେ ଏହି ଗାଁକୁ ସରକାର ମାଓବାଦୀଙ୍କ ଗଡ ବୋଲି ଧରି ନେଇଥିବାରୁ ବିକାଶରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସମସ୍ୟା ଘେରରେ ମାନ୍ଦ୍ରାବାଜୁ ଗାଁ

ମାନ୍ଦ୍ରାବାଜୁ ଗ୍ରାମରେ ରୁହନ୍ତି ପ୍ରାୟ 80ଟି ପରିବାର । ତେବେ 500 ଲୋକଙ୍କ ମଧ୍ୟରୁ ମାତ୍ର ୧୨ ଜଣ ପରିବାରକୁ ମିଳିଛି ସରକାରୀ ସହାୟତା । ଅନ୍ୟ ଲୋକଙ୍କ ପାଇଁ ଏଠି ସରକାରୀ ଯୋଜନା ଯେମିତି ପାଲଟିଛି ସାତ ସପନ । ସ୍ବାସ୍ଥ୍ୟସେବା କଥା ନକହିବା ଭଲ । ସାମାନ୍ୟ ଦେହ ଖରାପ ହେଲେ ରାଇପଙ୍କା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡେ । ହେଲେ ସେଠାରେ ନିୟମିତ ଡାକ୍ତର ରହୁନଥିବାରୁ ଲୋକେ ବାଧ୍ୟ ହୋଇ 25 କିମି ଦୂର ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିରର୍ଭରଶୀଳ ଗ୍ରାମବାସୀ । ସେହିଭଳି ଗାଁରେ ରାସ୍ତାଘାଟର ଉନ୍ନତି କିମ୍ବା ଅନ୍ୟ କୌଣସି ଉନ୍ନୟନମୂଳକ କାମ ହୋଇପାରିନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଗଜପତି ଜିଲ୍ଲାରେ ପ୍ରାୟ ଦୁଇ ଦଶନ୍ଧି ଧରି ଲାଗି ରହିଥିବା ମାଓ ସମସ୍ୟାର ଉତ୍ପତି ଏହି ଗାଁରୁ ହୋଇଥିବା କୁହାଯାଏ । କାରଣ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଜମି ବିବାଦକୁ କେନ୍ଦ୍ର କରି 1999ମସିହା ଡିସେମ୍ବର ମାସ 30ତାରିଖରେ ପୋଲିସ କିଛି ଆଦିବାସୀ ନିହତ ହୋଇଥିଲେ । ସେହିଦିନ ଠାରୁ ଏହି ଗାଁ ମାଓବାଦୀଙ୍କ ଉତ୍ପତି ସ୍ଥଳ ଭାବେ ବିବେଚିତ ହୋଇଗଲା ।ମାଓବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଚିତ ଗଜପତି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଆଜି ବି ସରକାରୀ ଯୋଜନା ଅପହଞ୍ଚ । ତେବେ ଗଜପତି ଡିଆରଡିଓ କହିଛନ୍ତି, ଏହି ଗ୍ରାମର ଲୋକଙ୍କୁ ଟଙ୍କିକିଆ ଚାଉଳଠୁ ଆରମ୍ଭ କରି ରାସ୍ତା, ଭତ୍ତା ଯୋଗାଇ ଦିଆଯାଉଛି । ଏବଂ ଅନ୍ୟ ଯୋଜନା ମଧ୍ୟ ଖୁବ ଶୀଘ୍ର ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ମାଓଗଡର ଉନ୍ନତି କରି ସରକାରୀ ବିରୋଧୀ ମନୋଭାବରୁ ଦୂରେଇ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅଧୁରା ରହିଛି ବିକାଶ । ଏହି ଗ୍ରାମ ଉପରେ ପ୍ରଶାସନର ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.